ଆପରାଧିକ ନ୍ୟାୟ ପ୍ରକ୍ରିୟା

ସବ୍ୟସାଚୀ ଅମିତାଭ
ଏଇ କିଛିଦିନ ତଳେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ମାମଲାରେ ୪ ଅଭିଯୁକ୍ତ ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇବା ଅନ୍ୟ ଏକ ବିତର୍କକୁ ମଧ୍ୟ ଜନ୍ମଦେଇଛି। ଏହି ପୂରା ଘଟଣାକ୍ରମ ଦେଶର ଆପରାଧିକ ନ୍ୟାୟ ପ୍ରଣାଳୀ ଯାହା ସିଜେଏସ୍‌ ବୋଲି ଜଣାଶୁଣା ତାକୁ ନେଇ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ସମୟରେ ଏହା ଉପରେ ତର୍ଜମା କରାଯିବା ଏକାନ୍ତ ଜରୁରୀ। ଏହା ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ପୋଲିସ ପକ୍ଷରୁ ରୁଜୁ କରାଯାଉଥିବା ଏଫ୍‌ଆଇଆର୍‌। ଏଫ୍‌ଆଇଆର ପ୍ରକ୍ରିୟା ବାବଦରେ ରାଷ୍ଟ୍ରୀୟ ପୋଲିସ ଆୟୋଗ, ମଲିମଥ କମିଟି, ଦ୍ୱିତୀୟ ପ୍ରଶାସନିକ ସଂସ୍କାର କମିଶନ, ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ଅନେକ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି। ହେଲେ ଦୁଃଖର କଥା, ତମାମ ସଂସ୍କାର କାର୍ଯ୍ୟକ୍ରମ ସତ୍ତ୍ୱେ ଏଫ୍‌ଆଇଆର୍‌ ପ୍ରକ୍ରିୟାରେ ଏ ଯାଏ ସୁଧାର ଆସିପାରିନି।
ଅପରାଧ ରୋକିବାକୁ ହେଲେ ପ୍ରଥମେ ପ୍ରାଥମିକତା ସ୍ଥିର କରିବାକୁ ହେବ। ଏହା ହିଁ ଏକମାତ୍ର ସତ। ଏହାରି ଭିତରେ ପ୍ରଶ୍ନ ଉଠୁଛି ଆମେ ସେଇ ପୁରୁଣା ବ୍ୟବସ୍ଥା ଭିତରେ ରହିବା ନା ନୂଆ ପଦ୍ଧତି ଆଡକୁ ଆଗେଇବା। ଦୁଷ୍କର୍ମ, ହତ୍ୟାଠାରୁ ଆରମ୍ଭକରି ଡାଟା ଚୋରି ପରି ସାଇବର ଅପରାଧ, ବ୍ୟାଙ୍କ୍‌ ଠକେଇଠାରୁ ଚିଟ୍‌ଫଣ୍ଡ ପରି ଆର୍ଥିକ ଅପରାଧ ତଥା ଘରୋଇ କଳି ପରି ମାମଲାରେ ବି ପୋଲିସ ଏଫ୍‌ଆଇଆର୍‌ ବର୍ତ୍ତମାନ ଏକପ୍ରକାର ପଦ୍ଧତିରେ ଗତି କରୁଛି। ସବୁ ମାମଲାରେ ଆଗେ ଏଫ୍‌ଆଇଆର୍‌ ରୁଜୁ ହେବ, ତା’ ପରେ ଯାଇ ତଦନ୍ତ।
ଏଫ୍‌ଆଇଆର୍‌ ପ୍ରସଙ୍ଗରେ ଆଲୋଚନା କଲାବେଳେ ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ, ଦେଶର ଅଧିକାଂଶ ଥାନାରେ ଆବଶ୍ୟକ ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭକରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁଥିରେ ଅଭାବ ରହିଛି। ଏପରି ସ୍ଥିତିରେ ଅପରାଧର ଗମ୍ଭୀରତାକୁ ପୋଲିସ କେତେଦୂର ବୁଝିପାରୁଛି ତାହା ବଡ଼ କଥା। ସାଇବର ଅପରାଧ ରୋକିବା ପାଇଁ କିଛି ରାଜ୍ୟ ଇତିମଧ୍ୟରେ ଅଲଗା ଥାନାର ବ୍ୟବସ୍ଥା କରିଛନ୍ତି। ଅନ୍ୟ ସଙ୍ଗିନ ଅପରାଧ ରୋକିବା ପାଇଁ ଏପରି କିଛି ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରାଯିବା ଦରକାର ବୋଲି ଏବେ ମତପ୍ରକାଶ ପାଉଛି।
ଅପରାଧ ରୋକିବା ପାଇଁ ପ୍ରଚଳିତ ଆଇନରେ ସଂଶୋଧନ ଅଣାଯିବା ଜରୁରୀ। ଆପରାଧିକ ପ୍ରବୃତ୍ତିର କିଛି ଦେୱାନି ମାମଲାକୁ ଆଇନରେ ସଂଶୋଧନ କରି ସମାଧାନ କରାଯାଇପାରିବ।
ଅପରାଧ ରୋକିବା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା, ନୂଆ କୌଶଳ, ଆର୍ଥିକ ତଥା ମାନବସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଅଣଦେଖା କରାଯିବା ଆଦୌ ଠିକ୍‌ ନୁହେଁ। ସେଥିପାଇଁ ପ୍ରଚଳିତ ଆଇନରେ ସଂଶୋଧନର ଆବଶ୍ୟକତା ରହିଛି।
ଆମ ଦେଶରେ ଏଫ୍‌ଆଇଆର୍‌ର ଗୁରୁତ୍ୱପୂର୍ଣ ଭୂମିକା ରହିଛି। କାରଣ ଯଦି କୌଣସି ବ୍ୟକ୍ତିର ନାଁ ଏଫ୍‌ଆଇଆର୍‌ରେ କୌଣସି କାରଣରୁ ଆସିଯାଉଛି ତେବେ ସମ୍ପୃକ୍ତ ବ୍ୟକ୍ତି ସହିତ ଆପରାଧିକ ପୃଷ୍ଠଭୂମି ଆପେ ଆପେ ଯୋଡ଼ି ହୋଇଯାଉଛି। ଏହି କାରଣରୁ ଭବିଷ୍ୟତରେ ପାସପୋର୍ଟ ତିଆରିଠାରୁ ଆରମ୍ଭକରି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇବା ଯାଏ ଅନେକ କାମରେ ସମ୍ପୃକ୍ତ ବ୍ୟକ୍ତି ଅସୁବିଧା ଭୋଗିଥାଏ। ସେଥିପାଇଁ ଏଫ୍‌ଆଇଆର୍‌ ପ୍ରକ୍ରିୟା ସ୍ବଚ୍ଛ ହେବା ଦରକାର। ଠିକ୍‌ ଏଫ୍‌ଆଇଆର୍‌ ପ୍ରକ୍ରିୟା ପାଇଁ ବ୍ୟବସ୍ଥାରେ ଥିବା ଅସଙ୍ଗତିଗୁଡ଼ିକୁ ଆଗେ ବଦଳାଇବାକୁ ପଡ଼ିବ। ଡାଏଲ୍‌ ଏଫ୍‌ଆଇଆର୍‌, ଜିରୋ ଏଫ୍‌ଆଇଆର୍‌ ପରି ବ୍ୟବସ୍ଥା ସବୁ ରାଜ୍ୟରେ କାର୍ଯ୍ୟକାରୀ ହେବା ଦରକାର।
ଆପରାଧିକ ନ୍ୟାୟ ପ୍ରଣାଳୀରେ ସୁଧାରର ପ୍ରଥମ ବାଟ ହେଉଛି ଏଫ୍‌ଆଇଆର୍‌ ପ୍ରକ୍ରିୟାରେ ନ୍ୟାୟିକ ବ୍ୟବସ୍ଥାର ହସ୍ତକ୍ଷେପକୁ ବଳବତ୍ତର କରାଯିବା। ଏହା ହେଲେ ପୋଲିସ ନିଜ ପାଇଁ ଠିକ୍‌ ଲକ୍ଷ୍ୟଧାର୍ଯ୍ୟ କରିପାରିବ। ଏ ଦିଗରେ ୨ୟ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯାଞ୍ଚ ଅବା ତଦନ୍ତ ପ୍ରକ୍ରିୟାର ଗୁଣବତ୍ତା। ସବୁ ରାଜ୍ୟରେ ତଦନ୍ତ ପ୍ରକ୍ରିୟା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଉପରେ ବେଶି, ସାକ୍ଷ୍ୟ ଉପରେ କମ୍‌ ନିର୍ଭର କରିଥାଏ। ହେଲେ ଆଦର୍ଶ ଯାଞ୍ଚ ପାଇଁ ସାକ୍ଷ୍ୟ ସବୁବେଳେ ମହତ୍ତ୍ୱପୂର୍ଣ୍ଣ। ଠିକ୍‌ ସାକ୍ଷ୍ୟ ପ୍ରସ୍ତୁତ ପାଇଁ ଆଧୁନିକ ଫରେନସିକ୍‌ ଲାବ୍‌ ତଥା ଅନ୍ୟ ଆଧୁନିକ ଟେକ୍ନୋଲୋଜିର ଆବଶ୍ୟକତା ବର୍ତ୍ତମାନ ସମୟରେ ଜରୁରୀ। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସରକାରମାନଙ୍କୁ ନଜର ଦେବାକୁ ପଡ଼ିବ। ତୃତୀୟ ଦିଗଟି ହେଉଛି, ଅଭିଯୋଜନ ପକ୍ଷ ଅର୍ଥାତ୍‌ ସରକାରୀ ଆଇନଜୀବୀ। ଅଧିକାଂଶ ନିମ୍ନ ଅଦାଲତରେ ସରକାରୀ ଓକିଲ ନିଯୁକ୍ତି ରାଜନୈତିକ ସ୍ତରରେ କରାଯାଉଛି। ଫଳରେ ମାମଲା ପରିଚାଳନାରେ ଗୁଣବତ୍ତାର ଅଭାବ ଦେଖିବାକୁ ମିଳୁଛି। ଏହା ଏକ ଚିନ୍ତାଜନକ ପ୍ରସଙ୍ଗ। ସରକାରୀ ଓକିଲଙ୍କ କାର୍ଯ୍ୟଦକ୍ଷତା ମାପିବା ପ୍ରକ୍ରିୟା ବି ଏକପ୍ରକାର ତ୍ରୁଟିଜନକ ଅବସ୍ଥାରେ ରହିଛି।
