ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ‘ବାହା ପର୍ବ’

ସୁନାବେଡା,୯ା୩(ଡି.ଏନ୍‌.ଏ.): ଆଦିବାସୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସୁନାବେଡା ସାହରାଞ୍ଚଳରେ ମହା ଆଡମ୍ବରରେ ବାହା ପର୍ବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସମସ୍ତ ପରିବାର ସମେତ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ସାନ୍ତାଳୀ ସମ୍ପ୍ରଦାୟର ମହିଳା ଓ ପୁରୁଷ ଯୋଗଦେଇଥିଲେ। ପ୍ରାଚୀନ କାଳରୁ ପ୍ରଚଳିତ ଏହି ପୂଜା ତଥା ଉତ୍ସବରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ ଶାଳ ଫୁଲ, ମହୁଲ ଫୁଲ ଆଦିକୁ ବିଭିନ୍ନ ଦେବୀ ଓ ଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଏହାଦ୍ୱାରା ସୁଖ, ଶାନ୍ତି ଓ ଯଶପ୍ରାପ୍ତି ହୋଇଥାଏ ବୋଲି ଏମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ପୂଜା ଶେଷରେ ନାୟକେ ବାବାଙ୍କଠାରୁ ଦେବୀ ଦେବତାଙ୍କ ଠାରେ ଅର୍ପଣ କରାଯାଇଥିବା ଶାଳ ଓ ମହୁଲ ଫୁଲକୁ ଆଶୀର୍ବାଦ ସ୍ବରୂପ ଗ୍ରହଣ କରିଥାନ୍ତି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ହାଲ୍‌ର ଏଜିଏମ ନିରଜ୍‌ ଚନ୍ଦ୍ର ବେହେରା ସ୍ବତନ୍ତ୍ର ପୂଜାରେ ଯୋଗଦେଇଥିଲେ। ଆଦିବାସୀ ସମ୍ପ୍ରଦାୟର ଏହି ଉତ୍ସବରେ ବଳି ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ସୁନାବେଡ଼ାସ୍ଥିତ ଜାହେର୍‌ ଗାଳ ପୂଜା ସ୍ଥଳରେ ବଳିପ୍ରଥା ଉଛେଦ କରାଯାଇଛି। ପୂଜା ପରେ ଏଠାରେ ଭୋଜି ଭାତ ସହ ନାଚ, ଗୀତର ଆସର ଜମିଥାଏ। ଏଥିରେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ଜନସାଧାରଣ, ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଶୀର୍ବାଦ ସ୍ବରୂପ ମହୁଲ ଓ ଶାଳ ଫୁଲ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଦିଶମ ଜାହେର ଗାଳର ନାୟକେ ବାବା କ୍ଷେତ୍ର ମୋହନ ଟୁଡୁ ପୂଜାର୍ଚ୍ଚନା କାର୍ଯ୍ୟ କରିଥିବାବେଳେ ଜାହେର ଗାଳର ମାଝିବାବା, ଧନୀ ରାମ ହାଁସଦାଙ୍କ ସମେତ ମଦନ ମୋହନ ସୋରେନ, ମୁନ୍ନା ବାସ୍କେ, ରାଜୀବ ହେମ୍ବ୍ରମ, ଉଗ୍ରସେନ ହାଁସଦା, ରାଜୁ ହାଁସଦା, ରାଜେଶ ମୁର୍ମୁ, ଚନ୍ଦ୍ର କୁମାର ମୁର୍ମୁ, ଭାଗିରଥି ହେମ୍ବ୍ରମ, ପି. ବି ସୋରେନ୍‌, ନନ୍ଦ କୁମାର ମାର୍ଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆଦିବାସୀ ସାଂସ୍କୃତିକ ଆସୋସିଏଶନର ସଭାପତି ଅନ୍ତୁ ହେମ୍ବ୍ରମ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri