ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ ଏହା ଶେଷ ହୋଇଛି। ତେବେ ୬୦ ଘଣ୍ଟିଆ ସର୍ଟଡାଉନ୍‌ କାର୍ଯ୍ୟକାରୀ କରିବାରେ ପୋଲିସ ସଫଳ ହୋଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି। ସେ ଟୁଇଟ କରିଛନ୍ତି ଯେ, ଡ୍ୟୁଟିରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ମୁଁ ମୋର ଗଭୀର କୃତଜ୍ଞତା ଜଣାଉଛି। ସମ୍ପୃକ୍ତ ଜିଲା ପୋଲିସର ଏସ୍‌ପିଙ୍କ ନେତୃତ୍ୱରେ ଏହି ସର୍ଟଡାଉନ୍‌ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ, ନିଷ୍ଠାପରତା ଏବଂ ଆନ୍ତରିକତା ସେମାନଙ୍କୁ ଜିଲାବାସୀଙ୍କ ସମ୍ମାନ ଏବଂ ପ୍ରଶଂସା ଦେଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ସେ ଏହି ତିନୋଟି ଜିଲାର ବାସିନ୍ଦାଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନକୁ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସାମାଜିକ ଦୂରତା ଏବଂ ଶୃଙ୍ଖଳାକୁ ଜାରି ରଖିବାକୁ ତିନି ଜିଲାର ବାସିନ୍ଦାଙ୍କୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ନିଆଁ, କାରଣ ଅସ୍ପଷ୍ଟ

କଟକ ଅଫିସ,୨୧ା୯: କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ତେବେ...

ସମେଟିଭ୍‌ ପରୀକ୍ଷା ଦେଇପାରିଲେନି ୩୦ ଛାତ୍ରୀଛାତ୍ର

ଢେଙ୍କିକୋଟ, ୬।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ ଥିବା ୨ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବୁଧବାର ଦଶମ ସମେଟିଭ-୧ ପରୀକ୍ଷା ଚାଲିଛି। ଦୁଇ...

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁୁର ଗ୍ରାମରେ ଜଣେ ୧୭ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର ମାମଲାର ସୋମବାର ରାୟ ପ୍ରକାଶ...

ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର...

ଆଜି ହକି ଟିମ୍‌କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୮ (କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ଏବଂ ୪ର୍ଥ ସ୍ଥାନ ହାସଲ କରିଥିବା ମହିଳା...

ଛତ୍ରପୁରରେ ନିୟମ ମାନିଲେନି ଲୋକେ : ଟ୍ରାଫିକ୍‌ ଜାମ, ଦୋକାନ ସିଲ୍‌

ଛତ୍ରପୁର,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ହୋଇଥିବା ୬୭ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସୋମବାର ସକାଳ ୭ଟାରେ ଖୋଲିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲିବ...

ଟ୍ରଲିରେ ବୁହାହେଲା ଯୁବକଙ୍କ ମୃତଦେହ

ବରୀ,୧୮।୯(ଡି.ଏନ.ଏ.): ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଯୋଜନା ଅନେକ ସ୍ଥାନରେ ପହଞ୍ଚତ୍ ପାରୁନାହିଁ।...

ପଦ୍ମପୁର ଉପ-ନିର୍ବାଚନ: ଆଶୀର୍ବାଦ ଲୋଡ଼ୁଛନ୍ତି ବର୍ଷା

ପଦ୍ମପୁର,୨୫।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଶୁକ୍ରବାର ପାଇକମାଳ ଜାମସେଠରେ ଆଶୀର୍ବାଦ ମହିଳା ସମାବେଶ ଆରମ୍ଭ ହୋଇଛି। ବର୍ଷା ସିଂ ବରିହାଙ୍କୁ ଅଞ୍ଚଳବାସୀ...

Advertisement
Archives

Model This Week