Posted inଜାତୀୟ

ସମୁଦ୍ର କୂଳରେ ବସି ଭିଡିଓ କରୁଥିଲା ପରିବାର: ଅଚାନକ୍‌ ଆସିଲା ଢ଼େଉ…

ଗାନ୍ଧୀନଗର,୧୫।୬: ସମୁଦ୍ର କୂଳରେ ଥିବା ଏକ ମନ୍ଦିର ନିକଟରେ ଗୋଟିଏ ପରିବାର ବସି ମଜାମସ୍ତି କରୁଥିଲେ। ସେହି ସମୟରେ ହଠାତ୍‌ ଏକ ଉଚ୍ଚ ଢ଼େଉ ଆସି ତାଙ୍କୁ ପାଣି ଭିତରକୁ ଟାଣିନେଇଥିଲା। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ପର୍ଯ୍ୟଟନସ୍ଥଳ କେନ୍ଦ୍ର ଶାସିତ ପ୍ରଦେଶ ଡିୟୁରେ। ସୂଚନାଯୋଗ୍ୟ, ଗୁଜୁରାଟରେ ପ୍ରଶାସନ ପକ୍ଷରୁ ବାତ୍ୟା ‘ବାୟୁ’ ପାଇଁ ଆଲର୍ଟ ଜାରି କରାଯାଇଥିଲା। ସମୁଦ୍ର କୂଳକୁ ପର୍ଯ୍ୟଟକ ଓ ମତ୍ସଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଥିଲେ। ଡିୟୁରେ ଥିବା ଗଙ୍ଗେଶ୍ୱର ମହାଦେବ ମନ୍ଦିର ଏହା ସମୁଦ୍ର କୂଳରେ ଅବସ୍ଥିତ। ସମସ୍ତଙ୍କୁ ଆଲର୍ଟ କରାଯିବା ସତ୍ତ୍ୱେ ଗୋଟିଏ ପରିବାର ଉକ୍ତ ମନ୍ଦିରର ପାହାଚରେ ବସି ମଜା କରିବା ସହ ଭିଡିଓ କରୁଥିଲେ। ସେହି ସମୟରେ ହଠାତ୍‌ ସମୁଦ୍ରର ଢ଼େଉ ଆସି ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ଢ଼େଉର ପ୍ରଖରତା ଏତେ ଅଧିକ ଥିଲା ଯେ ସେଠାରେ ସେମାନଙ୍କର ସନ୍ତୁଳନ ବିଗିଡ଼ି ଯାଇଥିଲା। ହେଲେ ଭାଗ୍ୟବଶତଃ ଲଗାତାର ଭାବେ ଢ଼େଉ ନ ଆସିବାରୁ ଉକ୍ତ ପରିବାର ପରସ୍ପରର ହାତ ଧରି ପାଣି ଭିତରୁ ବାହାରକୁ ଆସିବାରେ ସଫଳ ହୋଇଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ଉତ୍ତେଜନା ସୃଷ୍ଟି କରୁଥିବା ୟୁଟ୍ୟୁବ ଚ୍ୟାନେଲ-ଭିଡ଼ିଓ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ, ୨୭।୯ : ଭାରତରେ ମିଥ୍ୟା ଖବର ମାଧ୍ୟମରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ୟୁଟ୍ୟୁବ ଚ୍ୟାନେଲ-ଭିଡ଼ିଓ ଉପରେ କେନ୍ଦ୍ର ସରକାର ସର୍ଜିକାଲ...

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ: ଆଡଭାଇଜରୀ ଜାରି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୮।୩: ଦେଶରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ପାଉଛି। ତେବେ ମହାରାଷ୍ଟ୍ର ବର୍ତ୍ତମାନ ସମୟରେ ଏହି ଭାଇରସ କରୋନା ଭଳି ଦ୍ରୁତ ଗତିରେ ବଢୁଛି। ଏହାକୁ...

ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କହିଲେ ‘ରିୟର ଭ୍ୟୁ ମିରର୍‌’ ଦେଖିବା କାହିଁକି ଜରୁରୀ…

ନୂଆଦିଲ୍ଲୀ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ବିଦେଶରେ ଥାଇ ସେ ଲଗାତାର ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି,...

ଉନ୍ନାଓ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ପ୍ରିୟଙ୍କା

ଉନ୍ନାଓ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହାପରେ ସାରା ଦେଶରେ ଶୋକପ୍ରକାଶ ପାଇବା ସହ ଜନତାଙ୍କ...

ମେଟା ନ୍ୟୁ ଇଣ୍ଡିଆର ମୁଖ୍ୟ ହେଲେ ସନ୍ଧ୍ୟା ଦେବନାଥନ୍‌

ନୂଆଦିଲ୍ଲୀ,୧୭।୧୧: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଗୁରୁବାର ସନ୍ଧ୍ୟା ଦେବନାଥନ୍‌ଙ୍କୁ ଭାରତର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରିଛି। ଅଜିତ ମୋହନଙ୍କ ଇସ୍ତଫା ପରେ ସନ୍ଧ୍ୟାଙ୍କୁ...

ଗିରଫ ହେଲେ ୨ ଆଇଏସ୍‌ଆଇ ଗୁପ୍ତଚର

ଜୟପୁର,୧୪।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତିରେ ସମ୍ପୃକ୍ତ ଥିବା ୨ଜଣ ଯୁବକଙ୍କୁ ରାଜସ୍ଥାନର ଭିଓ୍ବାରା ଏବଂ ପାଲି ଜିଲାରୁ ଗିରଫ କରାଯାଇଛି।...

ମହାରାଷ୍ଟ୍ରରେ କରୋନା ଭ୍ୟାକ୍ସିନ ବିତରଣ ପାଇଁ ଗଠନ କରାଯାଇଛି ଟାକ୍ସ ଫୋର୍ସ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୧: ଦେଶରେ କରୋନା ମହାମାରୀ ପୁଣିଥରେ ତା’ର କାୟା ବିସ୍ତାର କରିଥିବା ବେଳେ ଏବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାର...

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବେ

ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବା ‘ସବୁଜ ଦଣ୍ଡ’ ନାମକ...

Advertisement
Archives

Model This Week