ସର୍ଭରରେ ତ୍ରୁଟି ପାଇଁ ଦ୍ୱିତୀୟ ଦିନ ଏୟାର ଇଣ୍ଡିଆର ୧୩୭ ବିମାନ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ,୨୯-୪: ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ଦୂର ହେଉନାହିଁ। ଶନିବାର ସର୍ଭର ସଫ୍ଟଓ୍ବେରରେ ଦେଖାଦେଇଥିବା ତ୍ରୁଟିର ପ୍ରଭାବ ଯୋଗୁ ୧୪୯ ବିମାନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ରବିବାର ୧୩୭ ଯାତ୍ରାରେ ଅସୁବିଧା ହୋଇଛି। ରବିବାର ଉଡ଼ାଣରେ ୧୯୭ ମିନିଟ ବିଳମ୍ବ ହେବା କାରଣରୁ ଯାତ୍ରୀ ହଟହଟା ହୋଇଛନ୍ତି। ପ୍ରଯୁକ୍ତିଗତ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଚେକ୍‌-ଇନ୍‌, ବ୍ୟାଗେଜ ଏବଂ ସଂରକ୍ଷଣ ସଫ୍ଟଓ୍ବେର ଠିକ୍‌ ଭାବେ ଚାଲି ନ ଥିଲା। ଶନିବାର ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସ ସିଷ୍ଟମ ସଫ୍ଟଓ୍ବେରରେ ତ୍ରୁଟି ଦେଖାଦେଇଥିଲା। ଏଥିଯୋଗୁ  ପୂର୍ବାହ୍ନ ସାଢ଼େ ୩ଟାରୁ ସକାଳ ୮.୪୫ଟା ଯାଏ କାରବାର ଅଟକି ଯାଇଥିଲା। ସୂଚନାଥାଉ କି, ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଦୈନିକ ୬୭୪ ଉଡ଼ାଣ ଭରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri