ସୀମାନ୍ତ ଗାଁ ଗାଙ୍ଗିଯୋଡ଼ିକୁ ଅବହେଳାର ଅନ୍ତ ନାହିଁ: ଘର ଅନୁଗୋଳ, ସ୍କୁଲ ଢେଙ୍କାନାଳ

ବଅଁରପାଳ, ୭।୬ (ଉପେନ୍ଦ୍ର ରାଉତ)- ସଭିଏଁ ପଢ଼ିବେ। ସେଥିପାଇଁ ସ୍କୁଲ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ ଶିକ୍ଷାନୁଷ୍ଠାନଟିଏ ନ ଥିଲେ କେମିତି ଏହା ସମ୍ଭବ ହେବ? କିପରି ସାକାର ହେବ ବିଦ୍ୟାଳୟ ଶିକ୍ଷାକୁ ନେଇ ସରକାର ରଖିଥିବା ଏହି ଲକ୍ଷ୍ୟ? ଅନୁଗୋଳ ଜିଲାର ସୀମାନ୍ତରେ ଥିବା ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗ୍ରାମବାସୀଙ୍କ ମନରେ ଦୀର୍ଘବର୍ଷ ହେଲା ଉଙ୍କି ମାରୁଛି ଏପରି ପ୍ରଶ୍ନ। କାରଣ ଏହି ରାଜସ୍ବ ଗଁାର ପିଲାମାନଙ୍କ ପାଇଁ ବିଦ୍ୟାଳୟ କି ଅଙ୍ଗନଓ୍ବାଡିର ସୁବିଧା ନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ମଧ୍ୟ ଶୁଣୁନି। ତେଣୁ ସେମାନେ ଅନୁଗୋଳ ଜିଲାର ବାସିନ୍ଦା ହୋଇ ଢେଙ୍କାନାଳ ଜିଲାରେ ଥିବା ପଡ଼ୋଶୀ ଗଁା ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛନ୍ତି। କେବଳ ଶିକ୍ଷା ନୁହେଁ, ରାଜସ୍ବ ଗ୍ରାମ ହୋଇଥିଲେ ବି ଏଠାରେ ପାଇପ୍‌ ଜଳର ବ୍ୟବସ୍ଥା ନାହିଁ। ଜମିକୁ ଜଳସେଚନ ସୁବିଧା ନାହିଁ। ଏପରି ଅବହେଳା ପାଇଁ ପ୍ରଶାସନ ଉପରେ ପୂରା ଖପ୍ପା ହୋଇଛନ୍ତି ଗ୍ରାମବାସୀ।
ଗ୍ରାମର ଅନିଲ ବାରିକ, ଉପେନ୍ଦ୍ର ଭୁକ୍ତା ଓ ୱାର୍ଡ ସଭ୍ୟା ତିଳ ଦେହୁରୀଙ୍କ କହିବା ଅନୁଯାୟୀ, ଗଡ଼ସନ୍ତ୍ରୀ ପଞ୍ଚାୟତ ଅଧୀନରେ ରହିଛି ଏହି ରାଜସ୍ବ ଗ୍ରାମ। ବ୍ଲକ ମହକୁମା ଠାରୁ ଗଁାର ଦୂରତା ମାତ୍ର ୨୦ କିଲୋମିଟର। ହେଲେ ସରକାରୀ ସୁବିଧା ସୁଯୋଗ କ୍ଷେତ୍ରରେ ଗାଙ୍ଗିଯୋଡ଼ି ସମ୍ପୂର୍ଣ୍ଣ ଅବହେଳିତ। ଏଠାରେ ୩ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ। ଗଁାରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ। ପାନୀୟ ଜଳ ପାଇଁ ୩ଟି ନଳକୂଅକୁ ଛାଡ଼ିଦେଲେ ପାଇପ୍‌ ପାଣିର ସୁବିଧା କରାଯାଇନି। ଜଳସେଚନ ପାଇଁ କିଛି ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଡ୍ରେନ୍‌ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି। ଏପରି ଅବସ୍ଥାରେ ସର୍ବନିମ୍ନ ସୁବିଧା ସ୍ବରୂପ ଗଁାରେ ଶିକ୍ଷାନୁଷ୍ଠାନଟିଏ ପାଇଁ ସେମାନେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରଶାସନର ଅବହେଳାର ଅନ୍ତ ହେଉ ନ ଥିବାରୁ ସେମାନେ ପଡ଼ୋଶୀ ଢେଙ୍କାନାଳ ଜିଲା ହିନ୍ଦୋଳ ସଞ୍ଜପଡ଼ା ଗ୍ରାମରୁ ଉପକୃତ ହେଉଛନ୍ତି। ତେଣୁ ସଞ୍ଜପଡ଼ା ଗ୍ରାମବାସୀଙ୍କ ସହ ଗାଙ୍ଗିଯୋଡ଼ିବାସୀ ଉତ୍ତମ ସମ୍ପର୍କ ସ୍ଥାପନ କରିଛନ୍ତି। ସଞ୍ଜପଡ଼ାରେ ହେଉଥିବା ମେଳା ମହୋତ୍ସବରେ ସେମାନେ ସାମିଲ ହେଉଛନ୍ତି। ଚାନ୍ଦା ମଧ୍ୟ ଦେଉଛନ୍ତି। ସଞ୍ଜପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପିଲାମାନଙ୍କୁ ପଢ଼ିବାକୁ ଛାଡ଼ୁଛନ୍ତି। ରାଜସ୍ବ ଗ୍ରାମ ଦୃଷ୍ଟିରୁ ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର। ମାତ୍ର ଜିଲା ପ୍ରଶାସନ ସେମାନଙ୍କ ସହ ନ୍ୟାୟ କରୁ ନ ଥିବା ଗାଙ୍ଗିଯୋଡ଼ିବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବଅଁରପାଳ ବିଡିଓ ଡ. ସ୍ବରୂପାନନ୍ଦ ସାହୁଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଜଣ ଚାଷୀଙ୍କୁ ମୃତ୍ତିକା କାର୍ଡ

ଅନୁଗୋଳ ଅଫିସ୍‌, ୫।୧୨: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା...

ଜୀବାଣୁ ନାଶକ ସିଞ୍ଚନ

ବଅଁରପାଳ,୨୭ା୩(ଡି.ଏନ.ଏ.):ନାଲ୍‌କୋ କଲୋନୀର ବିଭିନ ସ୍ଥାନରେ ଶୁକ୍ରବାର ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। କୋଅପରେଟିଭ ଛକ, ଜଗନ୍ନାଥ ମନ୍ଦିର ଛକ, ୩ ମହଲା ଛକରେ ସିଆଇଏସ୍‌ଏଫ୍‌ ସହାୟତାରେ...

ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର...

ଆଷାଢ଼େ ଖୋଲିବ ଜଳଛତ୍ର

ଅନୁଗୋଳ ଅଫିସ୍‌, ୬।୬ – ବୈଶାଖ ଯାଇ ଜ୍ୟେଷ୍ଠ ସରିବାକୁ ବସିଲାଣି। ଆଉ କିଛି ଦିନ ପରେ ଆଷାଢ଼ ପଶିବ। କିନ୍ତୁ ଏଯାଏ ଅନୁଗୋଳରେ ଜଳଛତ୍ର...

ଅନୁଗୋଳରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ: ମୋ ସରକାର ନିୟମାବଳୀ ଶୁଭାରମ୍ଭ

ଅନୁଗୋଳ ଅଫିସ, ୧୦।୧ – ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁରୁବାରଠାରୁ ଦୁଇଦିନିଆ...

ସାତକୋଶିଆରେ ୧୮୪୫ ପିଆଇପି, ୨୪୬ ଟ୍ରାଞ୍ଜାକ୍ଟ ଲାଇନ:ବାଘ ସର୍ବେକ୍ଷଣ ଆରମ୍ଭ

ବନ୍ତଳା,୧୭ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା ଆଞ୍ଚଳିକ ବନ ସଂରକ୍ଷଣ ଅଧୀନରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସୋମବାରଠାରୁ ତୃଣଭୋଜି ଓ ମାଂସାସୀ ପ୍ରାଣୀଙ୍କ ସର୍ବେକ୍ଷଣ ଆରମ୍ଭ ହୋଇଛି।...

ବିତରଣରେ ହେରଫେର ଅଭିଯୋଗ

ଅନୁଗୋଳ ଅଫିସ, ୧୯।୪ – ଅନୁଗୋଳ ଜିଲା ଛେଳିଆପଡ଼ାସ୍ଥିତ ଖାଉଟି ଦ୍ରବ୍ୟ ବିତରକ ଜନ୍ମେଜୟ ସାହୁ (ଡିଲର ନମ୍ବର- ୦୧୦୧ପି୦୬୦) ୩ ମାସର ରାଶନ ସାମଗ୍ରୀ...

୨ୟ ରୁଚି ଅନୁଗୋଳ ଉତ୍କର୍ଷ ସମ୍ମାନ- ୨୦୧୯: ସମ୍ବର୍ଦ୍ଧିତ ହେଲେ ୮ ପ୍ରତିଭା

ଅନୁଗୋଳ ଅଫିସ, ୯।୧୨ – ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଡ୍ରିମ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଅନୁଗୋଳର ବିଜୁ ମଇଦାନ ଠାରେ ୨ୟ ରୁଚି ଅନୁଗୋଳ ଉତ୍କର୍ଷ...

Coronavirus Update


Archives

Model This Week

Why Dharitri