ସରକାରଙ୍କ ଖାମଖିଆଲ ନୀତି: ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କଣାସ, ୨୯ା୧୨(ସ୍ବ.ପ୍ର.): ଚାଷୀଙ୍କର ପ୍ରଗତି ପାଇଁ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଯୋଗୁ କଣାସ ବ୍ଲକର ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଇ ନେବାକୁ ବସିଲେଣି। ସୂଚନା ଅନୁଯାୟୀ, କଣାସ ବ୍ଲକର ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, ବଡାସ, ଗଡ଼ବଳଭଦ୍ରପୁର ପଞ୍ଚାୟତର ୨୫ଶହ ହେକ୍ଟର ଜମିରେ ପ୍ରତିବର୍ଷ ଚିନାବାଦାମ ଚାଷ କରାଯାଏ। ତେବେ ପ୍ରଶାସନ ପକ୍ଷରୁ ଠିକ୍‌ ସମୟରେ ଚିନାବାଦାମ ବିହନ ଯୋଗାଇ ଦିଆଯାଉ ନ ଥିବାରୁ ଚାଷୀମାନେ ବାହାର ଜିଲାରୁ ଚଢା ଦରରେ ବିହନ କିଣି ଚାଷ କରିଥାନ୍ତି। ସେହିପରି ଅମଳ ସମୟରେ ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ହଇରାଣ ହୋଇଥାନ୍ତି। ଠିକ୍‌ ଦରରେ ଚିନାବାଦାମ ବିକି ପାରନ୍ତି ନାହିଁ। ବାହାର ବେପାରୀଙ୍କୁ କମ୍‌ ମୂଲ୍ୟରେ ବିକି କ୍ଷତିଗ୍ରସ୍ତ ହୋଇଥାନ୍ତି। ତେଣୁ ଚାଷୀମାନେ ଧୀରେ ଧୀରେ ଚିନାବାଦାମ ଚାଷରୁ ଦୂରେଇ ଯାଉଛନ୍ତି। ସରକାରୀ ବିହନ ବିକ୍ରୟ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦାରବସ୍ତରେ ଧରଣୀସେନ ମଙ୍ଗରାଜ, କଣାସରେ ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତିକୁ ସ୍ବୀକୃତି ମିଳିଛି। ଚଳିତବର୍ଷ ଧରଣୀସେନ ମଙ୍ଗରାଜ ମାତ୍ର ୩୦ କୁଇଣ୍ଟାଲ ଚିନାବାଦାମ ବିହନ ବିକ୍ରି କରିବା ପାଇଁ ଆଣିଥିଲେ। ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତି ଚଳିତବର୍ଷ ଚିନାବାଦାମ ବିହନ ଆଣିନାହାନ୍ତି। ଫଳରେ ଅନେକ ଚାଷୀ ବିହନ ପାଇପାରି ନାହାନ୍ତି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗ ପକ୍ଷରୁ କଣାସ ବ୍ଲକରେ ୨୫ଶହ ହେକ୍ଟର ଜମିରେ ଚିନାବାଦାମ ଚାଷ ହେଉଛି। ଗଡସାନପୁଟ ଓ ଗଡବଡପୁଟ ପଞ୍ଚାୟତରେ ୭୫ ହେକ୍ଟର ଲେଖାଏ, ପାଣ୍ଡିଆକେରା ପଞ୍ଚାୟତରେ ୬୨ହେକ୍ଟର ଜମିରେ ଡୋମନ୍‌ ସେକ୍ସନ ଜରିଆରେ ଚିନାବାଦମ ବିହନ ଯୋଗାଇ ଦିଆଯାଇଥିବା ବ୍ଲକ କୃଷି ଅଧିକାରୀ ଜେ. ନଳିନୀ କହିଛନ୍ତି। ଅନ୍ୟପକ୍ଷରେ ରାଜନେତାଙ୍କ ପ୍ରରୋଚନାରେ କୃଷି ବିଭାଗ ପକ୍ଷରୁ ପଞ୍ଚୁପଦ୍ମା ମହିଳା ସମବାୟ ସମିତିକୁ ଚିନାବାଦାମ ବିହନ ଦିଆଯାଉ ନ ଥିବା ଏହି ସମିତିର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। କେତେଜଣ ଚାଷୀ କହିଛନ୍ତି, ନିଗମରୁ କୁଇଣ୍ଟାଲ ପିଛା ୮୨୩୬ ଟଙ୍କାରେ ବିହନ କିଣି ଚାଷୀଙ୍କୁ ବିକିିବା ପରେ ସବ୍‌ସିଡି ବାବଦ ୩ହଜାର ୩୬ ଟଙ୍କା ସରକାରଙ୍କ ଆକାଉଣ୍ଟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ତେବେ ସବ୍‌ସିଡି ଟଙ୍କା ଆସିବାକୁ ୨-୪ ମାସ ସମୟ ଲାଗୁଛି। ତେଣୁ ସ୍ବୀକୃତିପ୍ରାପ୍ତ ବିକ୍ରେତାମାନେ ନିଗମରୁ ଚିନାବାଦାମ ଆଣୁନାହାନ୍ତି। ପାଣ୍ଡିଆକେରା ଗ୍ରାମପଞ୍ଚାୟତର ପାଣ୍ଡିଆକେରା, ବଗିପଡ଼ା, ଘରଛିଆ, ଗଡ଼ମାଟିଆପଡ଼ା, ନୂଆସାହି, ନାନକେରା, ଗଡ଼ବଡପୁଟ ପଞ୍ଚାୟତର ବୀରକେଶରପୁର, ବାରଦା, ବାଦଲପୁର, ତିଗିରିଆ, ଗଡ଼ସାନପୁଟ ପଞ୍ଚାୟତର ଗଡ଼ସାନପୁଟ, ଛୋଟିଯୋଡ଼ିି, କଣ୍ଟାବଣିଆ, ଦୋକନ୍ଦା ପଞ୍ଚାୟତର ଦୋକନ୍ଦା, ସବଳଙ୍ଗ, ବଡ଼ାସ ପଞ୍ଚାୟତର ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଗଡ଼ବଳଭଦ୍ରପୁର ପଞ୍ଚାୟତର ଗଡ଼ବଳଭଦ୍ରପୁର, ଗୌଡ଼ପାଟଣା, ଅଶ୍ୱତ୍ଥପାରି ପ୍ରଭୃତି ଗ୍ରାମର ଶହ ଶହ ଚାଷୀ ଦୈନନ୍ଦିନ କଣାସ କୃଷି କାର୍ଯ୍ୟାଳୟ ଏବଂ ସ୍ବୀକୃତିପ୍ରାପ୍ତ ବିକ୍ରେତାମାନଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ: ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ପାପଡ଼ାହାଣ୍ଡି,୧୦।୨(ଡି.ଏନ୍‌.ଏ.): ସବୁବେଳେ ଜନହିତକର କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଲୋକଙ୍କ ଠାରୁ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ...