କଥାରେ ଅଛି, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେଥିପାଇଁ ନ୍ୟାୟିକ ପ୍ରକ୍ରିୟାକୁ ଗତିଶୀଳ କରିବାକୁ ପଡ଼ିବ। ସେଥିପାଇଁ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର। ଉଦାହରଣସ୍ବରୂପ କିଛି ମାମଲାର ତଦନ୍ତ ସରିବା ତଥା ଅଭିଯୋଗପତ୍ର ଦାଖଲ ହେବା ପରେ ବି କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗପତ୍ର ନିର୍ଦ୍ଧାରିତ ହେବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଉଛି। ଅଦାଲତରେ ଅଭିଯୋଗପତ୍ର ନିର୍ଦ୍ଧାରିତ ହେବା ହେଉଛି ମକଦ୍ଦମାର ପ୍ରଥମ ପାହାଚ। ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ବିଚାର ବି ବିଳମ୍ବିତ ହେଉଛି। ସେହିପରି ମହିଳାଙ୍କ ସହ ଜଡ଼ିତ ଅପରାଧରେ ବୟାନ ରେକର୍ଡ କରିବା କାମରେ କୋର୍ଟଙ୍କର ଲମ୍ବା ସମୟ ମଧ୍ୟ ଯାଉଛି।
ସେହିପରି ଜାମିନ ପ୍ରକ୍ରିୟାକୁ ମଧ୍ୟ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ। କାରଣ ଜାମିନ ମଞ୍ଜୁର ଅବା ରଦ୍ଦ ଏକ ଲମ୍ବା ପ୍ରକ୍ରିୟା କହିଲେ ଭୁଲ୍‌ ହେବନି। ଏବେ ତ ଆଗୁଆ ଜାମିନ ଅବା କୋର୍ଟରୁ ଅନ୍ତରୀଣ ସୁରକ୍ଷା ହାସଲ କରିବା ଏକ ସାଧାରଣ କଥା ହୋଇଯାଇଛି। ତେବେ ପୋଲିସ ପକ୍ଷରୁ କିପରି ଠିକ୍‌ ସମୟରେ ପ୍ରଭାବୀ ଅପିଲ୍‌ କରାଯାଇପାରିବ ସେଥିପାଇଁ ଗୁରୁତ୍ୱ ଦିଆଯିବା ଦରକାର। ସାଧାରଣ ଭାବେ ଏବେ ଦେଖିବାକୁ ମିଳୁଛି, ଅଧିକାଂଶ ଅଭିଯୁକ୍ତଙ୍କ ମୁକାବିଲା ପାଇଁ ସରକାରୀ ଓକିଲଙ୍କ ପାଖରେ କୌଣସି ପ୍ରସ୍ତୁତି ନ ଥାଏ, ଯାହାର ଫାଇଦା ଅଭିଯୁକ୍ତମାନେ କୋର୍ଟରେ ନେଇଥାନ୍ତି। ସେମାନେ ବାରମ୍ବାର ଅପରାଧ କରନ୍ତି, ହେଲେ ସେମାନଙ୍କୁ ଆଗରୁ ମିଳିଥିବା ଜାମିନ ରଦ୍ଦ ହୁଏନି। ଅପରାଧକୁ ରୋକିବାକୁ ହେଲେ ପୋଲିସ ବ୍ୟବସ୍ଥା ସହ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। କୌଣସି ପ୍ରକାର ସମାଧାନ ଖୋଜିବା ପୂର୍ବରୁ ସମସ୍ୟାକୁ ପ୍ରଥମେ ବୁଝିବାକୁ ହେବ। ବର୍ତ୍ତମାନ ପ୍ରଚଳିତ ଥିବା ଆପରାଧିକ ନ୍ୟାୟ ପ୍ରଣାଳୀରେ ବି ଅଧିକ ସଂସ୍କାର ଜରୁରୀ। ପୋଲିସ ଏହାର ବିକଳ୍ପ ନୁହେଁ। ଆପରାଧିକ ନ୍ୟାୟ ପ୍ରଣାଳୀର କେବଳ ଗୋଟିଏ ବା ଦୁଇଟି ଦିଗକୁ ଗୁରୁତ୍ୱ ଦେଲେ ବି କାମ ହେବନି। ସବୁ ଦିଗ ପ୍ରତି ସମୁଚିତ ବ୍ୟବସ୍ଥା ହୋଇପାରିଲେ ସାଧରଣ ଲୋକଙ୍କୁ ଠିକ୍‌ ନ୍ୟାୟ ମିଳିପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri