ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି । ବିଭିନ୍ନ ପ୍ରକାର ଲୋଭନୀୟ ଉପହାର ପ୍ରଲୋଭନ ଦେଖାଇ ଲୋକମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ସେ ତଥ୍ୟ ବ୍ୟବହାର କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌ ହେଉଛି। ସେହିଭଳି କରୋନା ଭୂତାଣୁକୁ ନେଇ ଅନ୍‌ଲାଇନ୍‌ରେ ଅନେକ ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି। କେବଳ ବିଶ୍ୱସ୍ତ ଏବଂ ସରକାରୀ ତଥ୍ୟକୁ ହିଁ ଭରସା କରିବାକୁ ଶୁକ୍ରବାର ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ଏଡିଜି(ସିଆଇଡି-କ୍ରାଇମ୍‌ ବ୍ରାଞ୍ଚ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, କରୋନା ଭୂତାଣୁ ଭୟ ଦେଖାଇ ଠକେଇ ହେଉଥିବା ଦୃଷ୍ଟିକୁ ଆସିଛି । ବିଶ୍ୱସ୍ତ ସୂତ୍ର ଯଥା ସରକାରୀ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନାମରେ ସ୍ବାସ୍ଥ୍ୟ ଉପଦେଷ୍ଟା, କୋଭିଡ- ୧୯ ରେସ୍‌ପନ୍ସ ଡକ୍ୟୁମେଣ୍ଟ, ଇ-ବୁକ ଇତ୍ୟାଦି ନକଲି ଦସ୍ତାବିଜ ଲୋକଙ୍କ ପାଖକୁ ପଠାଯାଉଛି । କରୋନା ଭୂତାଣୁ ସମ୍ପର୍କିତ ମୋବାଇଲ୍‌ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ ଖୋଲାଯାଇ ମାସ୍କ, ସାନିଟାଇଜର ଓ ଟିକା ଇତ୍ୟାଦି ବିକ୍ରୟ କରାଯାଉଛି। ‘କରୋନା ସ୍ବତନ୍ତ୍ର ଅଫର୍‌’ ନାମରେ ନକଲି ସାମଗ୍ରୀ ବିକ୍ରି ହେଉଛି । ଏପରିକି ଫେକ୍‌ ନିଉଜ୍‌ ପୋର୍ଟାଲ୍‌ ଏବଂ ହ୍ବାଟସ୍‌ଆପ୍‌ ମାଧ୍ୟମରେ କରୋନା ଭୂତାଣୁ ସମ୍ପର୍କିତ ତଥ୍ୟ ଦେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ସାଧାରଣ ଲୋକମାନେ ଏସବୁ ଅଫର୍‌ ଏବଂ ତଥ୍ୟ ଉପରେ ବିଶ୍ୱାସ କରି ନିଜର ସମସ୍ତ ଗୋପନୀୟ ତଥ୍ୟ ଦେଇ ପରବର୍ତ୍ତୀ ସମୟରେ ଅନ୍‌ଲାଇନ୍‌ ଠକେଇର ଶିକାର ହେଉଛନ୍ତି ।
ଏଣୁ ଜନସାଧାରଣ ଏହି ସମୟରେ ସତର୍କ ରହିବା ଆବଶ୍ୟକ। କରୋନା ବିଷୟରେ ଜାଣିବା ପାଇଁ କେବଳ ସରକାରୀ ଓ୍ବେବ୍‌ସାଇଟ୍‌ କିମ୍ବା ବିଶ୍ୱସ୍ତ ସୂତ୍ରକୁ ହିଁ ଭରସା କରାଯାଉ। ପ୍ରଲୋଭନରେ ପଡ଼ି ବ୍ୟକ୍ତିଗତ କିମ୍ବା ଆର୍ଥୀକ ତଥ୍ୟ ଦିଅନ୍ତୁ ନାହିଁ। କେବଳ ଅଫିସିଆଲ ଆପ୍‌ ଷ୍ଟୋରରୁ ମୋବାଇଲ ଆପ୍‌ ଡାଉନଲୋଡ କରନ୍ତୁ। ଇନ୍‌ଷ୍ଟଲ୍‌ ବେଳେ ଅନାବଶ୍ୟକ ଅନୁମତିରୁ ଦୂରେଇ ରୁହନ୍ତୁ। କୌଣସି ଫଣ୍ଡକୁ ଦାନ ଦେବା ବେଳେ ସମ୍ପୃକ୍ତ ସଂସ୍ଥାର ସତ୍ୟତା ଯାଞ୍ଚ କରନ୍ତୁ। ଇ-ମେଲ୍‌ରେ ଆସିଥିବା ଲିଙ୍କ୍‌ ଖୋଲିବା ବେଳେ ସତର୍କ ରୁହନ୍ତୁ। ପ୍ରେରକ ଅଚିହ୍ନା ହୋଇଥିଲେ ଖୋଲନ୍ତୁ ନାହିଁ । ସଂସ୍ଥାଗୁଡ଼ିକ ଯଦି କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେଉଛନ୍ତି, ତେବେ ରିମୋଟ୍‌ ଆସେସ୍‌ ଟେକ୍ନୋଲୋଜିକୁ ସୁରକ୍ଷିତ କରନ୍ତୁ । ‘ଓ୍ବାର୍କ ଫ୍ରମ୍‌ ହୋମ’ରେ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ବେଳେ କର୍ମଚାରୀମାନେ ସତର୍କ ରହିବା ସହ ଡାଟା ପ୍ରାଇଭେସିକୁ ଗୁରୁତ୍ୱ ଦେବା ଆବଶ୍ୟକ । ନିଜ କମ୍ପ୍ୟୁଟର୍‌ରେ ସର୍ବଦା ଆଣ୍ଟି-ଭାଇରସ୍‌ ଏବଂ ଆଣ୍ଟି-ମାଲଓ୍ବାର୍‌ ସପ୍ଟଓ୍ବେର୍‌ ଅପ୍‌ଟୁଡେଟ୍‌ ରଖିବାକୁ ଏଡିଜି(ସିଆଇଡି-କ୍ରାଇମ ବ୍ରାଞ୍ଚ)ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

ସଂସଦର ମୌସୁମୀ ଅଧିବେଶନ: ୭ଟି ବଡ଼ ବିଲ୍ ଆଗତ କରିବେ ସରକାର; ଗରମ ହେବ ‘ବନ୍ଦେ ମାତରମ୍’ ମୁଦ୍ଦା, ଜାଣନ୍ତୁ କେବେ ଆରମ୍ଭ?

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏହିଥର କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri