ସମ୍ପାଦକୀୟ/ ମୂଷା ଯନ୍ତା

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପୂର୍ବତନ କୁଳପତି ଆଶିଷ ଦତ୍ତା, ପ୍ରଖ୍ୟାତ ବୈଜ୍ଞାନିକ ଆର୍‌. ରାଜାରାମନ୍‌ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ ସେବାନିବୃତ୍ତ ପ୍ରଫେସରଙ୍କ ଶିକ୍ଷା ଓ ଜୀବନ ବୃତ୍ତାନ୍ତର ସଂକ୍ଷିପ୍ତ ବିବରଣୀ ବା ସିଭି ଦାଖଲ କରିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଜଣାଇ ଦେଇଛନ୍ତି। ଚାକିରିରୁ ଅବସର ଗ୍ରହଣ କରିବା ପରେ ଅବୈତନିକ ଭାବେ ଶିକ୍ଷାଦାନ କରୁଥିବା ଏଭଳି ପ୍ରଫେସରଙ୍କୁ ନୋଟିସ ମିଳିବା ପରେ ବିଭିନ୍ନ ଆଡ଼ୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ସମାଲୋଚନା କରାଯାଇଛି। ଅନ୍ୟପକ୍ଷରେ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ସମ୍ପୃକ୍ତ ପ୍ରଫେସରମାନଙ୍କୁ ଦିଆଯାଇଥିବା ଏମିରିଟସ୍‌ ମାନ୍ୟତା ହ୍ରାସ କରାଯିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ନୁହେଁ, ବରଂ ଏହା ଏକ ସାଧାରଣ ପ୍ରକ୍ରିୟା। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଦୀର୍ଘବର୍ଷ ଧରି ଉଚ୍ଚଶିକ୍ଷା ଦେଇ ଆସୁଥିବା ବ୍ୟକ୍ତିଙ୍କ ସିଭି ଯାଞ୍ଚ କରିବାର ଆବଶ୍ୟକତା କାହିଁକି ପଡ଼ିଲା। ଏହାର ଭିତରକୁ ଗଲେ ଅସହିଷ୍ଣୁତା ରହିଥିବା ବିଷୟ ବୁଝାପଡ଼ିଯାଉଛି। ଦେଶର ଶାସନ ପ୍ରଣାଳୀକୁ ବିଭିନ୍ନ ମଞ୍ଚରେ ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବା ଲାଗି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଉଛନ୍ତି ବୋଲି ସମାଲୋଚନା ହେଉଛି। ବିଶେଷକରି ଭାରତୀୟ ଇତିହାସ ପାଠ୍ୟ ପୁସ୍ତକରେ ପକ୍ଷପାତିତା ପୋଷଣ କରାଯାଇ ହେଉଥିବା କେତେକ ପରିବର୍ତ୍ତନକୁ ନେଇ ରୋମିଲା ଥାପର ସୂଚିତ କରିବା ପରେ ତାଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଉଛି।
ଆଜି ଭାରତରେ ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ଯାଏ ତ୍ରୁଟିବିଚ୍ୟୁତି ଲକ୍ଷ୍ୟ କରାଯାଉଛି। ଗୁଣାତ୍ମକ ଶିକ୍ଷା ଉପରେ କମ୍‌ ଜୋର ଦିଆଯାଉଥିବା ବେଳେ ପାଠ୍ୟ ପୁସ୍ତକ ପରିବର୍ତ୍ତନ କରିବା ହୋଇଯାଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ପ୍ରଗତିଶୀଳ ଚିନ୍ତାଧାରା ରଖୁଥିବା କୌଣସି ସରକାର ଶିକ୍ଷାରେ ନୂତନତ୍ୱ ଆଣିଲେ ତାହାକୁ ସ୍ବାଗତ କରାଯିବା ଉଚିତ। ପାଶ୍ଚାତ୍ୟରେ ବ୍ୟକ୍ତିବିଶେଷର ସାମଗ୍ରିକ ଉନ୍ନତି ଆଣିପାରୁଥିବା ବିଷୟବସ୍ତୁ ଉପରେ ଅଧିକ ଧ୍ୟାନ ଦିଆଯାଉଥିବାରୁ ସର୍ବଦା ଭିନ୍ନତା ପରିଲକ୍ଷିତ ହୋଇଥାଏ। ଭାରତରେ ଯେଉଁ ବିଷୟକୁ ପଢ଼ିଲେ ତାହାର ଛାତ୍ରୀଛାତ୍ରମାନେ ନିଯୁକ୍ତି ପାଇବାର ସୁଯୋଗ ପାଇପାରିବେ, ତାହା ଉପରେ ସେଭଳି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଆମେ ପଛରେ ପଡ଼ିଯାଉଛେ। ଦୁଃଖର ସହ ସ୍ବୀକାର କରିବାକୁ ହେବ ଯେ, ଭାରତର କୌଣସି ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ୧୦୦ ମଧ୍ୟରେ ଆସିପାରୁ ନାହିଁ। ଏଥିସହିତ ଏ ଦେଶରେ ଅଧିକାଂଶ ସମୟରେ ନିର୍ବାଚିତ ସରକାର ବିଶ୍ୱବିଦ୍ୟାଳୟ, ଶିକ୍ଷା ବୋର୍ଡ ଆଦି ଶୀର୍ଷ ଅନୁଷ୍ଠାନର ବିଭିନ୍ନ ନିଷ୍ପତ୍ତିରେ ହସ୍ତକ୍ଷେପ କରିଥାଆନ୍ତି। କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶକୁ ଅନୁସରଣ କରି କ୍ଷମତାକୁ ଆସିଥିବା ସରକାର ଚାହିଁଥାଏ ତା’ର ସର୍ବାଧିକ ମତ ପାଠ୍ୟ ପୁସ୍ତକରେ ସ୍ଥାନ ପାଉ। ସମସ୍ତେ ଜାଣନ୍ତି, ପିଲାମାନଙ୍କୁ ପାଠପଢ଼ାର ଆଦ୍ୟ ସ୍ତରରୁ ପ୍ରଭାବିତ କରିଦେଲେ ସେମାନଙ୍କ ଆଦର୍ଶ ଦୀର୍ଘଜୀବୀ ହେବ। ବାସ୍ତବରେ ଶିକ୍ଷା ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହିବା ଦରକାର। ସେହିପରି ରାଜନୈତିକ ବ୍ୟକ୍ତିମାନେ କ୍ୟାମ୍ପସ୍‌ ରାଜନୀତି ପ୍ରତି ଅନିଚ୍ଛା ପ୍ରକାଶ କରିପାରିଲେ ଶିକ୍ଷା ଉତ୍କର୍ଷ ଲାଭ କରିପାରନ୍ତା।
ଆଜିର ଏହି ପରିସ୍ଥିତିକୁ ଦେଖିଲେ ମନେହେଉଛି ଯେପରି ଭାରତର ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ଅଧିକ ଦୁର୍ବଳ କରିଦେବାର ଚେଷ୍ଟା ଲାଗି ରହିଛି। କୌଣସି ସକାରାତ୍ମକ ମତ ବା ପରାମର୍ଶ ଆସିଲେ ତାହାକୁ ତର୍ଜମା ନ କରି ତୀବ୍ର ବିରୋଧ କରାଯାଉଛି। ଏହାଫଳରେ ଘଟୁଥିବା ପରିବର୍ତ୍ତନ ନକାରାତ୍ମକ ହେବା ସହିତ ଭବିଷ୍ୟତ ପିଢ଼ି ପାଇଁ ଆଜିର ବ୍ୟବସ୍ଥା ଏକ ମୂଷା ଯନ୍ତା ସଦୃଶ ପାଲଟିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri