Posted inଜାତୀୟ

ସର୍ବବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ହାଇଦ୍ରାବାଦ,୨୨ା୬(ପି.ଟି.) : ବିଶ୍ୱର ସର୍ବବୃହତ୍‌ ବହୁମୁଖୀ ଉଠା ଜଳସେଚନ ପ୍ରକଳ୍ପ କାଲେଶ୍ୱରମ୍‌ (କେଏଲ୍‌ଆଇପି)କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଇ.ଏସ୍‌.ଏଲ. ନରସିଂନ୍‌, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ସୀମା ନିକଟ ଜୟଶଙ୍କର ଭୂପାଲପାଲ୍ଲୀ ଜିଲାର ମେଡ଼ିଗାଡ୍ଡାଠାରେ ଉଦ୍‌ଘାଟନୀ ସମାରୋହ କରାଯାଇଥିଲା। ଗୋଦାବରୀ ନଦୀ କୂଳଦେଇ ଯାଇଥିବା କେଏଲଆଇପି ଅଧ କି.ମି. ଉଚ୍ଚରେ ଜଳ ଉଠାଇ ବର୍ଷକୁ ୨ଟି ଫସଲ ଲାଗି ୪୫ ଲକ୍ଷ ଏକର ଜମିକୁ ଜଳସେଚିତ କରିପାରିବ। ଏହା ୭୦ ପ୍ରତିଶତ ପାନୀୟ ଜଳ ସଙ୍କଟ ଦୂର କରିବା ସହ ଶିଳ୍ପକୁ ମଧ୍ୟ ଆବଶ୍ୟକ ଜଳ ଯୋଗାଇବ।
ଏହି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ତେଲେଙ୍ଗାନା ଭଳି ନୂଆ ରାଜ୍ୟ ପାଇଁ ଉତ୍ସାହ ଆଣିଦେଇଛି। ଏକ କୋଟି ଏକର ଜମିକୁ ଜଳସେଚନର ସୁବିଧା ଯୋଗାଇବା ସହ ଏକ ସ୍ବର୍ଣ୍ଣିମ ତେଲେଙ୍ଗାନା ଗଠନ କରିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି କୁହାଯାଉଛି। ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ମେଡ଼ିଗାଡ୍ଡାରେ ସ୍ତ୍ରୀ ଶୋଭା ରାଓଙ୍କ ସହ କେସିଆର ‘ଜପ ସଂକଳ୍ପ ଯଜ୍ଞ’ରେ ଭାଗ ନେଇଥିଲେ। ପରେ ଅତିଥିମାନଙ୍କୁ ପ୍ରକଳ୍ପର ମହାନତା ବୁଝାଇବା ସହ କେସିଆର୍‌ ଫଟୋ ପ୍ରଦର୍ଶନୀ ବୁଲି ଦେଖାଇଥିଲେ। ପରେ ଅତିଥିମାନଙ୍କ ସହ କେନ୍ନେପାଲ୍ଲୀରେ ପହଞ୍ଚି କେସିଆର୍‌ ୬/୧୧ଟି ପମ୍ପ ହାଉସ୍‌ର ଉଦ୍‌ଘାଟନ କରିଥିଲେ। କେସିଆର୍‌ଙ୍କ କ୍ୟାବିନେଟ ସହଯୋଗୀମାନେ ଅନ୍ୟ ବ୍ୟାରେଜ୍‌ ଓ ପମ୍ପହାଉସ୍‌ଗୁଡ଼ିକର ଶୁଭ ଉଦ୍‌ଘାଟନ କରିଥିଲେ।
୮୦,୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୨୦୧୬ରେ ଶୁଭ ଦିଆଯାଇଥିଲା। କେଏଲ୍‌ଆଇପି ବିଶ୍ୱର ଏମିତି ଏକ ପ୍ରକଳ୍ପ ଯାହାକି ଦିନକୁ ୨ ହଜାର ନିୟୁତ କ୍ୟୁବିକ୍‌ ଫୁଟ ଜଳ ଉଠାଇଥାଏ। ଜଳ ସମସ୍ୟା ଦୂର କରିବା ସହ ଗୋଦାବରୀ ଓ କ୍ରିଷ୍ଣାନଦୀ ଜଳ ଆବଣ୍ଟନ ସମ୍ପର୍କରେ କେସିଆର୍‌ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଚଳିତ ମାସ ଶେଷଭାଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ତେଲେଙ୍ଗାନା ସରକାର ପ୍ରକଳ୍ପ ଲାଗି ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କେନ୍ଦ୍ରଠାରୁ ଟଙ୍କାଟିଏ ସାହାଯ୍ୟ ଆସି ନ ଥିବା କେସିଆର୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କେନ୍ଦ୍ର ସରକାର କାଲେଶ୍ୱରମ୍‌ ପ୍ରକଳ୍ପକୁ ଜାତୀୟ ମାନ୍ୟତା ନ ଦେବାରୁ କେସିଆର୍‌ ନିଜସ୍ବ ପ୍ରୟାସରେ ଏହା କରିଛନ୍ତି। ତେଣୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କାଲେଶ୍ୱରମ୍‌ ପ୍ରକଳ୍ପ ଉଦ୍‌ଘାଟନ ପରେ ରାଜ୍ୟବ୍ୟାପୀ ଉତ୍ସବ ପାଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲାର ସ୍ବାଦ ଏବଂ ଆକାର ଦ୍ୱାରା ପାଠ ପଢୁଛନ୍ତି ଛାତ୍ରୀ

