ସବୁଦିନ ସ୍କୁଲ ପଠାଇବାକୁ ସଂକଳ୍ପ ନେଲେ ଅଭିଭାବକ

ଗୋବିନ୍ଦପାଲି,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଉଦୁଲିବେଡ଼ା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲାଣଗୁଡ଼ା-୨ ପକ୍ଷରୁ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଛାଟୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ର ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ଦେଈ, ଖଇରପୁଟ ଏବିଇଓ ଅନୁପ ପରିଚ୍ଛା, ପ୍ରହ୍ଲାଦ ଛାଟୋଇଙ୍କ ସମେତ ଆଶାକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀ, ଛାତ୍ରୀଛାତ୍ର, ଅଭିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଏହି ଅବସରରେ ଶିକ୍ଷା ଅଧିକାର ଏବଂ ଶିକ୍ଷାର ମହତ୍ତ୍ୱ ବୁଝାଇବା ସହ ୬ରୁ ୧୪ ବର୍ଷର ଶିଶୁଙ୍କୁ ଘରୋଇ କାମରେ ନିୟୋଜିତ ନ କରି ପ୍ରତ୍ୟେକଦିନ ସ୍କୁଲକୁ ପଠାଇବାକୁ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ସବୁଦିନ ଆମେ ସ୍କୁଲ ଯିବା’ସ୍ଲୋଗାନ ଦେଇ ପିଲାମାନେ ଚାଲାଣଗୁଡ଼ା ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ‘ପାଠ ପଢ଼, ମଦ ଛାଡ଼’ ଓ ସ୍ବଚ୍ଛ ଭାରତ ସମ୍ପର୍କିତ ୨ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ସେହିପରି ଅଭିଭାବକମାନେ ପିଲାଙ୍କୁ ସବୁଦିନ ସ୍କୁଲ ପଠାଇବାକୁ ସଂକଳ୍ପ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାରକୁ ଦିଆଯାଇଛି ୫ଲକ୍ଷ

କଟକ ଅଫିସ,୨ା୧୨: ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ମଙ୍ଗଳବାର ସତ୍ୟପାଠ ଦାଖଲ କରିଛନ୍ତି। କେ. ରମେଶଙ୍କ...

ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା।...

ଦୁର୍ଘଟଣାରେ ଦେଓଗାଁ ବିଟ୍‌ ଫରେଷ୍ଟ ଗାର୍ଡଙ୍କ ଜୀବନ ଗଲା

କେସିଙ୍ଗା,୫ା୫(ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ବନବିଭାଗ ଅଧିନ ଦେଓଗାଁ ବିଟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ଠେଲା (୪୬) ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ...

ଟ୍ରକ୍‌କୁ ପିଟିଲା କାର୍‌; କଟର୍‌ରେ ଗାଡ଼ିକୁ କାଟି ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଗଞ୍ଜାମରେ ମଦ ହୋମ୍‌ ଡେଲିଭରୀକୁ ଅନୁମତି ନେଇ ସୂଚନା ଦେଲେ ଜିଲାପାଳ

ଛତ୍ରପୁର,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଦ ହୋମ୍‌ ଡେଲିଭରୀକୁ ଅନୁମତି ଦିଆଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର କହିଛନ୍ତି।...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ...

ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର...

ଜଳିଗଲା ୩ ବଖରା: ଆସବାବପତ୍ର, ଧାନଚାଉଳ ପୋଡ଼ି ପାଉଁଶ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତସ୍ଥ ତୋରଣମଦା ଗ୍ରାମର ପଞ୍ଚାନନ ଜେନାଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି।...

Advertisement
Archives

Model This Week