ବିଳି ବିଳାଇଲାଣି ଚାଇନା: ବନ୍ଦ କଲା ଭାରତୀୟ ଗଣମାଧ୍ୟମ ଓ୍ବେବସାଇଟ !

ବେଜିଂ,୩୦।୬: ଭାରତ-ଚାଇନା ସୀମା ବିବାଦ ପରେ ଉଭୟ ଦେଶ ମଧ୍ୟରେ ତୁତୁ ମେମେ ବଢିବାରେ ଲାଗିଛି। ଭାରତ ଚାଇନାର ପାଖାପାଖି ୫୯ ଆପ୍‌ ବନ୍ଦ କରିଦେବା ପରେ ଏବେ ଚାଇନା ଏକ ପ୍ରକାର ବିଳି ବିଳାଇଲାଣି। ଏବେ ଚାଇନା ଭାରତର ନ୍ୟୁଜ ଚ୍ୟାନେଲ ଓ ଗଣମାଧ୍ୟମ ସହ ଜଡିତ ସମସ୍ତ ଓ୍ବେବସାଇଟକୁ ବନ୍ଦ କରିଦେଇଥିବା ଜଣାପଡିଛି। ଚାଇନାରେ ଏସବୁ ଓ୍ବେବସାଇଟକୁ ଦେଖିବାକୁ ଅବା ଭାରତୀୟ ଲାଇଭ୍‌ ଟିଭି ଦେଖିବାକୁ ଏବେ ଭର୍ଚୁଆଲ ପ୍ରାଇଭେଟ ନେଟଓ୍ବର୍କ(ଭିପିଏନ୍‌) ଜରିଆରେ ଆକ୍ସେସ୍‌ କରାଯାଇ ପାରିବ ବୋଲି ଜଣାପଡିଛି। କିନ୍ତୁ ଗତ ୨ ଦିନ ହେବ ଭିପିଏନ୍‌ ବି ବ୍ଲକ୍‌ ଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବେଜିଂରୁ ନିର୍ଦ୍ଦେଶ ମିଳିବା ପରେ ହିଁ ଭାରତୀୟ ସମାଚାର ଓ୍ବେବସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବେଜିଂର ଏକ ଡିପ୍ଲୋମେଟିକ ସୂତ୍ରରୁ ଜଣାପଡିଛି କି ଏବେ ଭାରତୀୟ ଟେଲିଭିଜନ ଚ୍ୟାନେଲ କେବଳ ଆଇପି ଟିଭି ମାଧ୍ୟମରେ ଦେଖାଯାଇ ପାରିବ। ତେବେ ଗତ ୨ ଦିନ ହେବ ଏକ୍ସପ୍ରେସ୍‌ ଭିପିଏନ୍‌ ମଧ୍ୟ ଚାଇନାର ଆଇଫୋନ ଓ ଡେକ୍ସଟପ୍‌ରେ କାମ କରୁନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ମୁଗାବେଙ୍କ ପରଲୋକ

ହାରାରେ, ୭ା୯(ପି.ଟି.): ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେ(୯୫)ଙ୍କ ପରଲୋକ ହୋଇଯାଇଛି। ଏନେଇ ଦେଶର ରାଷ୍ଟ୍ରପତି ଇମର୍‌ସନ୍‌ ନାଙ୍ଗଗ୍ବା ଶୁକ୍ରବାର ଘୋଷଣା କରିଛନ୍ତି। ୧୯୮୦ରୁ ୨୦୧୭...

ଇମ୍ରାନ୍‌ଙ୍କୁ ପାକ୍‌ ବିରୋଧୀ ଦଳର ପରାମର୍ଶ: କଶ୍ମୀର ଭୁଲିଯାଇ ପିଓକେ କଥା ଚିନ୍ତାକର

ଇସ୍‌ଲାମାବାଦ, ୨୮ା୮: ୩୭୦ ଧାରା ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ବିରୋଧରେ ପରମାଣୁ...

ରବିବାର ଭୋର୍‌ରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୧।୮: ଇଣ୍ଡୋନେସିଆରେ ରବିବାର ଭୋର୍‌ ୪ଟା ୧୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା...

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟା ନ ଗଲେ ଆସିବ ମହାଭିଯୋଗ

ଓ୍ବାଶିଂଟନ୍‌,୮।୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ କନ୍ଦଳ ଦେଖାଯାଇଛି। ଆମେରିକାର କ୍ୟାପିଟାଲ ହିଲ ବିଲଡିଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସା...

ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ...

ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି...

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ଇସ୍‌ଲାବାବାଦ,୩୦-୮ (ଆଇଏଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ...

ଛାତ୍ରୀଙ୍କୁ ସ୍କୁଲ ଆସିବା ମନା

ଇସ୍ତାନବୁଲ୍‌, ୧୮।୯: ଆଫଗାନିସ୍ତାନରେ ଶନିବାରଠାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ କେବଳ ଛାତ୍ର ଏବଂ ପୁରୁଷ ଶିକ୍ଷକମାନଙ୍କୁ ସ୍କୁଲ...

Advertisement


Archives

Model This Week