ସାନିଟାଇଜ ସହ ଭୂତାଣୁନାଶକ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୨।୪ (ବ୍ୟୁରୋ)/ କଟକରୋଡ, (ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ବିଶୋଧନ କାର୍ଯ୍ୟକ୍ରମ। ବୁଧବାର ଦ୍ୱିତୀୟ ଦିନରେ ହାଇପୋକ୍ଲୋରାଇଡ୍‌ ମିଶା ପାଣିରେ ରାସ୍ତାଘାଟ ବଜାର, କଲୋନୀ ଆଦିକୁ ସାନିଟାଇଜ୍‌ କରାଯାଇଥିବାବେଳେ ଭୂତାଣୁନାଶକ ଧୂଆଁ ସ୍ପ୍ରେ ଆରମ୍ଭ ହୋଇଛି। ବିଏମ୍‌ସି ଓ ଅଗ୍ନିଶମ ବାହିନୀ ପକ୍ଷରୁ ଏହି କାର୍ଯ୍ୟ ଚାଲିଥିବାବେଳେ ଭୁବନେଶ୍ୱରର ୬୭ ଓ୍ବାର୍ଡ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ୱ ଓ୍ବାର୍ଡକୁ ବିଶୋଧନ କରାଯାଇଛି। ଚଳିତ ସପ୍ତାହରେ ଏହି ପ୍ରକ୍ରିୟାରେ ସମସ୍ତ ଓ୍ବାର୍ଡ ସାମିଲ ହୋଇସାରିଥିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନାନୁସାରେ, ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କ ସହ ୩ ଅଗ୍ନିଶମ ଅଧିକାରୀ ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ଥିବା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସାନିଟାଇଜରେ ସାମିଲ ଅଛନ୍ତି। ମଙ୍ଗଳ ଓ ବୁଧବାର ଦୁଇଦିନରେ ରବି ଟକିଜ ଛକଠାରୁ କଳ୍ପନା ଛକ ଓ କଟକରୋଡ୍‌ ଦେଇ ରସୁଲଗଡ଼ ଛକ, ରସୁଲଗଡ଼ ଶିଳ୍ପାଞ୍ଚଳ, ବଡ଼ଗଡ଼ ହାଟ, ବାପୁଜୀ ନଗର, ଜନପଥ, ସିଆର୍‌ପି, ଫାୟାର ଷ୍ଟେଶନ ଛକ ଆଦି ଅଞ୍ଚଳକୁ ବିଶୋଧନ କରାଯାଇଛି। ଅନ୍ୟପକ୍ଷରେ ଥର୍ମାଲ ଆପ୍ଲିକେଟର ମାଧ୍ୟମରେ ଏବେ ସାରା ସହରକୁ କେମିକାଲଯୁକ୍ତ ଧୂଆଁ ସ୍ପ୍ରେ ବା ଫଗିଂ କରାଯାଉଛି। ଏନେଇ ବିଏମ୍‌ସି ମୋଟ ୧୦ ମେଶିନ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ,, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri