ସାନିଟାଇଜ ସହ ଭୂତାଣୁନାଶକ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୨।୪ (ବ୍ୟୁରୋ)/ କଟକରୋଡ, (ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ବିଶୋଧନ କାର୍ଯ୍ୟକ୍ରମ। ବୁଧବାର ଦ୍ୱିତୀୟ ଦିନରେ ହାଇପୋକ୍ଲୋରାଇଡ୍‌ ମିଶା ପାଣିରେ ରାସ୍ତାଘାଟ ବଜାର, କଲୋନୀ ଆଦିକୁ ସାନିଟାଇଜ୍‌ କରାଯାଇଥିବାବେଳେ ଭୂତାଣୁନାଶକ ଧୂଆଁ ସ୍ପ୍ରେ ଆରମ୍ଭ ହୋଇଛି। ବିଏମ୍‌ସି ଓ ଅଗ୍ନିଶମ ବାହିନୀ ପକ୍ଷରୁ ଏହି କାର୍ଯ୍ୟ ଚାଲିଥିବାବେଳେ ଭୁବନେଶ୍ୱରର ୬୭ ଓ୍ବାର୍ଡ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ୱ ଓ୍ବାର୍ଡକୁ ବିଶୋଧନ କରାଯାଇଛି। ଚଳିତ ସପ୍ତାହରେ ଏହି ପ୍ରକ୍ରିୟାରେ ସମସ୍ତ ଓ୍ବାର୍ଡ ସାମିଲ ହୋଇସାରିଥିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନାନୁସାରେ, ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କ ସହ ୩ ଅଗ୍ନିଶମ ଅଧିକାରୀ ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ଥିବା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସାନିଟାଇଜରେ ସାମିଲ ଅଛନ୍ତି। ମଙ୍ଗଳ ଓ ବୁଧବାର ଦୁଇଦିନରେ ରବି ଟକିଜ ଛକଠାରୁ କଳ୍ପନା ଛକ ଓ କଟକରୋଡ୍‌ ଦେଇ ରସୁଲଗଡ଼ ଛକ, ରସୁଲଗଡ଼ ଶିଳ୍ପାଞ୍ଚଳ, ବଡ଼ଗଡ଼ ହାଟ, ବାପୁଜୀ ନଗର, ଜନପଥ, ସିଆର୍‌ପି, ଫାୟାର ଷ୍ଟେଶନ ଛକ ଆଦି ଅଞ୍ଚଳକୁ ବିଶୋଧନ କରାଯାଇଛି। ଅନ୍ୟପକ୍ଷରେ ଥର୍ମାଲ ଆପ୍ଲିକେଟର ମାଧ୍ୟମରେ ଏବେ ସାରା ସହରକୁ କେମିକାଲଯୁକ୍ତ ଧୂଆଁ ସ୍ପ୍ରେ ବା ଫଗିଂ କରାଯାଉଛି। ଏନେଇ ବିଏମ୍‌ସି ମୋଟ ୧୦ ମେଶିନ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ୪ ନୂଆ ମୁହାଣ : ବଢ଼ିଛି ଲବଣ ମାତ୍ରା

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପ୍ରଭାବରେ ଚିଲିକାରେ ୪ ନୂଆ ମୁହାଣ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ଦୁଇଟି ମୁହାଣ ମଝିରେ ଆଉ ତିନୋଟି ଏବଂ ଉତ୍ତରପଟକୁ...

ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା...

ବରୀରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ

ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ...

ଡ. ଯଯାତି କେଶରୀ ନାୟକଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ ରିଭିଓ୍ବର’ ସମ୍ମାନ

ଭୁବନେଶ୍ୱର, ୨।୪ (ବ୍ୟୁରୋ): କୋଲକାତାସ୍ଥିତ ଭାରିଏବ୍‌ଲ ଏନର୍ଜି ସାଇକ୍ଲୋଟ୍ରନ୍‌ ସେଣ୍ଟର (ଭିଇସିସି)ଠାରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଡ. ଯଯାତି କେଶରୀ ନାୟକଙ୍କୁ ଚଳିତ ବର୍ଷ ‘ଆଉଟ୍‌ଷ୍ଟାଣ୍ଡିଂ...

ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି

ସୁନ୍ଦରଗଡ଼,୩।୯(ଡି.ଏନ୍‌.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର...

ଲଗାଣ ବର୍ଷାରେ ରେଳ ଲାଇନ୍‌ରେ ଖସିଲା ମାଟି ଅତଡ଼ା

ରାୟଗଡା ଅଫିସ,୧୪।୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ରାୟଗଡ଼ା...

କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା...

ପୋଲିସ ପାଇଁ ପାର୍ବଣ ଭିଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର ୨୦।୯ (ବ୍ୟୁରୋ):ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଧୁମ୍‌ଧାମ୍‌ରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବାବେଳେ ପୂଜା ବୁଲିବାକୁ ସହରବାସୀ...

Advertisement
Archives

Model This Week