ସରକାରଙ୍କ ତଥ୍ୟ ଭେଳିକି, ଭୟରେ ଜନତା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଉଛି। ଏପରିକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଏବଂ ଓ୍ବେବ୍‌ସାଇଟ ଯୋଗେ ମଧ୍ୟ ସୂଚନା ଦିଆଯାଇଥାଏ। କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ ଲୋକମାନେ ଭରସା କରୁଛନ୍ତି। ହେଲେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ରାଜ୍ୟରେ ୬୦କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ପ୍ରଥମେ ସୂଚନା ଦିଆଯାଇଥିଲା। ପରେ ନୂଆ ୫ଆକ୍ରାନ୍ତଙ୍କ ତଥ୍ୟ ସମ୍ପର୍କରେ ଟୁଇଟ୍‌ ଯୋଗେ ସୂଚନା ଦିଆଗଲା। ତେବେ କିଛି ସମୟ ଅନ୍ତରରେ ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ୨ଥର ଭିନ୍ନ ତଥ୍ୟ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା। ମାତ୍ର ଏହାର କିଛି ସମୟ ପରେ ଉକ୍ତ ତଥ୍ୟକୁ ପରିବର୍ତ୍ତନ କରାଯାଇଥିଲା। ସରକାର ନିଜର ଦୁର୍ବଳତା ଲୁଚାଇବାକୁ ୨ୟ ଥର ପାଇଁ ଏକ ଭିନ୍ନ ତଥ୍ୟ ପ୍ରକାଶ କରିଥିବା ଆଲୋଚନା ହେଉଛି।
ସୂଚନାନୁସାରେ ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଥମେ ଯେଉଁ ତଥ୍ୟ ଜାରି କରାଯାଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ, ବମିଖାଲ୍‌ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ରହୁଥିବା ୫୦ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ପର୍ଯ୍ୟନ୍ତ ସ୍ଥାନୀୟ ଜୟଦୁର୍ଗାନଗରସ୍ଥିତ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ସେ ପରିବା, ଗ୍ରସେରି କିଣିବା ପାଇଁ ବାହାରକୁ ଯାଇଥିଲେ। ସ୍ଥାନୀୟ ଗଣେଶ ମଣ୍ଡପ ପରିବା ଦୋକାନ, ଓଭରବ୍ରିଜ ନିକଟ ରିଲାଏନ୍ସ ଫ୍ରେଶ୍‌କୁ ଯାଇଥିଲେ। ଏପରି କି ବମିଖାଲ ଏବଂ ରସୁଲଗଡ଼ ମାର୍କେଟ ମଧ୍ୟ ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ କୌଣସି ଲକ୍ଷଣ ନ ଥିଲା ବୋଲି ଉକ୍ତ ତଥ୍ୟରେ ଉଲ୍ଲେଖ ରହିଥିଲା। ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ବମିଖାଲକୁ ଗତ ୩ତାରିଖ ରାତିରୁ ଆବଦ୍ଧ ଅଞ୍ଚଳ(କଣ୍ଟେନମେଣ୍ଟ ଜୋନ୍‌) ଭାବେ ଘୋଷଣା କରାଯାଇଛି, ଯାହାଫଳରେ ସେହି ଅଞ୍ଚଳରେ ଥିବା ଲୋକେ ବାହାରକୁ ଆସିପାରିବେ ନାହିଁ କିମ୍ବା ବାହାର ଲୋକ ସେ ଅଞ୍ଚଳ ଭିତରକୁ ପ୍ରବେଶ କରିପାରିବେ ନାହିଁ। ତେବେ ଆବଦ୍ଧ ଅଞ୍ଚଳରେ ଥାଇ ୫୭ ନମ୍ବର ଆକ୍ରାନ୍ତ ଜଣଙ୍କ କିପରି ବାରମ୍ବାର ବାହାରକୁ ଆସିଲେ ଏବଂ ହାଟ ବଜାର ବୁଲିଲେ, ତାକୁ ନେଇ କରୋନା କଟକଣା ବାବଦରେ ପ୍ରଶାସନର ଆନ୍ତରିକତା ଏବଂ ଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଏହାର କିଛି ସମୟ ପରେ ବିଭାଗ ପକ୍ଷରୁ ଉକ୍ତ ତଥ୍ୟକୁ ବଦଳାଇ ଦିଆଯାଇଥିଲା। ନୂଆ ତଥ୍ୟ ଅନୁସାରେ ଉକ୍ତ ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ଘରେ କେବଳ ରହିଥିଲେ ବୋଲି ସୂଚନା ଦିଆଯାଇଛି। ଯଦି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭୁଲ୍‌କ୍ରମେ ୫୭ନମ୍ବର ଆକ୍ରାନ୍ତ ସମ୍ପର୍କରେ ଏଭଳି ଭୁଲ୍‌ ତଥ୍ୟ ପ୍ରକାଶ କରିଥିବେ ତାହା ଅତ୍ୟନ୍ତ ସାଂଘାତିକ। କାରଣ ସରକାରଙ୍କ ତଥ୍ୟ ଉପରେ ଆସ୍ଥା ପ୍ରକାଶ କରୁଥିବା ସାଧାରଣ ଲୋକଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି। ଲକ୍‌ଡାଉନ ଯୋଗୁ କଷ୍ଟରେ ସମୟ ବିତାଉଥିବା ଲୋକେ ଏଭଳି ତଥ୍ୟ ପାଇବାପରେ ଆତଙ୍କିତ ହୋଇ ଯଦି କିଛି ଭଲମନ୍ଦ କରି ବସିଲେ, ସେଥିପାଇଁ ଦାୟୀ କିଏ ହେବ। ଅନ୍ୟପକ୍ଷରେ ଯଦି ପ୍ରଥମ ପ୍ରକାଶିତ ତଥ୍ୟ ଠିକ୍‌ ଥିଲା ଏବଂ ଲୁଚାଇବାକୁ ଯାଇ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନ ତଥ୍ୟ ଦିଆଗଲା ତାହା ମଧ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ। କୋଭିଡ-୧୯ ଭଳି ସମ୍ବେଦନଶୀଳ ଘଟଣାରେ ଯଦି ସରକାରୀ ବିଭାଗ ପକ୍ଷରୁ ତଥ୍ୟ ଘୋଟାଲା କରାଯିବ ତେବେ ଲୋକେ କାହାକୁ ବିଶ୍ୱାସ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଖବରଦାତା ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ନିଯୁକ୍ତ ସରକାରୀ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଏକ ଦିବସୀୟ କ୍ରିକେଟରେ ଯେପରି ବଲ୍‌ ପିଛା ବିବରଣୀ ପ୍ରକାଶ କରାଯାଏ, ସେଭଳି ଭାବେ କରୋନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ଠାରୁ ତଥ୍ୟ ଆଶା କରନ୍ତୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏପରି କି ସେ କହିଥିଲେ ଯେ, ଯେତିକି ଆବଶ୍ୟକ ତଥ୍ୟ ସରକାର ଦେଉଛନ୍ତି ସେତିକି ଗଣମାଧ୍ୟaମ ପ୍ରକାଶ କରନ୍ତୁ। ମଙ୍ଗଳବାର ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ପରିବର୍ତ୍ତନ ପରେ ମୁଖପାତ୍ରଙ୍କ ଉକ୍ତ ମନ୍ତବ୍ୟ ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ହାଟ ଉଚ୍ଛେଦବେଳେ ଉତ୍ତେଜନା

ଭୁବନେଶ୍ୱର,୮ା୪(ବ୍ୟୁରୋ): ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ହାଟକୁ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଏଠାରେ ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଇଛି। ହାଟ ଉଚ୍ଛେଦକୁ...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା କମିଲା…

ନୂଆଦିଲ୍ଲୀ, ୩୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଦୁଗ୍ଧ ଚାଷୀଙ୍କୁ ମିଳିବ ୬୦୦୦ ଟଙ୍କା

ଭୁବନେଶ୍ୱର,୨୪।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ଗୁରୁବାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ବାବଦକୁ ସର୍ବାଧିକ...

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ କିଏ ହେଲେ ବାଲେଶ୍ୱର ଜିଲାର ଟପ୍ପର

ବାଲେଶ୍ୱର ଅଫିସ,୧୯।୮: ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବାଲେଶ୍ୱର ଜିଲାର ୬୫.୯୪ ପ୍ରତିଶତ ପାସହାର ରହିଛି। ତେବେ ସୋର ମହାବିଦ୍ୟାଳୟର ଛାତ୍ର...

ସଙ୍କଟରେ ରିୟଲ ଇଷ୍ଟେଟ୍‌: ୫ ବର୍ଷରେ ୫ ହଜାର କୋଟିର ପୁଞ୍ଜିନିବେଶକୁ ଝଟକା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବିମୁଦ୍ରୀକରଣ, କରୋନା ମହାମାରୀ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ରାଜ୍ୟର ଛୋଟ ବଡ଼ ୧୫ ହଜାରରୁ ଊର୍ଦ୍ଧ୍ୱ ଡେଭେଲପର ଏବଂ ରିୟଲ ଇଷ୍ଟେଟ...

କଳିଙ୍ଗା ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁରଟ୍‌ରୁ ଫେରୁଥିବା ବସ୍‌ର ରୁଟ୍‌ ବଦଳାଯିବ

ଭୁବନେଶ୍ୱର,୩।୫(ବ୍ୟୁରୋ): କଳିଙ୍ଗା ଘାଟିରେ ଦୁଇଟି ବସ୍‌ ଦୁର୍ଘଟଣା ହେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘାଟି ରାସ୍ତା...

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌...

Advertisement
Archives

Model This Week