ସମ୍ପାଦକୀୟ/ ମୂଷା ଯନ୍ତା

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପୂର୍ବତନ କୁଳପତି ଆଶିଷ ଦତ୍ତା, ପ୍ରଖ୍ୟାତ ବୈଜ୍ଞାନିକ ଆର୍‌. ରାଜାରାମନ୍‌ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ ସେବାନିବୃତ୍ତ ପ୍ରଫେସରଙ୍କ ଶିକ୍ଷା ଓ ଜୀବନ ବୃତ୍ତାନ୍ତର ସଂକ୍ଷିପ୍ତ ବିବରଣୀ ବା ସିଭି ଦାଖଲ କରିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଜଣାଇ ଦେଇଛନ୍ତି। ଚାକିରିରୁ ଅବସର ଗ୍ରହଣ କରିବା ପରେ ଅବୈତନିକ ଭାବେ ଶିକ୍ଷାଦାନ କରୁଥିବା ଏଭଳି ପ୍ରଫେସରଙ୍କୁ ନୋଟିସ ମିଳିବା ପରେ ବିଭିନ୍ନ ଆଡ଼ୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ସମାଲୋଚନା କରାଯାଇଛି। ଅନ୍ୟପକ୍ଷରେ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ସମ୍ପୃକ୍ତ ପ୍ରଫେସରମାନଙ୍କୁ ଦିଆଯାଇଥିବା ଏମିରିଟସ୍‌ ମାନ୍ୟତା ହ୍ରାସ କରାଯିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ନୁହେଁ, ବରଂ ଏହା ଏକ ସାଧାରଣ ପ୍ରକ୍ରିୟା। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଦୀର୍ଘବର୍ଷ ଧରି ଉଚ୍ଚଶିକ୍ଷା ଦେଇ ଆସୁଥିବା ବ୍ୟକ୍ତିଙ୍କ ସିଭି ଯାଞ୍ଚ କରିବାର ଆବଶ୍ୟକତା କାହିଁକି ପଡ଼ିଲା। ଏହାର ଭିତରକୁ ଗଲେ ଅସହିଷ୍ଣୁତା ରହିଥିବା ବିଷୟ ବୁଝାପଡ଼ିଯାଉଛି। ଦେଶର ଶାସନ ପ୍ରଣାଳୀକୁ ବିଭିନ୍ନ ମଞ୍ଚରେ ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବା ଲାଗି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଉଛନ୍ତି ବୋଲି ସମାଲୋଚନା ହେଉଛି। ବିଶେଷକରି ଭାରତୀୟ ଇତିହାସ ପାଠ୍ୟ ପୁସ୍ତକରେ ପକ୍ଷପାତିତା ପୋଷଣ କରାଯାଇ ହେଉଥିବା କେତେକ ପରିବର୍ତ୍ତନକୁ ନେଇ ରୋମିଲା ଥାପର ସୂଚିତ କରିବା ପରେ ତାଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଉଛି।
