ଆପରାଧିକ ନ୍ୟାୟ ପ୍ରକ୍ରିୟା

ସବ୍ୟସାଚୀ ଅମିତାଭ
ଏଇ କିଛିଦିନ ତଳେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ମାମଲାରେ ୪ ଅଭିଯୁକ୍ତ ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇବା ଅନ୍ୟ ଏକ ବିତର୍କକୁ ମଧ୍ୟ ଜନ୍ମଦେଇଛି। ଏହି ପୂରା ଘଟଣାକ୍ରମ ଦେଶର ଆପରାଧିକ ନ୍ୟାୟ ପ୍ରଣାଳୀ ଯାହା ସିଜେଏସ୍‌ ବୋଲି ଜଣାଶୁଣା ତାକୁ ନେଇ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ସମୟରେ ଏହା ଉପରେ ତର୍ଜମା କରାଯିବା ଏକାନ୍ତ ଜରୁରୀ। ଏହା ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ପୋଲିସ ପକ୍ଷରୁ ରୁଜୁ କରାଯାଉଥିବା ଏଫ୍‌ଆଇଆର୍‌। ଏଫ୍‌ଆଇଆର ପ୍ରକ୍ରିୟା ବାବଦରେ ରାଷ୍ଟ୍ରୀୟ ପୋଲିସ ଆୟୋଗ, ମଲିମଥ କମିଟି, ଦ୍ୱିତୀୟ ପ୍ରଶାସନିକ ସଂସ୍କାର କମିଶନ, ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ଅନେକ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି। ହେଲେ ଦୁଃଖର କଥା, ତମାମ ସଂସ୍କାର କାର୍ଯ୍ୟକ୍ରମ ସତ୍ତ୍ୱେ ଏଫ୍‌ଆଇଆର୍‌ ପ୍ରକ୍ରିୟାରେ ଏ ଯାଏ ସୁଧାର ଆସିପାରିନି।
ଅପରାଧ ରୋକିବାକୁ ହେଲେ ପ୍ରଥମେ ପ୍ରାଥମିକତା ସ୍ଥିର କରିବାକୁ ହେବ। ଏହା ହିଁ ଏକମାତ୍ର ସତ। ଏହାରି ଭିତରେ ପ୍ରଶ୍ନ ଉଠୁଛି ଆମେ ସେଇ ପୁରୁଣା ବ୍ୟବସ୍ଥା ଭିତରେ ରହିବା ନା ନୂଆ ପଦ୍ଧତି ଆଡକୁ ଆଗେଇବା। ଦୁଷ୍କର୍ମ, ହତ୍ୟାଠାରୁ ଆରମ୍ଭକରି ଡାଟା ଚୋରି ପରି ସାଇବର ଅପରାଧ, ବ୍ୟାଙ୍କ୍‌ ଠକେଇଠାରୁ ଚିଟ୍‌ଫଣ୍ଡ ପରି ଆର୍ଥିକ ଅପରାଧ ତଥା ଘରୋଇ କଳି ପରି ମାମଲାରେ ବି ପୋଲିସ ଏଫ୍‌ଆଇଆର୍‌ ବର୍ତ୍ତମାନ ଏକପ୍ରକାର ପଦ୍ଧତିରେ ଗତି କରୁଛି। ସବୁ ମାମଲାରେ ଆଗେ ଏଫ୍‌ଆଇଆର୍‌ ରୁଜୁ ହେବ, ତା’ ପରେ ଯାଇ ତଦନ୍ତ।
ଏଫ୍‌ଆଇଆର୍‌ ପ୍ରସଙ୍ଗରେ ଆଲୋଚନା କଲାବେଳେ ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ, ଦେଶର ଅଧିକାଂଶ ଥାନାରେ ଆବଶ୍ୟକ ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭକରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁଥିରେ ଅଭାବ ରହିଛି। ଏପରି ସ୍ଥିତିରେ ଅପରାଧର ଗମ୍ଭୀରତାକୁ ପୋଲିସ କେତେଦୂର ବୁଝିପାରୁଛି ତାହା ବଡ଼ କଥା। ସାଇବର ଅପରାଧ ରୋକିବା ପାଇଁ କିଛି ରାଜ୍ୟ ଇତିମଧ୍ୟରେ ଅଲଗା ଥାନାର ବ୍ୟବସ୍ଥା କରିଛନ୍ତି। ଅନ୍ୟ ସଙ୍ଗିନ ଅପରାଧ ରୋକିବା ପାଇଁ ଏପରି କିଛି ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯିବା ଦରକାର ବୋଲି ଏବେ ମତପ୍ରକାଶ ପାଉଛି।
ଅପରାଧ ରୋକିବା ପାଇଁ ପ୍ରଚଳିତ ଆଇନରେ ସଂଶୋଧନ ଅଣାଯିବା ଜରୁରୀ। ଆପରାଧିକ ପ୍ରବୃତ୍ତିର କିଛି ଦେୱାନି ମାମଲାକୁ ଆଇନରେ ସଂଶୋଧନ କରି ସମାଧାନ କରାଯାଇପାରିବ।
ଅପରାଧ ରୋକିବା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା, ନୂଆ କୌଶଳ, ଆର୍ଥିକ ତଥା ମାନବସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଅଣଦେଖା କରାଯିବା ଆଦୌ ଠିକ୍‌ ନୁହେଁ। ସେଥିପାଇଁ ପ୍ରଚଳିତ ଆଇନରେ ସଂଶୋଧନର ଆବଶ୍ୟକତା ରହିଛି।
ଆମ ଦେଶରେ ଏଫ୍‌ଆଇଆର୍‌ର ଗୁରୁତ୍ୱପୂର୍ଣ ଭୂମିକା ରହିଛି। କାରଣ ଯଦି କୌଣସି ବ୍ୟକ୍ତିର ନାଁ ଏଫ୍‌ଆଇଆର୍‌ରେ କୌଣସି କାରଣରୁ ଆସିଯାଉଛି ତେବେ ସମ୍ପୃକ୍ତ ବ୍ୟକ୍ତି ସହିତ ଆପରାଧିକ ପୃଷ୍ଠଭୂମି ଆପେ ଆପେ ଯୋଡ଼ି ହୋଇଯାଉଛି। ଏହି କାରଣରୁ ଭବିଷ୍ୟତରେ ପାସପୋର୍ଟ ତିଆରିଠାରୁ ଆରମ୍ଭକରି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇବା ଯାଏ ଅନେକ କାମରେ ସମ୍ପୃକ୍ତ ବ୍ୟକ୍ତି ଅସୁବିଧା ଭୋଗିଥାଏ। ସେଥିପାଇଁ ଏଫ୍‌ଆଇଆର୍‌ ପ୍ରକ୍ରିୟା ସ୍ବଚ୍ଛ ହେବା ଦରକାର। ଠିକ୍‌ ଏଫ୍‌ଆଇଆର୍‌ ପ୍ରକ୍ରିୟା ପାଇଁ ବ୍ୟବସ୍ଥାରେ ଥିବା ଅସଙ୍ଗତିଗୁଡ଼ିକୁ ଆଗେ ବଦଳାଇବାକୁ ପଡ଼ିବ। ଡାଏଲ୍‌ ଏଫ୍‌ଆଇଆର୍‌, ଜିରୋ ଏଫ୍‌ଆଇଆର୍‌ ପରି ବ୍ୟବସ୍ଥା ସବୁ ରାଜ୍ୟରେ କାର୍ଯ୍ୟକାରୀ ହେବା ଦରକାର।
ଆପରାଧିକ ନ୍ୟାୟ ପ୍ରଣାଳୀରେ ସୁଧାରର ପ୍ରଥମ ବାଟ ହେଉଛି ଏଫ୍‌ଆଇଆର୍‌ ପ୍ରକ୍ରିୟାରେ ନ୍ୟାୟିକ ବ୍ୟବସ୍ଥାର ହସ୍ତକ୍ଷେପକୁ ବଳବତ୍ତର କରାଯିବା। ଏହା ହେଲେ ପୋଲିସ ନିଜ ପାଇଁ ଠିକ୍‌ ଲକ୍ଷ୍ୟଧାର୍ଯ୍ୟ କରିପାରିବ। ଏ ଦିଗରେ ୨ୟ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯାଞ୍ଚ ଅବା ତଦନ୍ତ ପ୍ରକ୍ରିୟାର ଗୁଣବତ୍ତା। ସବୁ ରାଜ୍ୟରେ ତଦନ୍ତ ପ୍ରକ୍ରିୟା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଉପରେ ବେଶି, ସାକ୍ଷ୍ୟ ଉପରେ କମ୍‌ ନିର୍ଭର କରିଥାଏ। ହେଲେ ଆଦର୍ଶ ଯାଞ୍ଚ ପାଇଁ ସାକ୍ଷ୍ୟ ସବୁବେଳେ ମହତ୍ତ୍ୱପୂର୍ଣ୍ଣ। ଠିକ୍‌ ସାକ୍ଷ୍ୟ ପ୍ରସ୍ତୁତ ପାଇଁ ଆଧୁନିକ ଫରେନସିକ୍‌ ଲାବ୍‌ ତଥା ଅନ୍ୟ ଆଧୁନିକ ଟେକ୍ନୋଲୋଜିର ଆବଶ୍ୟକତା ବର୍ତ୍ତମାନ ସମୟରେ ଜରୁରୀ। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସରକାରମାନଙ୍କୁ ନଜର ଦେବାକୁ ପଡ଼ିବ। ତୃତୀୟ ଦିଗଟି ହେଉଛି, ଅଭିଯୋଜନ ପକ୍ଷ ଅର୍ଥାତ୍‌ ସରକାରୀ ଆଇନଜୀବୀ। ଅଧିକାଂଶ ନିମ୍ନ ଅଦାଲତରେ ସରକାରୀ ଓକିଲ ନିଯୁକ୍ତି ରାଜନୈତିକ ସ୍ତରରେ କରାଯାଉଛି। ଫଳରେ ମାମଲା ପରିଚାଳନାରେ ଗୁଣବତ୍ତାର ଅଭାବ ଦେଖିବାକୁ ମିଳୁଛି। ଏହା ଏକ ଚିନ୍ତାଜନକ ପ୍ରସଙ୍ଗ। ସରକାରୀ ଓକିଲଙ୍କ କାର୍ଯ୍ୟଦକ୍ଷତା ମାପିବା ପ୍ରକ୍ରିୟା ବି ଏକପ୍ରକାର ତ୍ରୁଟିଜନକ ଅବସ୍ଥାରେ ରହିଛି।
କଥାରେ ଅଛି, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେଥିପାଇଁ ନ୍ୟାୟିକ ପ୍ରକ୍ରିୟାକୁ ଗତିଶୀଳ କରିବାକୁ ପଡ଼ିବ। ସେଥିପାଇଁ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର। ଉଦାହରଣସ୍ବରୂପ କିଛି ମାମଲାର ତଦନ୍ତ ସରିବା ତଥା ଅଭିଯୋଗପତ୍ର ଦାଖଲ ହେବା ପରେ ବି କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗପତ୍ର ନିର୍ଦ୍ଧାରିତ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଉଛି। ଅଦାଲତରେ ଅଭିଯୋଗପତ୍ର ନିର୍ଦ୍ଧାରିତ ହେବା ହେଉଛି ମକଦ୍ଦମାର ପ୍ରଥମ ପାହାଚ। ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ବିଚାର ବି ବିଳମ୍ବିତ ହେଉଛି। ସେହିପରି ମହିଳାଙ୍କ ସହ ଜଡ଼ିତ ଅପରାଧରେ ବୟାନ ରେକର୍ଡ କରିବା କାମରେ କୋର୍ଟଙ୍କର ଲମ୍ବା ସମୟ ମଧ୍ୟ ଯାଉଛି।
ସେହିପରି ଜାମିନ ପ୍ରକ୍ରିୟାକୁ ମଧ୍ୟ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ। କାରଣ ଜାମିନ ମଞ୍ଜୁର ଅବା ରଦ୍ଦ ଏକ ଲମ୍ବା ପ୍ରକ୍ରିୟା କହିଲେ ଭୁଲ୍‌ ହେବନି। ଏବେ ତ ଆଗୁଆ ଜାମିନ ଅବା କୋର୍ଟରୁ ଅନ୍ତରୀଣ ସୁରକ୍ଷା ହାସଲ କରିବା ଏକ ସାଧାରଣ କଥା ହୋଇଯାଇଛି। ତେବେ ପୋଲିସ ପକ୍ଷରୁ କିପରି ଠିକ୍‌ ସମୟରେ ପ୍ରଭାବୀ ଅପିଲ୍‌ କରାଯାଇପାରିବ ସେଥିପାଇଁ ଗୁରୁତ୍ୱ ଦିଆଯିବା ଦରକାର। ସାଧାରଣ ଭାବେ ଏବେ ଦେଖିବାକୁ ମିଳୁଛି, ଅଧିକାଂଶ ଅଭିଯୁକ୍ତଙ୍କ ମୁକାବିଲା ପାଇଁ ସରକାରୀ ଓକିଲଙ୍କ ପାଖରେ କୌଣସି ପ୍ରସ୍ତୁତି ନ ଥାଏ, ଯାହାର ଫାଇଦା ଅଭିଯୁକ୍ତମାନେ କୋର୍ଟରେ ନେଇଥାନ୍ତି। ସେମାନେ ବାରମ୍ବାର ଅପରାଧ କରନ୍ତି, ହେଲେ ସେମାନଙ୍କୁ ଆଗରୁ ମିଳିଥିବା ଜାମିନ ରଦ୍ଦ ହୁଏନି। ଅପରାଧକୁ ରୋକିବାକୁ ହେଲେ ପୋଲିସ ବ୍ୟବସ୍ଥା ସହ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। କୌଣସି ପ୍ରକାର ସମାଧାନ ଖୋଜିବା ପୂର୍ବରୁ ସମସ୍ୟାକୁ ପ୍ରଥମେ ବୁଝିବାକୁ ହେବ। ବର୍ତ୍ତମାନ ପ୍ରଚଳିତ ଥିବା ଆପରାଧିକ ନ୍ୟାୟ ପ୍ରଣାଳୀରେ ବି ଅଧିକ ସଂସ୍କାର ଜରୁରୀ। ପୋଲିସ ଏହାର ବିକଳ୍ପ ନୁହେଁ। ଆପରାଧିକ ନ୍ୟାୟ ପ୍ରଣାଳୀର କେବଳ ଗୋଟିଏ ବା ଦୁଇଟି ଦିଗକୁ ଗୁରୁତ୍ୱ ଦେଲେ ବି କାମ ହେବନି। ସବୁ ଦିଗ ପ୍ରତି ସମୁଚିତ ବ୍ୟବସ୍ଥା ହୋଇପାରିଲେ ସାଧରଣ ଲୋକଙ୍କୁ ଠିକ୍‌ ନ୍ୟାୟ ମିଳିପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?