ସିସିଟିଭିରେ ଲଢ଼େଇ ଦେଖୁଛି ବନ ବିଭାଗ: ସୁନ୍ଦରୀକୁ ଝାମ୍ପ ଦେଉଛି ପୁରୁଣା ବାଘୁଣୀ

ବନ୍ତଳା,୧୯ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ରାଇଗୁଡା ରେଞ୍ଜ ଏନକ୍ଲୋଜର ମଧ୍ୟରେ ଥିବା ବାଘୁଣୀ ସୁନ୍ଦରୀ ସହ ଲଢ଼େଇ କରିବାକୁ ତୟାର ହେଉଛି ପୁରୁଣା ବାଘୁଣୀ। ଅଭୟାରଣ୍ୟରେ ସ୍ଥିତି ଜାହିର ତଥା ନିଜ ସୀମା ନିର୍ଦ୍ଧାରଣ ପାଇଁ ଅଧିକାଂଶ ଦିନ ପୁରୁଣା ବାଘୁଣୀ ଏନ୍‌କ୍ଲୋଜର ନିକଟକୁ ଆସି ଝାମ୍ପ ମାରୁଥିବା ବେଳେ ସୁନ୍ଦରୀ ମଧ୍ୟ ପାଲଟା ଜବାବ ଦେଉଛି। ଫଳରେ ଏନ୍‌କ୍ଲୋଜରର ତାର ଜାଲି ଦୋହଲି ଯାଉଛି। ଦୁଇ ବାଘୁଣୀଙ୍କ ମଧ୍ୟରେ ଏପରି ଲଢ଼େଇ ସ୍ଥିତି ସିସିଟିଭିରେ ଦେଖାଯିବା ପରେ ଏହାକୁ ଏଡ଼ାଇବା ପାଇଁ ପ୍ରୟାସ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ମଣିଷ ମାରିବା ପରଠାରୁ ବାଘୁଣୀ ସୁନ୍ଦରୀକୁ ୨୦୧୮ ନଭେମ୍ବର ୬ରୁ ରାଇଗୁଡାସ୍ଥିତ ଏନକ୍ଲୋଜରରେ ରଖାଯାଇଛି। ତେବେ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ପୂର୍ବରୁ ଥିବା ପୁରୁଣାବାଘୁଣୀ ଅଧିକାଂଶ ଦିନ ଏନକ୍ଲୋଜର ନିକଟକୁ ଆସି ସୁନ୍ଦରୀ ସହ ଲଢ଼େଇ ପାଇଁ ଝାମ୍ପ ମାରୁଥିବା ଦେଖାଯାଉଛି। ଅପରାହ୍ନ ୫ଟାରୁ ବିଳମ୍ବିତ ରାତି ଯାଏ ପୁରୁଣା ବାଘୁଣୀ ଏନ୍‌କ୍ଲୋଜର ମଧ୍ୟକୁ ପ୍ରବେଶ ପାଇଁ ବାରମ୍ବାର ଉଦ୍ୟମ କରୁଥିବା ବେଳେ ଭିତରେ ଥିବା ସୁନ୍ଦରୀ ମଧ୍ୟ ଲଢ଼େଇ ପାଇଁ ତାରଜାଲି ଉପରକୁ କୁଦା ମାରୁଛି। ଏନ୍‌କ୍ଲୋଜର ଚାରିପଟେ ଲାଗିଥିବା ସିସିଟିଭି କ୍ୟାମେରାରେ ବନ ବିଭାଗ କର୍ମଚାରୀମାନେ ଏହା ଦେଖୁଥିବା ଜଣାପଡ଼ିଛି। ଏ ବିଷୟରେ ଆଞ୍ଚଳିକ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ କୁହନ୍ତି, ବାଘମାନେ ସେମାନଙ୍କ ସୀମା ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଅନ୍ୟ ବାଘ ସହ ସେମାନଙ୍କୁ ଲଢ଼େଇ କରିବାକୁ ପଡ଼େ। ସାତକୋଶିଆ ପୁରୁଣା ବାଘୁଣୀ ସୁନ୍ଦରୀକୁ ଦେଖି ଗର୍ଜନ କରୁଛି। ଲଢ଼େଇ ପାଇଁ ଉଭୟ ଝାମ୍ପ ଦେଉଛନ୍ତି। ସିସିଟିଭି କ୍ୟାମେରାରେ ଏହା ଦେଖାଯିବା ପରେ ଏନ୍‌କ୍ଲୋଜର ଜାଲିରେ ଗଛଲତା ମାଡ଼ିବା ପରି ସବୁଜ ନେଟ୍‌ ଦିଆଯାଇଛି। ତଥାପି ଛୋଟ ଛୋଟ କଣା ଓ ଗନ୍ଧ ବାରି ଉଭୟ ବାଘୁଣୀ ଲଢ଼େଇ କରିବାକୁ ଝାମ୍ପ ମାରୁଥିବା ଆର୍‌ସିସିଏଫ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ସ୍ବାମୀ, ଝିଅଙ୍କୁ ଛାଡ଼ି ମହିଳା ଫେରାର

ଅନୁଗୋଳ ଅଫିସ,୧୧।୧- ସ୍ବାମୀ, ଝିଅଙ୍କ ସହ ବାପଘରକୁ ଯାଉଥିବା ଜଣେ ମହିଳା କୌଶଳକ୍ରମେ ସେମାନଙ୍କୁ ଛାଡ଼ି ସମ୍ପର୍କୀୟ ଭିଣୋଇଙ୍କ ସହ ଫେରାର ହୋଇଯିବା ଅନୁଗୋଳ ଜିଲାରେ...

ବଢ଼ିବ ସାଧାରଣଙ୍କ ସଙ୍କଟ

ଅନୁଗୋଳ ଅଫିସ, ୮।୧୨ କରୋନା କାୟାରୁ ଲୋକଙ୍କୁ ନିସ୍ତାର ମିଳିନି। ଦୋହଲି ଯାଇଥିବା ସେମାନଙ୍କ ଆର୍ଥିକ ସ୍ଥିତି ଏଯାଏ ମଜଭୁତ ହୋଇନି। ଏପରି ସମୟରେ ଅତ୍ୟାବଶ୍ୟକ...

ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା

ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ...

ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୨: ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରି ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାର ନିଷ୍ପିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗଦଖଲ କରିଆସୁଥିବା ଚାଷଜମି ଓ ବାସଜମି...

ସହାୟତା ଡେସ୍କରୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ, ୩୦।୧୧: ମେଡିକାଲ ଆସିଥିବା ରୋଗୀଟିଏ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଥାଏ। ଏପରି କି ବିଭାଗୀୟ ଡାକ୍ତରଙ୍କ ନିକଟରେ...

୪୯ନଂ ଜାତୀୟ ରାଜପଥରେ ଜଳିଗଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଲଲହଡ଼ା,୧୨।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ବୁଧବାର ଏକ ଦଶ ଚକିଆ ଟ୍ରକ୍‌...

ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍‌ ନିଶା କାରବାର

ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍‌ ନିଶା କାରବାର ବେଶ୍‌ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍‌ ବୋତଲ...

୮୫ ପରୀକ୍ଷା କେନ୍ଦ୍ର, ୮ ନୋଡାଲ ସେଣ୍ଟର

ଅନୁଗୋଳ ଅଫିସ, ୧୯।୧ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହେବ। ଏ ନେଇ ପରିଷଦ...

Advertisement
Archives

Model This Week