ସରୋଜ ଖାଁଙ୍କ ଶୋକ ସଭାରେ ଯୋଗ ଦେବେନି ମାଧୁରୀ !

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କୋରିଓଗ୍ରାଫର ଭାବେ ଜଣାଶୁଣା ସରୋଜ ଖାଁ ଏବେ ପାଲଟି ଯାଇଛନ୍ତି ଅଫେରା ରାଇଜର ପଥିକ। ହେଲେ ପଛରେ ଛାଡି ଯାଇଛନ୍ତି ଅନେକ ଅଭୁଲା ସ୍ମୃତି। ସରୋଜ ସବୁବେଳେ କହୁଥିଲେ ଯଦି ମାଧୁରୀ ନ ଥାଆନ୍ତେ ତେବେ ସେ ହୁଏତ ବଲିଉଡ୍‌ରେ ନ ଥାଆନ୍ତେ। ବଲିଉଡ୍‌ର ତେଜାବ କୁଇନ୍‌ ମାଧୁରୀ ମଧ୍ୟ ସରୋଜଙ୍କୁ ଗୁରୁ ସହ ମା’ଭଳି ସ୍ନେହ ଶ୍ରଦ୍ଧା କରନ୍ତି। ଜୁଲାଇ ୩ରେ ସରୋଜଙ୍କ ପରଲୋକ ମାଧୁରୀଙ୍କ ଜୀବନର ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଏବେ ସରୋଜଙ୍କ ପରିବାର ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା କରିବା କଥା ଚିନ୍ତା କରାଯାଇଥିବା ବେଳେ ମାଧୁରୀ କିନ୍ତୁ ଏଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଥିବା ଜଣାପଡିଛି। ସରୋଜଙ୍କ ସାନ ଝିଅ ଏକ ବିଶେଷ ସାକ୍ଷାତ୍‌କାରରେ କହିଛନ୍ତି ମାଧୁରୀ ମ୍ୟାଡାମ ନ ଆସିଲେ ହୁଏତ ଆମେ ଶୋକସଭା ନ କରିପାରୁ। କାରଣ ମୋ ମା’ ମାଧୁରୀଙ୍କୁ ଝିଅଠାରୁ ଅଧିକ ଦେଖୁଥିଲେ। ତେଣୁ ମୋର ଭାଇ ଓ ମାଧୁରୀ ମ୍ୟାଡାମ ଏଥିରେ ଉପସ୍ଥିତ ରହିବା ଜରୁରୀ। ଅନ୍ୟପଟେ ଘରେ ୮୭ ବର୍ଷୀୟା ବୃଦ୍ଧା ମା’ ଥିବାରୁ ମାଧୁରୀ ଏବେ ଘରୁ ବାହାରକୁ ବାହରିବାକୁ ଚାହୁଁ ନ ଥିବା କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧୁରୀ ଏପରି କହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ‘ମିଟି ଅଲି’ ନାମକ ଏକ ଶୋ’ରୁ ସେ ସୁଖ୍ୟାତି ଅର୍ଜନ କରିଥିଲେ।...

ରେଡ୍‌ କଷ୍ଟ୍ୟୁମରେ ମନ କିଣିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କେଫ୍‌ ଏବେ ଖୁବ୍‌ ଚର୍ଚ୍ଚାରେ କାହିଁକି ନାଁ ସେ ଏବେ ବେଶ୍‌ ବ୍ୟସ୍ତ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଭାରତ’କୁ...

ଟିସର୍ଟର ଦାମ ୪୦ ହଜାର

ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ସବୁବେଳେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେତେବେଳେ ସେ ନିଜେ ତାଙ୍କ...

ପ୍ରିୟଙ୍କା ଲେଖିଲେ ‘ମିସ୍‌ ୟୁ ଡାଡ୍‌’

ବମ୍ବେ: ମାତାପିତାଙ୍କ ବିବାହବାର୍ଷିକୀରେ ଭାବବିହ୍ବଳ ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହି ଖାସ୍‌ ଦିନରେ ବାପା ଅଶୋକ ଚୋପ୍ରାଙ୍କ ଅନୁପସ୍ଥିତି ତାଙ୍କୁ ଦୁଃଖ ଦେଇଛି। ୨୦୧୩ରେ...

ରୁଟି ବେଲିବା ଶିଖୁଛନ୍ତି ନୁସରତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ନୁସରତ ଭରୁଚା ଏବେ ଘରେ ସମୟ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ ଶୁଟିଂ ବନ୍ଦ ଥିବାରୁ ଏହି...

ନେପୋଟିଜମ୍‌କୁ ନେଇ ମୁହଁ ଖୋଲିଲେ ବେବୋ

ମୁମ୍ବାଇ: ବଲିଉଡ୍‌ ପାଇଁ ୨୦୨୦ ହେଉଛି ଏକ ଅଶୁଭ ବର୍ଷ। ଚଳିତବର୍ଷ ବଲିଉଡ୍‌ ବହୁ ଅଭିନେତା ଅଭିନେତ୍ରୀଙ୍କୁ ହରେଇଛି। ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁ...

ଅଭିନେତାଙ୍କୁ ଭଲ ପାଇ ପଶ୍ଚାତାପ କରୁଛନ୍ତି ଏହି ଅଭିନେତ୍ରୀ, କହିଲେ ଜୀବନରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ କାହାକୁ ଭଲ ପାଇବିନି

ମୁମ୍ବାଇ: ଅଭିନେତ୍ରୀ ମିନୀଷା ଲାମ୍ବା ଆଜିକାଲି ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଜଣେ ବ୍ୟକ୍ତିଙ୍କ ସହ ରିଲେସନଶିପ୍‌ରେ ରହୁଥିଲେ।...

ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ...

Advertisement
Archives

Model This Week