ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ ଏହା ଶେଷ ହୋଇଛି। ତେବେ ୬୦ ଘଣ୍ଟିଆ ସର୍ଟଡାଉନ୍‌ କାର୍ଯ୍ୟକାରୀ କରିବାରେ ପୋଲିସ ସଫଳ ହୋଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି। ସେ ଟୁଇଟ କରିଛନ୍ତି ଯେ, ଡ୍ୟୁଟିରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ମୁଁ ମୋର ଗଭୀର କୃତଜ୍ଞତା ଜଣାଉଛି। ସମ୍ପୃକ୍ତ ଜିଲା ପୋଲିସର ଏସ୍‌ପିଙ୍କ ନେତୃତ୍ୱରେ ଏହି ସର୍ଟଡାଉନ୍‌ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ, ନିଷ୍ଠାପରତା ଏବଂ ଆନ୍ତରିକତା ସେମାନଙ୍କୁ ଜିଲାବାସୀଙ୍କ ସମ୍ମାନ ଏବଂ ପ୍ରଶଂସା ଦେଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ସେ ଏହି ତିନୋଟି ଜିଲାର ବାସିନ୍ଦାଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନକୁ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସାମାଜିକ ଦୂରତା ଏବଂ ଶୃଙ୍ଖଳାକୁ ଜାରି ରଖିବାକୁ ତିନି ଜିଲାର ବାସିନ୍ଦାଙ୍କୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

୩୦ ଯାଏ ବର୍ଷା, ଆଜି ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୫ା୭(ବନ୍ଦନା ସେଠୀ):ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri