ସାତକୋଶିଆ ମହୋତ୍ସବ ଉଦ୍‌ଘାଟିତ: ଦର୍ଶକଙ୍କ କରତାଳି ହିଁ ପ୍ରକୃତ ସମ୍ମାନ: ଅରୁଣା

ଅନୁଗୋଳ ଅଫିସ, ୮।୧୨ – ଓଡ଼ିଶୀ ନୃତ୍ୟରେ ପରିଚୟ ପାଇଛି। ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳିଛି। କିନ୍ତୁ ଦର୍ଶକଙ୍କ କରତାଳି ହିଁ ମୋ ପାଇଁ ପ୍ରକୃତ ସମ୍ମାନ ବୋଲି ପଦ୍ମଶ୍ରୀ ଅରୁଣା ମହାନ୍ତି ମତବ୍ୟକ୍ତ କରିଛନ୍ତି। ଅନୁଗୋଳ ଅମଲାପଡ଼ାସ୍ଥିତ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଶନିବାର ସପ୍ତମ ସାତକୋଶିଆ ମହୋତ୍ସବ ଉଦ୍‌ଘାଟନ ଉତ୍ସବରେ ସାତକୋଶିଆ ସମ୍ମାନରେ ସମ୍ମାନିତ କରାଯିବା ଅବସରେ ପଦ୍ମଶ୍ରୀ ମହାନ୍ତି ଏହା ପ୍ରକାଶ କରିଛନ୍ତି।
ଏହି ଅବସରରେ ସେ କହିଥିଲେ ଯେ, ମଞ୍ଚକୁ ଗଲେ ମନରେ ଭୟ ଥାଏ। ପରୀକ୍ଷା ଦେବା ଭଳି ଲାଗେ। ନୃତ୍ୟ ମାଧ୍ୟମରେ ଲୋକଙ୍କ ମନକୁ ଛୁଇଁ ପାରିବି କି ନାହିଁ ସବୁବେଳେ ଚିନ୍ତାରେ ପକାଇଥାଏ। ତେବେ ସାତକୋଶିଆ ମହୋତ୍ସବକୁ ଆସିଥିବା କୁନି କୁନି କଳାକାରଙ୍କୁ ଦେଖି ପିଲାଦିନର ସ୍ମୃତି ମନେ ପଡ଼ୁଥିବା ପଦ୍ମଶ୍ରୀ ମହାନ୍ତି କହିଥିଲେ। ମୁଖ୍ୟ ଅତିଥିଭାବେ ଅନୁଗୋଳର ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିବା ସହ କଳାକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଟେଲି ଅଭିନେତା ଅଶୋକ ଦାସ ଯୋଗଦେଇ କହିଥିଲେ ଯେ, ମୃତ୍ୟୁ ପର୍ଯ୍ୟନ୍ତ କଳାକାରର ସଂଘର୍ଷ ଜାରି ରହିଥାଏ। କିନ୍ତୁ କଳାକାର ମଞ୍ଚରେ ପ୍ରଦର୍ଶନ କରିବା ବେଳେ ନିଜେ କରୁଥିବା ସଂଘର୍ଷ ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ଆଦୌ ଦେଇ ନ ଥାଏ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନାଲ୍‌କୋ ନିର୍ବାହୀ ଅଧିକାରୀ ମନ୍‌ସା ପ୍ରସାଦ ମିଶ୍ର, ବରିଷ୍ଠ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ଉପସ୍ଥିତ ଥିଲେ। ଆୟୋଜକ ନୃତ୍ୟ ନିଳୟ ଅନୁଷ୍ଠାନର ଉପଦେଷ୍ଟା ହେମନ୍ତ ଦାଶ ମହୋତ୍ସବ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମାରୋହରେ ନବାଗତ ପ୍ରତିଭା ସମ୍ମାନରେ ଯଶୋବନ୍ତ ସାମଲଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଭାରତନାଟ୍ୟମ କଳାକାର ଜଲସ୍‌ ଚନ୍ଦ୍ରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଯଜ୍ଞ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଗୁରୁ ସ୍ବପ୍ନାରାଣୀ ସିହ୍ନା ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri