ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ କରାଯାଇ ନାହିଁ। ହେଲେ ଏହି ଅବସରରେ ଦଳ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲେ ହେଁ ଏଥିରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ଅନୁଗୋଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସହ ଦଳର ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା ନିୟମର ଏପରି ଉଲ୍ଲଂଘନକୁ ସହରବାସୀ ନାପସନ୍ଦ କରିଛନ୍ତି।
ଶିବିରରେ ଉପସ୍ଥିତ ବିଧାୟକ ସିଂହ ମୁହଁରେ ମାସ୍କ ବାନ୍ଧିଥିଲେ। ତାଙ୍କ ପରି ଅନ୍ୟ କେତେଜଣ ମଧ୍ୟ ମାସ୍କ ପରିଧାନ ନିର୍ଦ୍ଦେଶର ପାଳନ କରିଥିଲେ। ହେଲେ ସାମାଜିକ ଦୂରତା ରକ୍ଷା ନିୟମ ନ ମାନି ଦଳୀୟ ନେତା, କର୍ମୀଙ୍କ ସହ ପାଖାପାଖି ଠିଆହେବା, ଫଟୋ ଉଠାଇବା ବିଧାୟକଙ୍କୁ ବିବାଦ ଘେରକୁ ଟାଣି ନେଇଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଧାୟକ ଅନ୍ୟମାନଙ୍କୁ ସଚେତନ କରୁଥିବା ଓ କରୋନା ଯୋଦ୍ଧାଙ୍କୁ ସାବାସୀ ଦେଉଥିବା ବେଳେ ନିଜେ ସାମାଜିକ ଦୂରତା ରକ୍ଷା ନିୟମ ପାଳନ ନ କରିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ନେଇ ବିଧାୟକ ସିଂହଙ୍କ ସହ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ ନ କରିବାରୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ପଥର ଖାଦାନରେ ଚଢ଼ାଉ: ୭ ଟ୍ରକ୍‌, ୨ ଜେସିବ ଜବତ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲା ଓଡ଼ପଡ଼ା ତହସିଲ ଅଧୀନ ରାଣୀବଣିଆ ବେଆଇନ ପଥର ଖାଦାନରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଏଥିରେ ୭ ଟ୍ରକ ଓ ୨...

ଅମ୍ଫନ୍‌ରେ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ : ରିପୋର୍ଟ ଦେଲା ପ୍ରଶାସନ

ଜଳେଶ୍ୱର,୨୭।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ମୋଟ ଚାଷ ହୋଇଥିବା ୮ହଜାର ହେକ୍ଟର ଜମି ମଧ୍ୟରୁ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି...

୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ

ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍‌. ଶାନ୍ତି (୨୭)। ଗୋଳନ୍ଥରା...

ସର୍ଭେରେ ଅଟକିଛି ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୭।୧୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଚଳିତବର୍ଷର ପ୍ରଥମାର୍ଦ୍ଧରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବ୍ୟାସ...

ହାତୀ ଶାବକ ଜନ୍ମ , ଗ୍ରାମବାସୀ ଭୟଭୀତ

ବାଙ୍ଗିରିପୋଷି,୮ା୧(ଡ଼ି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ଓ ଗୋଲାମୁଣ୍ଢାକଟା ଆଦି ୪ଟି ପଞ୍ଚାୟତରେ ହାତୀପଲ ଉପଦ୍ରବ ଚଳାଇ ବିପୁଳ ଫସଲ ନଷ୍ଟ କରିଛନ୍ତି। ତେବେ ଏହି...

ପୋଲିସକୁ ବୋମା ଫିଙ୍ଗି ଖସିଗଲେ ୨, ଧରାପଡ଼ିଲେ ୫ ଅଭିଯୁକ୍ତ

ଗୋପାଳପୁର,୩ା୩(ଡି.ଏନ.ଏ.): ବ୍ରହ୍ମପୁର ପୋଲିସ ଜିଲା ଅଧୀନ ୪ ଥାନା ଅଞ୍ଚଳରୁ ଗତ ୬ରୁ ୭ ମାସ ମଧ୍ୟରେ ଏକାଧିକ ଘରୁ ଚୋରି ଘଟଣାରେ ସମ୍ପୃକ୍ତ ୫...

ସିଏମ୍‌ସି ପକ୍ଷରୁ ଜାରି ହେଲା ଏସ୍‌ଓପି; କରୋନା: ବଢୁଛି ସଚେତନତା, ସତର୍କତା

କଟକ ଅଫିସ,୧୮୩: କରୋନା ଭୂତାଣୁର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ହେଲେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ବହୁମାତ୍ରାରେ ସତର୍କ ରହିବା...

ବଡ଼ଭାଇଙ୍କ ଆକ୍ରମଣରେ ସାନଭାଇଙ୍କ ଜୀବନଗଲା

ବାହାନଗା,୨୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମର ଏକ ପରିବାରରେ ପାହାଚ ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ...

Advertisement
Archives

Model This Week