ସବୁ ଅପରାଧର ମୂଳ ପ୍ରାଣିହିଂସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମେ ସମସ୍ତେ ଶାନ୍ତି ଚାହଁୁ, କିନ୍ତୁ ଆମେ ବଡ଼ ହେଲା ପରେ ଅଧିକ ଦୁଃଖୀ ହୋଇଯାଉ ଏବଂ ପରସ୍ପର ମଧ୍ୟରେ ଦୂରତା ବି ବଢ଼ିଯାଏ। ଆମେ ପୃଥିବୀକୁ ଘୃଣାରେ ଭାଗ ଭାଗ କରିଦେଇଛୁ। ଆମେ ପରସ୍ପରକୁ ତ ନିରନ୍ତର ଆକ୍ରମଣ କରୁଛୁ, ତା’ ସହ ଆମର ଘୃଣିତ କାର୍ଯ୍ୟ ଓ ଭାବନା ଦ୍ୱାରା ପୃଥିବୀ ଉପରେ ଓ ତା’ର ପ୍ରତ୍ୟେକ ପ୍ରାଣୀ ଉପରେ ଆକ୍ରମଣ କରିଚାଲିଛୁ। ଆମେ କ’ଣ ଚାହୁଁ ଆମ ପିଲାମାନେ ବି ଆମରି ପରି କ୍ରୂର ଓ ଦୁଃଖୀ ହୁଅନ୍ତୁ? ନା, ଆମେ ଚାହଁୁ ଆମ ପିଲାମାନେ ସୁଖୀ ହୁଅନ୍ତୁ। କିନ୍ତୁ ସୁଖୀ ଜୀବନ ଲାଭ ପାଇଁ କେତେକ ଗୁଣର ଆବଶ୍ୟକତା ରହିଛି, ଯଥା- ଦୟାଳୁତା, ସଚେତନତା, ପରସ୍ପର ପ୍ରତି ସମ୍ମାନ, ଶାନ୍ତିପ୍ରିୟତା ଓ ପ୍ରକୃତିପ୍ରେମ। କିନ୍ତୁ ଆମେ ସେମାନଙ୍କୁ ପିଲାଦିନୁ ନିଷ୍ଠୁର ଓ ଭୟାଳୁ କରିତୋଳୁଛୁ। ଏହି ଭୟ ହିଁ ହିଂସାର ଜନକ। ସେମାନେ ଯେତେବେଳେ ଘାସ ଉପାଡ଼ନ୍ତି ବା ଶାମୁକା ଓ ପିମ୍ପୁଡିକୁ ପଥରରେ ଛେଚି ମାରିଦିଅନ୍ତି ଆମେ ଦେଖି ହସିଥାଉ। ଆମେ ସେମାନଙ୍କୁ ବଗ୍‌ସ ବନି ଓ ଟମ୍‌ ଆଣ୍ଡ୍‌ ଜେରି ପରି ପ୍ରାଣୀ-ଭିତ୍ତିକ କାର୍ଟୁନ ସିରିୟଲ ଦେଖିତ୍ବାକୁ ସୁଯୋଗ ଦେଉ, ଯେଉଁଥିରେ ବନ୍ଧୁକର ମଜା ଉଠାଯାଉଥିବାର ଦେଖିବାକୁ ମିଳେ। ଏହାଦ୍ୱାରା ଆମେ ପିଲାମାନଙ୍କୁ ବିନାଶର ପଥକୁ ଠେଲିଦେଉଛୁ।
ପ୍ରାଣୀଙ୍କୁ ନିର୍ଯାତନା ଦିଆଯିବା ବେଳେ ପିଲାମାନେ ତାକୁ ଦେଖିବା ବା ସେଥିରେ ଭାଗନେବା ତାଙ୍କ ବ୍ୟବହାରକୁ କେମିତି ପ୍ରଭାବିତ କରେ ଆସନ୍ତୁ ଜାଣିବା। ଅଷ୍ଟ୍ରିଆର ସ୍ନାୟୁବିଜ୍ଞାନୀ ତଥା ମନୋବିଶ୍ଳେଷକ ସିଗ୍‌ମଣ୍ଡ ଫ୍ରଏଡ୍‌ ବିଶ୍ୱାସ କରନ୍ତି ଯେ, ମାନବ ବ୍ୟକ୍ତିତ୍ୱ ତିନୋଟି ଭାଗରେ ବିଭକ୍ତ। ତାହା ହେଉଛି- ଇଡ୍‌ (ମାନସିକ କ୍ରିୟାକଳାପକୁ ନିୟନ୍ତ୍ରଣ କରୁଥିବା ପ୍ରାଥମିକ ଅହଂ), ଅହଂକାର ଓ ମହାଅହଂକାର। ଇଡ୍‌ ପିଲାମାନଙ୍କଠାରେ ଦେଖାଯାଏ, ଯାହା ତାଙ୍କର ସଂସ୍କାରଗତ ମାନବୀୟ ବ୍ୟବହାରର ବିକାଶ ଘଟାଏ। କିନ୍ତୁ ତାହା ମହାଅହଂକାରରେ ପରିଣତ ହେବାକୁ ସମୟ ଲାଗେ, ଯାହା ନୈତିକ ବିଚାର ବା ବିବେକ ସହ ଜଡିତ। ତେଣୁ ସେମାନେ ୫-୧୦ ବର୍ଷ ବୟସ ମଧ୍ୟରେ ଠିକ୍‌ ଭୁଲ୍‌ ସମ୍ପର୍କରେ ସଚେତନ ନ ଥାନ୍ତି ଏବଂ ପ୍ରବୃତ୍ତିି ଅନୁଯାୟୀ କାର୍ଯ୍ୟ କରିଥାନ୍ତି ଓ ଅନ୍ୟକୁ ନକଲ କରିବାକୁ ଭଲ ପାଆନ୍ତି। ଯଦି ଆମେ ପିଲାମାନଙ୍କୁ ପ୍ରାଣିହିଂସାମୂଳକ କାର୍ଟୁନ ଦେଖାଇବା ତେବେ ସେମାନଙ୍କ ବିବେକ ଆଉ ପ୍ରାଣିହିଂସା କରିବାକୁ ବାଧା ଦେବ ନାହିଁ। ତା’ପରେ ସେମାନେ ହିଂସାମୂଳକ ଭିଡିଓ ଗେମ୍‌ ଦେଖିବାକୁ ମନ ବଳାଇବେ। ଲିଟିଲ ଆଲବର୍ଟ ପରୀକ୍ଷଣରେ ଗବେଷକ ଜନ ବି. ଓ୍ବାଟ୍‌ସନ ଓ ରୋଜାଲି ରେନର୍‌ ‘ଷ୍ଟିମ୍ୟୁଲସ ଜେନେରାଲାଇଜେଶନ’ ଉପରେ ଅନୁଧ୍ୟାନ କରିଥିଲେ। ଲିଟିଲ୍‌ ବୟ ଆଲବର୍ଟ ମନରେ ଗୋଟିଏ ଧଳା ମୂଷା ପ୍ରତି ଭୟ ସୃଷ୍ଟି କରାଗଲା। ପରେ ଗବେଷକମାନେ ତାହା ଉପରେ ଅନୁଧ୍ୟାନ କରି ଜାଣିପାରିଲେ ଯେ, ଆଲବର୍ଟ ଯେ କୌଣସି ଧଳା ଜିନିଷ ଦେଖି ସେତିକି ଭୟ କରିବା ଆରମ୍ଭ କରିଦେଲା। ଏମିତିକି ସେ ଧଳା କୁକୁର, ଠେକୁଆ ଓ ଧଳା କେଶକୁ ଦେଖି ଭୟ କଲା। ଏହି ଗବେଷଣା ପ୍ରମାଣ କରିଦେଲା ଯେ, ପିଲାମାନେ ସସର୍ତ୍ତ ଉଦ୍ଦୀପନା ଓ ସାଧାରଣ ଉଦ୍ଦୀପନା ଭିତରେ ପ୍ରଭେଦ ବାରିପାରନ୍ତି ନାହିଁ। ଅର୍ଥାତ୍‌, ଯଦି ପ୍ରାଣୀମାନଙ୍କ ପ୍ରତି ହିଂସା ନ୍ୟାୟସଙ୍ଗତ ବୋଲି ପିଲାଙ୍କ ମନରେ ବିଶ୍ୱାସ ସୃଷ୍ଟି କରାଯାଏ ତେବେ ସେମାନେ ସବୁ ପ୍ରକାର ହିଂସା ଆଚରଣକୁ ଯୁକ୍ତିଯୁକ୍ତ ବୋଲି ଭାବିନେବେ।
ସାନ୍‌ ଡିଏଗୋରେ ସୋସାଇଟି ଫର୍‌ ନ୍ୟୁରୋସାଇନ୍ସ ସମ୍ମିଳନୀରେ ଦର୍ଶାଯାଇଥିଲା ଯେ, ଯେଉଁ ପିଲାମାନେ ହିଂସାତ୍ମକ ଆଚରଣ ଦେଖିଥିଲେ ସେମାନଙ୍କ ମସ୍ତିଷ୍କର ପ୍ରିିଫ୍ରଣ୍ଟାଲ କର୍ଟେକ୍ସ ଛୋଟ ହୋଇଯିିବା ସହ ତା’ର ସକ୍ରିୟତା କମିଯାଇଥିଲା। ଏହା ‘ଗ୍ରାଜୁଏଶନ ହାଇପୋଥେସିସ୍‌’କୁ୍‌ ସିଦ୍ଧ କରେ। ଅର୍ଥାତ୍‌ ଶାରୀରିକ ଓ ମାନସିକ ବିକାଶ ସମୟରେ ପ୍ରାଣୀମାନଙ୍କ ପ୍ରତି ମନରେ ରହିଥିବା କ୍ରୂରଭାବ ଯୋଗୁ ଏହି ପିଲାମାନେ ବଡ଼ହେଲେ ଅନ୍ୟ ପ୍ରତି ହିଂସା ଆଚରଣ କରିବା ସମ୍ଭବ। ପ୍ରାଣୀ ଅତ୍ୟାଚାରୀମାନେ ପ୍ରାଣୀମାନଙ୍କର କ୍ଷତି କରିବା ସହ ମଣିଷଙ୍କର ବି କ୍ଷତି କରିଥାନ୍ତି। ପ୍ରଥମରୁ ହିଂସାର ଅନୁଭବ ସ୍ନାୟବିକ, ଅନ୍ତଃସ୍ରାବୀ ଓ ପ୍ରତିରୋଧକ ଶକ୍ତିର ଆଧାର ସ୍ତରରେ ସ୍ଥାୟୀ କ୍ଷତି କରିପାରେ। ଏହା କ୍ରମେ ଡିଏନ୍‌ଏରେ ଆନୁବଂଶିକ ପରିବର୍ତ୍ତନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଅର୍ଥାତ୍‌ ତୁମେ ଜଣେ ହିଂସ୍ର ପିଲା କି ବ୍ୟକ୍ତି ସୃଷ୍ଟି କରୁନାହଁ, ତୁମେ ତା’ର ମସ୍ତିଷ୍କ ଓ ଡିଏନ୍‌ଏକୁ ପରିବର୍ତ୍ତନ କରିଦେଉଛ। ଏହାଦ୍ୱାରା ସେ ପିଲାର ପରବର୍ତ୍ତୀ ବଂଶଧର ଜନ୍ମ ହେବା ଦିନଠାରୁ ହିଂସକ ଗୁଣ ଧାରଣ କରିବ।
ଥରେ ଜଣେ ମହିଳା ବନ୍ଧା ହୋଇଥିବା ଗୋଟିଏ କୁକୁରକୁ ହାଇହିଲ୍‌ରେ ପିଟିପିଟି ମାରିଦେବାର ଦୃଶ୍ୟ ଦେଖିଥିଲି। ଗୋଟିଏ ପିଲାର ତଣ୍ଟି ଚିପି ମାରିଦେବାର ବି ଦେଖିଥିଲି। ଏହି ଦୁଇଟି ଫିଲ୍ମ କ୍ରଶ୍‌ ଆଣ୍ଡ୍‌ ସ୍ନଫ୍‌ ଶିଳ୍ପର ଅଂଶ। କ୍ରଶ୍‌ ଭିଡିଓରେ ସାଧାରଣତଃ ମହିଳାମାନେ ସେମାନଙ୍କ ଦେଖଣାହାରୀଙ୍କ ବିଚିତ୍ର ଯୌନ ଚାହିଦା ପୂରଣ କରିବା ପାଇଁ କ୍ଷୁଦ୍ର ଓ ନିରୀହ ପ୍ରାଣୀମାନଙ୍କୁ ଗାଡି ଚଢାଇ, ପାଦରେ ଦଳି ବା ଶୂଳି ଦେଇ ମାରିବା ଦୃଶ୍ୟକୁ ପ୍ରଦର୍ଶନ କରାଯାଏ। ସ୍ନଫ୍‌ରେ ବାସ୍ତବରେ ଛୋଟପିଲାଙ୍କୁ ମରାଯାଏ। ଏହି ଦୁଇ ପ୍ରକାର ଫିଲ୍ମ ଏକା ଲୋକ ହିଁ ପ୍ରସ୍ତୁତ କରିଥାନ୍ତି। କ୍ରଶ୍‌ ଫିଲ୍ମର ସ୍ରଷ୍ଟା ଜେଫ୍‌ ଭିଲେନସିୟା ଗର୍ବର ସହ ସ୍ବୀକାର କରନ୍ତି ଯେ, ପିଲାବେଳେ ସେ କୀଟ କିମ୍ବା ପ୍ରାଣୀଙ୍କୁ ପାଦରେ ଦଳିଦେବା ଦେଖି ଖୁସି ହେଉଥିଲେ ଏବଂ ଏଥିରୁ ସେ ହିଂସା ପ୍ରତି ଉତ୍ସାହିତ ହୋଇଥିଲେ। ସେ କ’ଣ କୌଣସି ସିରିୟଲ କିଲର୍‌ଠାରୁ କମ୍‌?
ପ୍ରାଣୀମାନଙ୍କ ପ୍ରତି କ୍ରୂରତାରୁ ଜଣେ ସରିୟଲ କିଲର ବନିଥାଏ। ଜର୍ନାଲ ଅଫ୍‌ ଆନିମଲ ଏଥିକ୍ସରେ ଏଲୋନୋରା ଗୁଲୋନେ ଉଲ୍ଲେଖ କରିଛନ୍ତିି ଯେ, ବିଶ୍ୱର କୁଖ୍ୟାତ ସିରିୟଲ କିଲର୍‌ ଟେଡ୍‌ ବଣ୍ଡି କିମ୍ବା ଜେଫାରୀ ଡହମର୍‌ ମଧ୍ୟ ପ୍ରାଣୀ ନିର୍ଯାତନା ଲାଗି ବେଶ୍‌ ଜଣାଶୁଣା। ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଧୁକଧାରୀ ଲି ବୟଡ୍‌ ମାଲ୍‌ଭୋଙ୍କ ଉପରେ ଜଣେ ମନସ୍ତତ୍ତ୍ୱବିତ୍‌ ଅନୁଧ୍ୟାନ କରି ଜାଣିପାରିଥିଲେ ଯେ, ୧୦ ଜଣକୁ ଗୁଳିକରି ହତ୍ୟା କରିଥିବା ଏହି କିଶୋର ଜଣକ ମାତ୍ର ୧୪ ବର୍ଷ ବୟସରେ ଅନେକ ବିରାଡ଼ିଙ୍କୁ ବାଟୁଳିଖାଡ଼ାରେ ମାର୍ବଲ ଫିଙ୍ଗି ମାରିଦେଇଥିଲେ। ଷ୍ଟେଟ୍‌ କଲେଜ ଅଫ୍‌ ଡେନେଭର୍‌ର ଗବେଷକ ବିଲ୍‌ ହେନ୍‌ରୀ ଏବଂ ଚେରିଲ ସାଣ୍ଡର୍ସଙ୍କ ଦ୍ୱାରା କରାଯାଇଥିବା ଆଉ ଏକ ଅନୁଧ୍ୟାନରୁ ଜଣାପଡିଥିଲା ଯେ, ପାଖାପାଖି ପ୍ରାୟ ସବୁ ବଳାତ୍କାର ଓ ହତ୍ୟା ଅପରାଧୀ କିଶୋର ଅବସ୍ଥାରେ ପ୍ରାଣୀମାନଙ୍କୁ ନିର୍ଯାତନା ଦେଉଥିଲେ।
‘ଦି ଭାଓଲେଶନ ଗ୍ରାଜୁଏଶନ ହାଇପୋଥେସିିସ୍‌’ କହେ ଯେ, ପିଲାବେଳେ ପ୍ରାଣୀମାନଙ୍କୁ ନିର୍ଯାତନା ଦେଉଥିବା ପିଲାଟି ବଡ଼ ହେଲେ ମଣିଷ ପ୍ରତି ହିଂସକ ହୋଇଯାନ୍ତି। ଜର୍ନାଲ ଅଫ୍‌ ଚାଇଲ୍ଡ ସେକ୍ସୁଆଲ ଆବ୍ୟୁଜ୍‌ରେ୍‌ ସିରିଏଲ କିଲରଙ୍କ ଉପରେ କରାଯାଇଥିବା ଏକ ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ସେଥିରେ ଦର୍ଶାଯାଇଛି ଯେ, ପିଲାବେଳେ ୩୬ ପ୍ରତିଶତ, କିଶୋର ଅବସ୍ଥାରେ ୪୬ ପ୍ରତିଶତ ଓ ବୟସ୍କବେଳେ ୩୬ ପ୍ରତିଶତ ସିରିୟଲ କିଲର ପ୍ରାଣୀ ନିର୍ଯାତନାରେ ବ୍ୟସ୍ତ ରହିଥାନ୍ତି। ଯେଉଁମାନେ ପିଲାଦିନେ ପ୍ରାଣୀ ନିର୍ଯାତନାରେ ସମ୍ପୃକ୍ତ ଥାନ୍ତି, ସେମାନେ ବଡ଼ ହେଲେ ନରହତ୍ୟା, ବଳାତ୍କାରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅପରାଧରେ ସଂଶ୍ଳିଷ୍ଟ ହୋଇପଡ଼ନ୍ତି।