ସ୍ବାସ୍ଥ୍ୟସେବାରେ ଉନ୍ନତି ନ ହେଲେ ଆନ୍ଦୋଳନ: କଂଗ୍ରେସ

ବାଲେଶ୍ୱର ଅଫିସ,୧୧।୬- ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିିଛି। ଜିଲାରେ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ଭଳି ହସ୍‌ପିଟାଲ ଖୋଲିବା ପାଇଁ ତତ୍‌କାଳୀନ କଂଗ୍ରେସ...

ପୁଣି ୫ ପୋଲିସ କରୋନା ପଜିଟିଭ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ୫ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପଜିଟିଭ ଚିହ୍ନଟ ହୋଇଥିବା...

ବର୍ଷେ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

କୋକସରା, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ଶବରପଡାରେ ଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଜକୁ...

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର ଅଫିସ,୨।୯: ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଫୋରମ୍‌ ଫର୍‌ ଗଞ୍ଜାମ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସାଧାରଣ...

ଯାତ୍ରା ଦେଖି ଫେରୁଥିବାବେଳେ ଜୀବନ ଗଲା

ଫୁଲବାଣୀ ଅଫିସ, ଫିରିଙ୍ଗିଆ,୮ା୬- ଫିରିଙ୍ଗିଆରେ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପଦିଙ୍ଗିଆ ପଞ୍ଚାୟତର ପ୍ରସନ୍ନ କହଁର।...

ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କୁ ଚାପିଦେଲା ଟ୍ରକ୍‌

ଚୌଦ୍ୱାର,୧ା୧୦: ୫୫ ନଂ. ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇ ଥିବାବେଳେ ଅତ୍ୟନ୍ତ...

ଫ୍ଲାଏ ଓଭର ବ୍ରିଜ୍‌ ତଳ ରାସ୍ତାରେ ଭୟ

ବଡ଼ଚଣା,୨୨।୧(ଡି.ଏନ୍‌.ଏ.): ୧୬ନଂ. ଜାତୀୟ ରାଜପଥ ସଂପ୍ରସାରଣ କରାଯାଇ ୨ରୁ ୪ ଲାଇନ କରାଗଲା। ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ବଜାର, ଛକ ଏବଂ ମୁଖ୍ୟସ୍ଥଳରେ...

Play 250+ Trending Games
Archives

Model This Week

Why Dharitri