ଆଜି ଭାରତରେ ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ଯାଏ ତ୍ରୁଟିବିଚ୍ୟୁତି ଲକ୍ଷ୍ୟ କରାଯାଉଛି। ଗୁଣାତ୍ମକ ଶିକ୍ଷା ଉପରେ କମ୍‌ ଜୋର ଦିଆଯାଉଥିବା ବେଳେ ପାଠ୍ୟ ପୁସ୍ତକ ପରିବର୍ତ୍ତନ କରିବା ହୋଇଯାଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ପ୍ରଗତିଶୀଳ ଚିନ୍ତାଧାରା ରଖୁଥିବା କୌଣସି ସରକାର ଶିକ୍ଷାରେ ନୂତନତ୍ୱ ଆଣିଲେ ତାହାକୁ ସ୍ବାଗତ କରାଯିବା ଉଚିତ। ପାଶ୍ଚାତ୍ୟରେ ବ୍ୟକ୍ତିବିଶେଷର ସାମଗ୍ରିକ ଉନ୍ନତି ଆଣିପାରୁଥିବା ବିଷୟବସ୍ତୁ ଉପରେ ଅଧିକ ଧ୍ୟାନ ଦିଆଯାଉଥିବାରୁ ସର୍ବଦା ଭିନ୍ନତା ପରିଲକ୍ଷିତ ହୋଇଥାଏ। ଭାରତରେ ଯେଉଁ ବିଷୟକୁ ପଢ଼ିଲେ ତାହାର ଛାତ୍ରୀଛାତ୍ରମାନେ ନିଯୁକ୍ତି ପାଇବାର ସୁଯୋଗ ପାଇପାରିବେ, ତାହା ଉପରେ ସେଭଳି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଆମେ ପଛରେ ପଡ଼ିଯାଉଛେ। ଦୁଃଖର ସହ ସ୍ବୀକାର କରିବାକୁ ହେବ ଯେ, ଭାରତର କୌଣସି ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ୧୦୦ ମଧ୍ୟରେ ଆସିପାରୁ ନାହିଁ। ଏଥିସହିତ ଏ ଦେଶରେ ଅଧିକାଂଶ ସମୟରେ ନିର୍ବାଚିତ ସରକାର ବିଶ୍ୱବିଦ୍ୟାଳୟ, ଶିକ୍ଷା ବୋର୍ଡ ଆଦି ଶୀର୍ଷ ଅନୁଷ୍ଠାନର ବିଭିନ୍ନ ନିଷ୍ପତ୍ତିରେ ହସ୍ତକ୍ଷେପ କରିଥାଆନ୍ତି। କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶକୁ ଅନୁସରଣ କରି କ୍ଷମତାକୁ ଆସିଥିବା ସରକାର ଚାହିଁଥାଏ ତା’ର ସର୍ବାଧିକ ମତ ପାଠ୍ୟ ପୁସ୍ତକରେ ସ୍ଥାନ ପାଉ। ସମସ୍ତେ ଜାଣନ୍ତି, ପିଲାମାନଙ୍କୁ ପାଠପଢ଼ାର ଆଦ୍ୟ ସ୍ତରରୁ ପ୍ରଭାବିତ କରିଦେଲେ ସେମାନଙ୍କ ଆଦର୍ଶ ଦୀର୍ଘଜୀବୀ ହେବ। ବାସ୍ତବରେ ଶିକ୍ଷା ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହିବା ଦରକାର। ସେହିପରି ରାଜନୈତିକ ବ୍ୟକ୍ତିମାନେ କ୍ୟାମ୍ପସ୍‌ ରାଜନୀତି ପ୍ରତି ଅନିଚ୍ଛା ପ୍ରକାଶ କରିପାରିଲେ ଶିକ୍ଷା ଉତ୍କର୍ଷ ଲାଭ କରିପାରନ୍ତା।
ଆଜିର ଏହି ପରିସ୍ଥିତିକୁ ଦେଖିଲେ ମନେହେଉଛି ଯେପରି ଭାରତର ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ଅଧିକ ଦୁର୍ବଳ କରିଦେବାର ଚେଷ୍ଟା ଲାଗି ରହିଛି। କୌଣସି ସକାରାତ୍ମକ ମତ ବା ପରାମର୍ଶ ଆସିଲେ ତାହାକୁ ତର୍ଜମା ନ କରି ତୀବ୍ର ବିରୋଧ କରାଯାଉଛି। ଏହାଫଳରେ ଘଟୁଥିବା ପରିବର୍ତ୍ତନ ନକାରାତ୍ମକ ହେବା ସହିତ ଭବିଷ୍ୟତ ପିଢ଼ି ପାଇଁ ଆଜିର ବ୍ୟବସ୍ଥା ଏକ ମୂଷା ଯନ୍ତା ସଦୃଶ ପାଲଟିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri