ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି । ବିଭିନ୍ନ ପ୍ରକାର ଲୋଭନୀୟ ଉପହାର ପ୍ରଲୋଭନ ଦେଖାଇ ଲୋକମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ସେ ତଥ୍ୟ ବ୍ୟବହାର କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌ ହେଉଛି। ସେହିଭଳି କରୋନା ଭୂତାଣୁକୁ ନେଇ ଅନ୍‌ଲାଇନ୍‌ରେ ଅନେକ ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି। କେବଳ ବିଶ୍ୱସ୍ତ ଏବଂ ସରକାରୀ ତଥ୍ୟକୁ ହିଁ ଭରସା କରିବାକୁ ଶୁକ୍ରବାର ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ଏଡିଜି(ସିଆଇଡି-କ୍ରାଇମ୍‌ ବ୍ରାଞ୍ଚ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, କରୋନା ଭୂତାଣୁ ଭୟ ଦେଖାଇ ଠକେଇ ହେଉଥିବା ଦୃଷ୍ଟିକୁ ଆସିଛି । ବିଶ୍ୱସ୍ତ ସୂତ୍ର ଯଥା ସରକାରୀ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନାମରେ ସ୍ବାସ୍ଥ୍ୟ ଉପଦେଷ୍ଟା, କୋଭିଡ- ୧୯ ରେସ୍‌ପନ୍ସ ଡକ୍ୟୁମେଣ୍ଟ, ଇ-ବୁକ ଇତ୍ୟାଦି ନକଲି ଦସ୍ତାବିଜ ଲୋକଙ୍କ ପାଖକୁ ପଠାଯାଉଛି । କରୋନା ଭୂତାଣୁ ସମ୍ପର୍କିତ ମୋବାଇଲ୍‌ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ ଖୋଲାଯାଇ ମାସ୍କ, ସାନିଟାଇଜର ଓ ଟିକା ଇତ୍ୟାଦି ବିକ୍ରୟ କରାଯାଉଛି। ‘କରୋନା ସ୍ବତନ୍ତ୍ର ଅଫର୍‌’ ନାମରେ ନକଲି ସାମଗ୍ରୀ ବିକ୍ରି ହେଉଛି । ଏପରିକି ଫେକ୍‌ ନିଉଜ୍‌ ପୋର୍ଟାଲ୍‌ ଏବଂ ହ୍ବାଟସ୍‌ଆପ୍‌ ମାଧ୍ୟମରେ କରୋନା ଭୂତାଣୁ ସମ୍ପର୍କିତ ତଥ୍ୟ ଦେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ସାଧାରଣ ଲୋକମାନେ ଏସବୁ ଅଫର୍‌ ଏବଂ ତଥ୍ୟ ଉପରେ ବିଶ୍ୱାସ କରି ନିଜର ସମସ୍ତ ଗୋପନୀୟ ତଥ୍ୟ ଦେଇ ପରବର୍ତ୍ତୀ ସମୟରେ ଅନ୍‌ଲାଇନ୍‌ ଠକେଇର ଶିକାର ହେଉଛନ୍ତି ।
ଏଣୁ ଜନସାଧାରଣ ଏହି ସମୟରେ ସତର୍କ ରହିବା ଆବଶ୍ୟକ। କରୋନା ବିଷୟରେ ଜାଣିବା ପାଇଁ କେବଳ ସରକାରୀ ଓ୍ବେବ୍‌ସାଇଟ୍‌ କିମ୍ବା ବିଶ୍ୱସ୍ତ ସୂତ୍ରକୁ ହିଁ ଭରସା କରାଯାଉ। ପ୍ରଲୋଭନରେ ପଡ଼ି ବ୍ୟକ୍ତିଗତ କିମ୍ବା ଆର୍ଥୀକ ତଥ୍ୟ ଦିଅନ୍ତୁ ନାହିଁ। କେବଳ ଅଫିସିଆଲ ଆପ୍‌ ଷ୍ଟୋରରୁ ମୋବାଇଲ ଆପ୍‌ ଡାଉନଲୋଡ କରନ୍ତୁ। ଇନ୍‌ଷ୍ଟଲ୍‌ ବେଳେ ଅନାବଶ୍ୟକ ଅନୁମତିରୁ ଦୂରେଇ ରୁହନ୍ତୁ। କୌଣସି ଫଣ୍ଡକୁ ଦାନ ଦେବା ବେଳେ ସମ୍ପୃକ୍ତ ସଂସ୍ଥାର ସତ୍ୟତା ଯାଞ୍ଚ କରନ୍ତୁ। ଇ-ମେଲ୍‌ରେ ଆସିଥିବା ଲିଙ୍କ୍‌ ଖୋଲିବା ବେଳେ ସତର୍କ ରୁହନ୍ତୁ। ପ୍ରେରକ ଅଚିହ୍ନା ହୋଇଥିଲେ ଖୋଲନ୍ତୁ ନାହିଁ । ସଂସ୍ଥାଗୁଡ଼ିକ ଯଦି କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେଉଛନ୍ତି, ତେବେ ରିମୋଟ୍‌ ଆସେସ୍‌ ଟେକ୍ନୋଲୋଜିକୁ ସୁରକ୍ଷିତ କରନ୍ତୁ । ‘ଓ୍ବାର୍କ ଫ୍ରମ୍‌ ହୋମ’ରେ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ବେଳେ କର୍ମଚାରୀମାନେ ସତର୍କ ରହିବା ସହ ଡାଟା ପ୍ରାଇଭେସିକୁ ଗୁରୁତ୍ୱ ଦେବା ଆବଶ୍ୟକ । ନିଜ କମ୍ପ୍ୟୁଟର୍‌ରେ ସର୍ବଦା ଆଣ୍ଟି-ଭାଇରସ୍‌ ଏବଂ ଆଣ୍ଟି-ମାଲଓ୍ବାର୍‌ ସପ୍ଟଓ୍ବେର୍‌ ଅପ୍‌ଟୁଡେଟ୍‌ ରଖିବାକୁ ଏଡିଜି(ସିଆଇଡି-କ୍ରାଇମ ବ୍ରାଞ୍ଚ)ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପୂରଣ ନେଇ ଗୋଆଲଡ଼ିହି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରାଇସୁଆଁ,୨୨।୧(ଡି.ଏନ୍‌.ଏ.): ବିଭିନ୍ନ ସମସ୍ୟା ନେଇ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋଆଲଡ଼ିହି ରେଲ୍‌ୱେ ସାଇଡିଂ ରାସ୍ତାକୁ ଶତାଧିକ ମହିଳା ପୁରୁଷ ବୁଧବାର ଅବରୋଧ କରିଛନ୍ତି।...

ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବ ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି,୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ସଂଯୋଗ ହୋଇଥିବା ଗୋପାଳପୁର-ରାଇପୁର ୫୯ ନଂ. ଜାତୀୟ ରାଜପଥ ସଂପ୍ରାସାରଣରେ ବିଳମ୍ବ ଏବଂ ଏହାକୁ ନେଇ ହେଉଥିବା ସମସ୍ୟାର...

ଗଛରେ ବାନ୍ଧି ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ମହାକାଳପଡ଼ା,୪ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଉପକୂଳ ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ...

ସରକାର ଲୁଚାଉଛନ୍ତି କୋଭିଡ୍‌ ମୃତ୍ୟୁ ସଂଖ୍ୟା

କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍‌ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...

ମେ ୧୭ ପରେ ସରକାରଙ୍କ କରୋନା ରଣନୀତି ନେଇ ପ୍ରଶ୍ନ କଲେ ସୋନିଆ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାର ସମୟ ସୀମାକୁ ମେ ୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି...

ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ: ମନ୍ଥର ଗତି ନେଇ ମନ୍ତ୍ରୀଙ୍କୁ ଫେରାଦ

ବନ୍ତଳା,୨୯ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟରେ ପ୍ରଶାସନିକ ମନ୍ଥରତା ଦେଖାଦେଇଥିବା ଅଭିଯୋଗ କରିଛି ହିଡିସିଙ୍ଗ...

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍‌ତକ...

ମହଙ୍ଗା ଭତ୍ତାକୁ ନେଇ ସଚିବାଳୟରେ ଅସନ୍ତୋଷ: ନିଷ୍ପତ୍ତିକୁ ପୁନର୍ବିଚାର କରା ନ ଗଲେ ଆନ୍ଦୋଳନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କେନ୍ଦ୍ର ସରକାର ଗତବର୍ଷ ଜୁଲାଇ ମାସରୁ୫% ମହଙ୍ଗା ଭତ୍ତା ପ୍ରଦାନ ନେଇ ଘୋଷଣା ହୋଇସାରିଛି। ତେଣୁ ଗତ ଜୁଲାଇମାସରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି...

Advertisement
Archives

Model This Week