ସାବରମତି ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠାର ବିକାଶ

କଟକ ଅଫିସ, ୧୪ା୧୨: କଟକରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ ପଠାର ୪୦୦ ଏକର ପରିମିତ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ, ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ, ବୋସ ଇଞ୍ଜିନିୟରିଂ ସ୍କୁଲର ସମ୍ପ୍ରସାରଣ, ପଞ୍ଚତାରକା ହୋଟେଲ ନିର୍ମାଣ ସହ ସରକାରୀ କାର୍ଯ୍ୟାଳୟମାନ ମଧ୍ୟ ସ୍ଥାନାନ୍ତର କରାଯିବ। ଏହି ପ୍ରକଳ୍ପର ନାମ ବାଲିଯାତ୍ରା ରିଭରଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ (ବର୍‌ଫି) ରଖାଯାଇଛି। ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତରେ ଆସି ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ଏହି ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରିବା ସହିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକାରିତା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶଥାଉ କି, କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ବାଲିଯାତ୍ରା ପାର୍ଶ୍ୱ ମହାନଦୀ ପଠାରୁ ୧୦୦ ଫୁଟ ଚଉଡା ୩.୫ କି.ମି. ପରିଧି ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ପର୍ଯ୍ୟନ୍ତ ଅଞ୍ଚଳକୁ ବାଲିରେ ପୋତାଯାଇ ବୃକ୍ଷରୋପଣ, ଚଲାପଥ, ବସିବା ପାଇଁ ସିମେଣ୍ଟ ବେଞ୍ଚ ଆଦି ନିର୍ମାଣ କରାଯିବ। ସେହିପରି ଏହି ପ୍ରକଳ୍ପ ସହିତ ରିଂରୋଡକୁ ସଂଯୋଗ କରାଯାଇ ବାଇପାସ ରୋଡ ନିର୍ମାଣ କରାଯିବ। ବାଇପାସ ରୋଡ ନିର୍ମାଣ ହେବା ଯୋଗୁ ବାଲିଯାତ୍ରା ସମୟରେ ହେଉଥିବା ଭିଡ଼କୁ ରୋକି ହେବ ବୋଲି ଜିଲାପାଳ ଚୟନୀ କହିଛନ୍ତି। ଏହି ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ରାଜସ୍ବ, ଜଳ ସମ୍ପଦ, ପୂର୍ତ୍ତ, ଗୃହ ନଗର ଉନ୍ନୟନ, କ୍ରୀଡା, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହଯୋଗରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଦ୍ୱାରା କରାଯିବ। ଏହି ପ୍ରକଳ୍ପ ଫଳରେ କଟକ ସହରବାସୀ ବହୁ ଉପକୃତ ହେବା ସହ ସମଗ୍ର ଜିଲାର ବହୁ ଉନ୍ନତି ହେବ ବୋଲି ମନ୍ତ୍ରୀ ଜେନା କହିଛନ୍ତି ା ତେବେ ଏହି ପ୍ରକଳ୍ପକୁ ନେଇ ଏବେ ପରିବେଶଜନିତ ପ୍ରଶ୍ନ ଉଠିଛି। ଅତୀତରେ ବାଲିଯାତ୍ରା ଦ୍ୱାରା ମହାନଦୀର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଥିଲା। ବାଲିଯାତ୍ରା କରିବା ପାଇଁ ଏନ୍‌ଜିଟିଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜିଲା ପ୍ରଶାସନକୁ ଦିଆଯାଇଥିଲା। ଏବେ ମହାନଦୀ ପଠାରେ ଏହି ବୃହତ୍‌ ପ୍ରକଳ୍ପ ନଦୀର ଜୈବ ବିବିଧତାକୁ ପ୍ରଭାବିତ କରିବ କି ବୋଲି ପ୍ରଶ୍ନରେ ସେଥିପ୍ରତି ଧ୍ୟାନ ଦିଆଯାଇଥିବା ଜିଲାପାଳ ଚୟନୀ କହିଛନ୍ତି। ବାରବାଟୀରେ ଅନେକ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ମାତ୍ର ଖେଳାଳିମାନେ ରହିବା ପାଇଁ ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ନାହିଁ। ସେହିପରି ସହରରେ ଗୋଟିଏ ରିକ୍ରିଏସନ ହବ୍‌ ମଧ୍ୟ ନାହିଁ। ଏବେ ବର୍‌ଫି ଏହି ସମସ୍ତ ଅଭାବ ଅସୁବିଧାକୁ ପୂରଣ କରିବା ସହିତ କଟକର ଗରିମାକୁ ବୃଦ୍ଧି କରିବ ବୋଲି ଜିଲାପାଳ କହିଛନ୍ତି। ବାଲିଯାତ୍ରା ସହିତ କଟକର ସମ୍ପର୍କ ରହିଛି। ତେଣୁ ଉକ୍ତ ପ୍ରକଳ୍ପର ନାମକୁ ବାଲିଯାତ୍ରା ସହିତ ଯୋଡାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ତାରିଖ ଅପରାହ୍ନରେ ସାମାଜିକ ଗଣମାଧ୍ୟମରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚଳିତ ମାସ ୧୩ ତାରିଖ(ଗୁରୁବାର) ଅପରାହ୍ନ...

୫୦୧୫ ପଡ଼ା ଗ୍ରାମକୁ ମିଳିବ ରାଜସ୍ବ ଗ୍ରାମ ମାନ୍ୟତା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ୫,୦୧୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ଏହି ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ପାଇଁ ରାଜସ୍ବ ପର୍ଷଦ ୨୦୧୪ ଜୁନ୍‌...

ଚୋରାକାଠ କାରଖାନାରେ ଚଢ଼ାଉ

ବାରିପଦା ଅଫିସ, ୩।୨-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାଗଦିଆ ଗଉଡଡିଆଠାରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସେଠାରେ...

ଷୋଡ଼ଶ ବିଧାନସଭା: ବିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି। ଏଥିରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ...

ଘର ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲା ପରିବାର

ବରଗଡ଼ ଅଫିସ/ଝାରବନ୍ଧ, ୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ଟୁର୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ନିଜ ଘର ସମ୍ମୁଖରୁ ଗୁରୁବାର ବିଳମ୍ବିତ ରାତିରେ...

ଘରେ ତାଲା ପକାଇ ଯାଇଥିଲେ , ଫେରିଲା ବେଳକୁ

ରାୟଗଡା ଅଫିସ,୩୧।୭: ରାୟଗଡ଼ାରେ ବଡ ଧରଣର ଚୋରି ହୋଇଛି। ରାୟଗଡା ରୟତ କଲୋନୀ ୬ ସାହିରେ ଏକ ଘରୁ ୩୦ଲକ୍ଷ ଟଙ୍କା ସହ ୧୦ ଭରି...

ପୁଅ ପଛେ ପଛେ ଚାଲିଗଲେ ମା’

ଭୁବନେଶ୍ୱର,୧୭।୪(ବ୍ୟୁରୋ): କଂଗ୍ରେସର ପିପିଲି ପାର୍ଥୀ ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣିଙ୍କ ଶନିବାର ପରଲୋକ ଘଟିଛି। ପୁଅ ଆଖିବୁଜିବାର ୪ ଦିନ ପରେ ତାଙ୍କ ମା’ଙ୍କ ଦେହାନ୍ତ...

ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ୩ରେ ମତଦାନ

ଭୁବନେଶ୍ୱର,୧।୧୧(ବ୍ୟୁରୋ)-ରାଜ୍ୟର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ସରିଛି ପ୍ରଚାର। ୩ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଯଦି...

Advertisement
Archives

Model This Week