୧ ଜାନୁୟାରୀ, ୨୦୧୯ରେ ଆମେରିକାର ଏଫ୍‌ବିଆଇ ପ୍ରାଣୀମାନଙ୍କ ପ୍ରତି କ୍ରୂରତା ସହ ଚୋରି, ଘାତକ ଆକ୍ରମଣ, ହତ୍ୟା ଭଳି ସାଂଘାତିକ ଅପରାଧକୁ କ୍ରିମିନାଲ ଡାଟାବେସ୍‌ ଏନ୍‌ଆଇବିଆର୍‌ଏସ୍‌ରେ ସାମିଲ କରିଥିଲା। ପ୍ରାଣୀଙ୍କ ପ୍ରତି କ୍ରୂରତା ପରବର୍ତ୍ତୀ ସମୟରେ ବଡ ଅପରାଧର ସୃଷ୍ଟିକର୍ତ୍ତା ବୋଲି କୁହନ୍ତି ଏନ୍‌ଆଇବିଆରଏସ୍‌ର ସଂଚାଳକ ବ୍ୟୁରୋଜ୍‌ କ୍ରିମିନାଲ ଷ୍ଟାଟିଷ୍ଟିକ୍ସ ମ୍ୟାନେଜ୍‌ମେଣ୍ଟ ୟୁନିଟ୍‌ର ନେଲ୍‌ସନ ଫେରୀ। ଦି ନ୍ୟାଶ୍‌ନାଲ ଶେରିଫସ୍‌ ଆସୋସିଏଶନ ବ୍ୟୁରୋର ଆପରାଧିକ ତଥ୍ୟ ସଂଗ୍ରହ ତାଲିକାରେ ପ୍ରାଣୀ କ୍ରୂରତାକୁ ସାମିଲ କରିବା ଲାଗି ପ୍ରବର୍ତ୍ତାଇଥିଲା। ଏହି ସଂସ୍ଥା ବର୍ଷ ବର୍ଷ ଧରି ପ୍ରାଣୀ ନିର୍ଯାତନା, ଶିଶୁ ନିର୍ଯାତନା, ଘରୋଇ ହିଂସା ଓ ଅନ୍ୟ ଅପରାଧ ଉପରେ ଅନୁଧ୍ୟାନ କରିଆସୁଛି। ପ୍ରାଣୀ ପ୍ରତି କ୍ରୂରତା ପ୍ରକାଶ କରିବା କେବଳ ପ୍ରାଣୀମାନଙ୍କ ପ୍ରତି ଅପରାଧ ବୋଲି ଲୋକମାନେ ଯାହା ଭାବୁଥିଲେ ସେହି ମାନସିକତାକୁ ଦୂର କରିବା ଲାଗି ଏହି ସଂସ୍ଥା ଚାହଁିଥିଲା। ଏହା ସମାଜ ଲଗି ବି ଅପରାଧ। ଏହି ଅପରାଧଗୁଡିକ ପ୍ରତି ସତର୍କ ରହିଲେ ଆମେ ସମାଜର ମଙ୍ଗଳ କରିପାରିବା ବୋଲି ଏହା ଲୋକମାନଙ୍କୁ ସଚେତନ କରିଥିଲା।
ଭାରତରେ ପୋଲିସ ଯେତେବେଳେ ପ୍ରାଣୀ ନିର୍ଯାତନା ଅପରାଧକୁ ପଞ୍ଜୀକୃତ କରିବା ଲାଗି ଚାହଁୁନି ଓ ଏ କ୍ଷେତ୍ରରେ ଅବହେଳା କରିଚାଲିଛି, ସେତେବେଳେ ସେମାନେ ଏହାକୁ ପଢ଼ିବା ଉଚିତ କିମ୍ବା ପୋଲିସ ଟ୍ରେନିଂ ଏକାଡେମୀଗୁଡ଼ିକରେ ଏ ସମ୍ପର୍କରେ ସେମାନଙ୍କୁ ଶିକ୍ଷା ଦିଆଯିବା ଆବଶ୍ୟକ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?