ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ କମ୍ପାନୀର ଜାଲରେ ପଡିଛନ୍ତି ଶତାଧିକ ଯୁବକ। ସିଙ୍ଗାପୁରରେ ଚାକିରି କରାଇଦେବା ନଁାରେ ଜବ ଟ୍ରାକ କନ୍ସଲଟାନ୍ସି ଆଣ୍ଡ ଟ୍ରେନିଂ ସେଣ୍ଟର ନାମକ ଏକ କମ୍ପାନୀ ପ୍ରାୟ ୫୦୦ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ସଂଗ୍ରହ କରିଥିଲା। ଉକ୍ତ ଟଙ୍କା ନେଇ ମେ ୧ ତାରିଖରେ କମ୍ପାନୀ ମୁଖ୍ୟ ସୁବ୍ରତ କୁମାର ପାଳ ଏବଂ ବଳରାମ ମହାରଣା ଫେରାର ହୋଇ ଯାଇଛନ୍ତି। ଏ ନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରିଥିଲା। ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାର ତଦନ୍ତ କରିବା ପାଇଁ ଡ଼ିଏସ୍ପି ରାମକୃଷ୍ଣ ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ମାସେ ପରେ ବି ଉକ୍ତ କମ୍ପାନୀର ମୁଖ୍ୟଙ୍କୁ ଧରି ପାରୁନାହିଁ। ଚାକିରି ଆଶାରେ ଟଙ୍କା ଦେଇ ସର୍ବାହରା ହୋଇଥିବା ଅନେକ ଗରିବ ପିଲା ଏବେ ନ୍ୟାୟ ନ ପାଇ ହତାଶ ହୋଇଛନ୍ତି। ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗୌତମ ନଗରରେ ଉପରୋକ୍ତ କମ୍ପାନୀ ଖୋଲିଥିଲା। ସିଙ୍ଗାପୁରର ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବା ନଁାରେ ଏହି କମ୍ପାନୀ ବିଜ୍ଞାପନ ପ୍ରକାଶ କରିଥିଲା। ଫଳରେ ଗଞ୍ଜାମ ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶତାଧିକ ଯୁବତୀ ଯୁବକ ଏହି କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସିଙ୍ଗାପୁରରେ ଚାକିରି କରାଇ ଦେବାକୁ କମ୍ପାନୀ ମୁଖ୍ୟ ପାଳ ଓ ବଳରାମ ମହାରଣା ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କମ୍ପାନୀ ମୁଖ୍ୟ ଶତାଧିକ ଯୁବକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପାସପୋର୍ଟ, ଭିଜା ଓ ଟିକେଟ ସହିତ ମେଡିକାଲ ପରୀକ୍ଷା ଓ ଅନ୍ୟାନ୍ୟ କାଗଜପତ୍ର ପାଇଁ ପ୍ରତ୍ୟେକ ଯୁବତୀ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ନେଇଥିଲେ। କେତେକ ଯୁବକଙ୍କୁ ପାସପୋର୍ଟ ଭିଜା ସହ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ହେଲେ ତାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା। ଯୁବକମାନେ କମ୍ପାନୀ ସହ ଯୋଗାଯୋଗ କରି ନିରାଶ ହୋଇଥିଲେ। ମେ ୧ ତାରିଖରେ ଶତାଧିକ ଯୁବକ କମ୍ପାନୀ ମୁଖ୍ୟ ପାଳଙ୍କ ବାସଭବନ ଘେରାଉ କରିଥିଲେ। ପରେ ଯୁବକମାନେ ଏସ୍ପିଙ୍କ ନିକଟରେ ଗୁହାରି କରିଥିଲେ। ଏନେଇ ସଦର ଥାନାରେ ମାମଲା ରୁଜୁ କରାଯାଇଛି। ହେଲେ ଏବେ ସୁଦ୍ଧା କମ୍ପାନୀ ମୁଖ୍ୟଙ୍କ ପୋଲିସ ସୁରାକ ପାଇପାରିନାହିଁ। ଏନେଇ ତଦନ୍ତ ଦାୟିତ୍ୱରେ ଥିବା ଡିଏସପି ପତି କୁହନ୍ତି, ଉକ୍ତ କମ୍ପାନୀ ମୁଖ୍ୟଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯାଉଛି। ହେଲେ ସେ ବାରମ୍ବାର ତାଙ୍କ ଠିକଣା ବଦଳାଉଥିବାରୁ ତାଙ୍କୁ ଧରିବା କଷ୍ଟକର ହେଉଛି। ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୁବ୍ରତ ଓ ବଳରାମଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ସେ କହିଛନ୍ତି। ଅନ୍ୟପଟେ ସୁବ୍ରତଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍ କରାଯାଇଛି ବୋଲି ଡ଼ିଏସପି ପତି କହିଛନ୍ତି।
କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…
ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି…
ପାର୍କିଂ କାର୍ ଉପରେ ମାଡ଼ିଗଲା ପିକ୍ଅପ୍ ସହ ଟ୍ରକ୍, ଆଉ ତା’ ପରେ…
ଛତ୍ରପୁର,୨୧ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଶନିବାର ଏକ ଅଜବ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ପାର୍କିଂରେ ଥିବା ଏକ…
ଶୁଣିଲାନି ପ୍ରଶାସନ, ମତ୍ସ୍ୟଜୀବି ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ
ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ସଂଗଠନ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆ…
ବାତ୍ୟାରେ ଥରହର ତାରାତାରିଣୀ ପାହାଡ଼: ଲଗାଣ ବର୍ଷାରେ ଭୂସ୍ଖଳନ
ପୁରୁଷୋତ୍ତମପୁର, ୨୦।୧୧ (ସବିତା ମିଶ୍ର): ବାତ୍ୟା ‘ଅକ୍ୱାନ୍’ର ପ୍ରଭାବରେ ଲଗାଣ ବର୍ଷା ଏବେ ତାରାତାରିଣୀ ପାହାଡ଼ ପାଇଁ ବିପଦ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ…
ବିପଦ ଟଳିଲା, ତଥାପି ସଜାଗ ରହିବାକୁ ପରାମର୍ଶ: ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ …
ଛତ୍ରପୁର/ଦିଲ୍ଲୀପ ସାମଲ, ୨୦/୧୧: ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଞ୍ଜାମ…
ଅକ୍ୱାନ ପ୍ରଭାବରେ ଭାଙ୍ଗିଲା ଶିଶୁଣ୍ଡା-ଚିଙ୍ଗୁଡ଼ିଆ ନାଳ ଘାଇ, ଶହଶହ ହେକ୍ଟର ଚାଷଜମି ଜଳମଗ୍ନ
ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ…
ଗାଁ ଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି ନେଲେ ମହିଳା
ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭୀମପୁର ପଞ୍ଚାୟତରେ ଜନଆକ୍ରୋଶ ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ମହିଳାମାନେ ଗାଁଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି…
ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ବି ୨୪ ଘଣ୍ଟା ସତର୍କ ରହିବାକୁ ଜିଳାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା…