ଭୋପାଳ,୨।୭: ପାଠ ପଢିବା ପାଇଁ ଖାତା ବହି, ସିଲଟ, କଲମ ଅବା ପେନସିଲ୍‌ ଆବଶ୍ୟକ ହୋଇଥାଏ। ତେବେ ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଥିବା ଏକ ପ୍ରାଥମିକ...

ଆକ୍ସନ ମୁଡ୍‌ରେ ଧାମି: ରାଜ୍ୟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍‌

ଡେରାଡୁନ,୨୪।୩: ଉତ୍ତରାଖଣ୍ଡରେ ପୁଷ୍କର ସିଂହ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ସରକାର ଗଠନ ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ...

ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ...

ତସ୍କରଙ୍କ ଟାର୍ଗେଟ୍‌ରେ ଭାରତୀୟ କଳାକୃତି

ନୂଆଦିଲ୍ଲୀ: ରାଜସ୍ଥାନରୁ ୧୯୯୮ରେ ବ୍ରିଟେନକୁ ଚୋରା ଚାଲାଣ କରାଯାଇଥିବା ମହାପ୍ରଭୁ ଶିବଙ୍କ ଏକ ପ୍ରାଚୀନ ମୂର୍ତ୍ତି ଭାରତ ଫେରିବ। ୧୫ ବର୍ଷ ଧରି ଏଜାଗାରୁ ସେଜାଗା...

ଦଳକୁ ପ୍ରସ୍ତୁତ କରିବାକୁ ହେଲେ ନେତୃତ୍ୱ ପରିବର୍ତ୍ତନ ହେଉ

ଥିରୁଭାନନ୍ତପୁରମ୍‌,୧୮।୯: କଂଗ୍ରେସରେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ ପାଇଁ ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଶନିବାର ଦାବି ଉଠାଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ...

ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି...

ମିଶନ କର୍ମଯୋଗୀ, ପ୍ରଶାସନିକ ସେବାକୁ କରିଛି ସୁଦୃଢ଼: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ପ୍ରଶାସନିକ ସେବାକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମିଶନ କର୍ମଯୋଗୀ ଯୋଗୁ ସୁଫଳ ମିଳିପାରିଛି। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା...

ଜମ୍ମୁରୁ ହଟାଇ ଦିଆଗଲା ଧାରା ୧୪୪

ଶ୍ରୀନଗର,୯।୮:ଅନୁଚ୍ଛେଦ ୩୭୦ ଓ ୩୫(ଏ)କୁ ଜମ୍ମୁ-କଶ୍ମୀରରୁ ହଟାଇ ଦିଆଯିବ ପରେ ଏଠାରେ ୧୪୪ ଧାରା ଜାରି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଏହି ଐତିହାସିକ ଘୋଷଣା...

Advertisement
Archives

Model This Week