ସୀମା ସଂଘର୍ଷ

ଇଂ. ମାୟାଧର ସ୍ବାଇଁ

ଭାରତ ଓ ଚାଇନା ହେଉଛି ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇଦେଶରେ ଅନେକ ଜ୍ଞାନବିଜ୍ଞାନ ବିକାଶିତ ହୋଇ ସମଗ୍ର ପୃଥିବୀକୁ ପ୍ରସାରିତ ହୋଇଛି। ମାତ୍ର ଦୁଇ ଦେଶର ସଂସ୍କୃତି, ଆଚାର ବ୍ୟବହାର ପୃଥକ୍‌। ଅବଶ୍ୟ ପୂର୍ବରୁ ଚାଇନା ଆମର ପଡୋଶୀ ନ ଥିଲା। ମାତ୍ର ଏହା ୧୯୫୦ ମସିହାରେ ତିବ୍ବତ ଅଧିକାର କରିନେବା ପରେ ଆମର ପଡୋଶୀ ହୋଇଗଲା। ଦୁଇ ଦେଶ ମଧ୍ୟରେ ଉତ୍ତୁଙ୍ଗ ହିମାଳୟ ପ୍ରାକୃତିକ ରକ୍ଷକ ଭାବେ ରହିଛି। କିନ୍ତୁ ଆଧୁନିକ ଯୁଗରେ ଏହା ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ।
ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ୩୪୮୮ କି.ମି. ଦୈର୍ଘ୍ୟର ସୀମା ଅଛି। କିନ୍ତୁ ଏହି ସୀମା ଅନେକ କ୍ଷେତ୍ରରେ ସ୍ପଷ୍ଟ କିମ୍ବା ସୁନିର୍ଦ୍ଦିଷ୍ଟ ହୋଇ ନ ଥିବାରୁ ଦୁଇଦେଶ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି। ୧୯୬୨ ମସିହାରେ ଏହି କାରଣରୁ ଚାଇନା ଆମ ଦେଶକୁ ଆକ୍ରମଣ କରି ଆମର ୩୭୦୦୦ ବର୍ଗ କି.ମି. ଅଞ୍ଚଳର ଅକ୍‌ସାଇ ଚାଇନାକୁ ଅଧିକାର କରି ନେଇଛି। ଏହା ବ୍ୟତୀତ ସୀମାରେ ପହରା ଦେଉଥିବା ଦୁଇ ଦେଶର ସୈନିକଙ୍କ ମଧ୍ୟରେ ମଝିରେ ମଝିରେ ସଂଘର୍ଷ ହେଉଛି। ଏହି ବର୍ଷ ଜୁନ୍‌ ୧୫ ତାରିଖରେ ଲଦାଖର ଗଲଓ୍ବାନା ଉପତ୍ୟକାଠାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇ ଭାରତର ୨୦ଜଣ ଓ ଚାଇନାର ୪୧ ଜଣ ସୈନ୍ୟ ମୃତ୍ୟୁବରଣ କରିଥିଲେ। ଏହାପରେ ଆପୋଷ ଆଲୋଚନା ହୋଇ ପରିସ୍ଥିତି ଶାନ୍ତ ହୋଇଥିବାବେଳେ ଅଗଷ୍ଟ ୨୯ ତାରିଖ ରାତିରେ ପୁଣି ଏକ ସଂଘର୍ଷ ହୋଇଥିଲା। ଫଳରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଭାରତ ସ୍ବାଧୀନତା ଲାଭ କରିବା ପୂର୍ବରୁ ଇଂରେଜମାନେ ତିବ୍ବତ ସହ ଆମ ଦେଶର ସୀମାକୁ ସ୍ଥିର କରିଥିଲେ। ଚାଇନାର ତିବ୍ବତ ଅଧିକାର ପରେ ଏହା ସେହି ସୀମାକୁ ସ୍ବୀକାର ନ କରି ଭାରତର କେତେକ ଅଞ୍ଚଳକୁ ଦାବି କରିଛି ଏବଂ ଅକ୍‌ସାଇ ଚାଇନା ସମେତ କେତେକ ଅଞ୍ଚଳକୁ ଅଧିକାର କରିନେଇଛି। ବର୍ତ୍ତମାନ ଯେଉଁ ସୀମାକୁ ଉଭୟ ଦେଶ ଜଗି ରହିଛନ୍ତି ତାହା ହେଉଛି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)। ସରକାରୀ ଭାବେ କୌଣସି ଦେଶ ଏହାକୁ ନିଜ ମାନଚିତ୍ର କିମ୍ବା ଅନ୍ୟତ୍ର ସ୍ବୀକାର କରୁ ନ ଥିଲେ ସୁଦ୍ଧା ବାସ୍ତବରେ ଏହା ହିଁ ରହିଛି ବର୍ତ୍ତମାନର ସୀମା।
ଭାରତର ଚାରିଟି ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ସୀମା ଚାଇନା ସହ ଲାଗିକରି ରହିଛି। ଏହିସବୁ ଅଞ୍ଚଳ ହେଉଛି ହିମାଳୟ ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ। ସୁଦର୍ଘ ଭାରତ-ଚାଇନା ସୀମା ପଶ୍ଚିମରେ ଲଦାଖଠାରୁ ପୂର୍ବରେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି। ଏହାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ। ଏହା ହେଉଛି ପୂର୍ବ କ୍ଷେତ୍ର, ମଧ୍ୟ କ୍ଷେତ୍ର ଓ ପଶ୍ଚିମ କ୍ଷେତ୍ର। ପୂର୍ବ କ୍ଷେତ୍ରର ସୀମା ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ସହ ସଂଲଗ୍ନ। ଅରୁଣାଚଳ ପ୍ରଦେଶ ସହ ସୀମା ହେଉଛି ୧୧୨୬ କି.ମି. ଓ ସିକିମ୍‌ ସହ ଏହା ହେଉଛି ୨୨୦ କି.ମି.। ସମଗ୍ର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି ଦାବି କରୁଛି। ୧୯୧୪ ମସିହାରେ ସିମ୍‌ଲାଠାରେ ଏକ ବୈଠକରେ ଭାରତର ଉତ୍ତର-ପୂର୍ବାଞ୍ଚଳ ଓ ତିବ୍ବତ ମଧ୍ୟରେ ସୀମାରେଖା ନିର୍ଦ୍ଧାରଣ କରାଯାଇଥିଲା। ଏହି ବୈଠକରେ ବ୍ରିଟେନ୍‌ର ହେନ୍‌ରି ମାକ୍‌ମାହୋନ୍‌ ମୁଖ୍ୟ ମଧ୍ୟସ୍ଥ ଥିଲେ ଏବଂ ଫଳରେ ଏହି ସୀମା ରେଖାକୁ ତାଙ୍କ ନାମାନୁସାରେ ‘ମାକ୍‌ମାହୋନ୍‌ ରେଖା’ କୁହାଯାଏ। ଚାଇନା ଏହି ବୈଠକରେ ଯୋଗଦେଇଥିଲେ ସୁଦ୍ଧା ରାଜିନାମାରେ ସ୍ବାକ୍ଷର କରି ନ ଥିଲା। ତିବ୍ଦତ ଏଥିରେ ସ୍ବାକ୍ଷର କରିଥିଲା। ଚାଇନା ବର୍ତ୍ତମାନ ଏହି ସୀମାରେଖାକୁ ସ୍ବୀକାର କରୁନାହିଁ। ବାସ୍ତବରେ ଅରୁଣାଚଳ ପ୍ରଦେଶ କେବେ ଚାଇନା ଅଧୀନରେ ନ ଥିଲା। କେବଳ ୧୯୧୦-୧୨ ମସିହାରେ ଚାଇନା ଅରୁଣାଚଳ ପ୍ରଦେଶ ଭିତରକୁ ପଶି ଆସି ସେଠାରେ କେତେକ ଖୁଣ୍ଟି ପୋତିଥିଲା। କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ଏହା ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ନିଜ ଅଧୀନରେ ରଖିଥିଲା ଏବଂ ଏହାପରେ ଏହା ଏହି ଅଞ୍ଚଳରୁ ଚାଲି ଯାଇଥିଲା। କିନ୍ତୁ ଯେତେବେଳେ ଭାରତ-ଚାଇନା ସୀମା ବିବାଦ ଆଲୋଚନା ହେଉଛି, ଚାଇନା ସେହି ସମୟର ମାନଚିତ୍ରକୁ ଦେଖାଇ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରୁଛି।
ପୂର୍ବକ୍ଷେତ୍ର ପରେ ଭାରତ ଓ ଚାଇନା ମଧ୍ୟମରେ ଭୁଟାନ ଏବଂ ନେପାଳ ଥିବାରୁ ଭାରତର ସୀମା ସିଧାସଳଖ ଚାଇନା ସହ ସଂଲଗ୍ନ ହୋଇନାହିଁ। ଏହାପରେ ମଧ୍ୟକ୍ଷେତ୍ରରେ ଚାଇନା ସହ ଉତ୍ତରାଖଣ୍ଡର ୩୪୫ କି.ମି. ଓ ହିମାଚଳ ପ୍ରଦେଶର ୨୦୦ କି.ମି. ସୀମା ଅଛି। ଏହି କ୍ଷେତ୍ରଟି ଅପେକ୍ଷାକୃତ ବିବାଦହୀନ। ପଶ୍ଚିମ କ୍ଷେତ୍ରରେ ଲଦାଖ ସହ ଚାଇନାର ୧୫୯୭ କି.ମି. ସୀମା ଅଛି। ୧୯୬୨ ମସିହା ଯୁଦ୍ଧରେ ଚାଇନା ଏହାକୁ ଅଧିକାର କରି ନେଇଥିଲା। ସମୁଦ୍ର ପତ୍ତନରୁ ଚଉଦ ହଜାର ଫୁଟ୍‌ରୁ ଅଧିକ ଉଚ୍ଚରେ ଥିବା ଏହି ଅଞ୍ଚଳ ବର୍ଷସାରା ବରଫାବୃତ ରହିଥାଏ ଏବଂ ଏହି ଅଞ୍ଚଳରେ ପ୍ରାୟ ଜନବସତି ନାହିଁ। ପୂର୍ବରୁ ଏହି ଅଞ୍ଚଳରେ ସୀମା ସୁରକ୍ଷାବଳ ପ୍ରାୟ ରହୁ ନ ଥିଲେ। ଏପରି କି ଚାଇନା ୧୯୫୦ ମସିହାରେ ଏହାର ସିନଜାନ୍‌ ପ୍ରଦେଶରୁ ପଶ୍ଚିମ ତିବ୍ବତକୁ ଏକ ରାସ୍ତା ନିର୍ମାଣ କଲା, ଯାହାର ୧୮୦ କି.ମି. ଦୈର୍ଘ୍ୟ ଅକ୍‌ସାଇ ଚାଇନା ମଧ୍ୟ ଦେଇ ଯାଇଥିଲା ଏବଂ ଭାରତ ୧୯୫୭ ମସିହା ପର୍ଯ୍ୟନ୍ତ ଏହା ଜାଣି ପାରି ନ ଥିଲା। ୧୮୬୫ ମସିହାରେ ସର୍ଭେ ଅଫ୍‌ ଇଣ୍ଡିଆର ଅଧିକାରୀ ଉଇଲିୟମ୍‌ ଜନସନ୍‌ ଅକ୍‌ସାଇ ଚାଇନାକୁ କଶ୍ମୀର ରାଜ୍ୟର ଅଂଶ ଭାବେ ଦର୍ଶାଇ ଯେଉଁ ସୀମା ନିର୍ଦ୍ଧାରଣ କରିଥିଲେ, ତାହା ‘ଜନସନ୍‌ ରେଖା’ ଭାବେ ଜଣା। କଶ୍ମୀର ମହାରାଜା ଏହି ଅଞ୍ଚଳରେ ସହିଦୁଲ୍ଲାଠାରେ ଏକ ଦୁର୍ଗ ନିର୍ମାଣ କରି ସୈନ୍ୟ ମୁତୟନ କରିଥିଲେ। ଚାଇନା ଜନସନ୍‌ ରେଖାକୁ ନ ମାନିବାରୁ ବ୍ରିଟିଶ ସରକାର ୧୮୯୭ ମସିହାରେ ଏଥିରେ କେତେକ ସଂଶୋଧନ କଲେ। ଚାଇନାରେ ଅବସ୍ଥାପିତ ବ୍ରିଟିଶ୍‌ ରାଜଦୂତ ସାର୍‌ କ୍ଲଡ୍‌ ମାକ୍‌ଡୋନାଲ୍ଡଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ରରେ ଅକ୍‌ସାଇ ଚାଇନାକୁ ଚାଇନାର ଅଂଶ ଭାବେ ଦର୍ଶାଯାଇଥିଲା। ଏହାକୁ ‘ମ୍ୟାକାର୍ଟନୀ-ମାକ୍‌ଡୋନାଲ୍ଡ ରେଖା’ କୁହାଗଲା। ସ୍ବାଧୀନତା ପରେ ଭାରତ ଏହି ରେଖାକୁ ସ୍ବୀକାର ନ କରି ଜନସନ୍‌ ରେଖା ଅନୁଯାୟୀ ଅକ୍‌ସାଇ ଚାଇନାକୁ ନିଜର କହୁଛି, କିନ୍ତୁ ଚାଇନା ମ୍ୟାକାର୍ଟନୀ-ମାକ୍‌ଡୋନାଲ୍ଡ ରେଖା ଅନୁସାରେ ଏହାକୁ ନିଜର ଦାବି କରୁଛି। ଏହି ଅଞ୍ଚଳରେ ଥିବା ଗଲଓ୍ବାନା ଉପତ୍ୟକା ଓ ପୋଙ୍ଗ୍‌ୟାଙ୍ଗ୍‌ ହ୍ରଦ ନିକଟରେ ଏବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଲାଗୁଛି।
ଏହିପରି ଭାବେ ଭାରତ-ଚାଇନା ସୀମା ସୁସ୍ପଷ୍ଟ ଓ ସୁନିର୍ଦ୍ଦିଷ୍ଟ ନାହିଁ। ଯାହା ଅଛି ତାହା ହେଉଛି ପ୍ରକୃତ ନିୟନ୍ତ୍ରଣ ରେଖା ଏବଂ କୌଣସି ଦେଶ ଏହାକୁ ସରକାରୀ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ। ଉଭୟ ଦେଶ ପାଇଁ ଗ୍ରହଣୀୟ ହେବା ଭଳି ଏକ ସୀମା ନିର୍ଦ୍ଧାରଣ ହୋଇପାରିଲେ ପୃଥିବୀର ଦୁଇ ସର୍ବବୃହତ୍‌ ଜନବହୁଳ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପିତ ହୋଇପାରିବ।
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର,
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?