Advertisement
Posted inଭଦ୍ରକ

‘ସଫଳ ଚିତ୍ରଶିଳ୍ପୀ ହେବା ଲକ୍ଷ୍ୟ’

ବାସୁଦେବପୁର,୨୬।୧୨(ଡି.ଏନ.ଏ.)- ଚିତ୍ରକଳା କ୍ଷେତ୍ରରେ ଉତ୍କର୍ଷ ପାଇଁ ସେ ନିଜ ଅଞ୍ଚଳ ଲାଗି ଗର୍ବ ଓ ଗୌରବ ପାଲଟିଛନ୍ତି। ବିଭିନ୍ନ ସଚେତନତା ବାର୍ତ୍ତା ଦେଉଥିବା ଚିତ୍ର ଆଙ୍କି ସେ ସରକାରୀ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଜଣେ ସଫଳ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା
ଶିଶୁ ଚିତ୍ରଶିଳ୍ପୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ଶହୀଦ ସ୍ମୃତି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ବାରିକ। ତାଙ୍କ ଘର ଇରମ ଗ୍ରାମରେ।
ଆନ୍ତରିକତା ଓ ଉଦ୍ୟମ ବଳରେ ଜଣେ ଯେକୌଣସି କ୍ଷେତ୍ରରେ ସଫଳ ହୋଇପାରିବ। ଏହି ଚିତ୍ରକଳା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସେ କହିଛନ୍ତି।
ପ୍ରଦ୍ୟୁମ୍ନ କହନ୍ତି, ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ତାଙ୍କର ଆଗ୍ରହ ଥିଲା। ତାଙ୍କ ବାପା ପ୍ରଫୁଲ୍ଲ ବାରିକ ଜଣେ କଳା ଶିକ୍ଷକ। ଚିତ୍ରକଳା ପ୍ରତି ତାଙ୍କର ଏଭଳି ଆକର୍ଷଣ ଦେଖି ସେ ଆଗ୍ରହ ବଢ଼ାଇବା ପାଇଁ ଚିତ୍ର ଆଙ୍କିବାକୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ୫/୬ ବର୍ଷରୁ ରଙ୍ଗତୂଳୀରେ ଡ୍ରଇଂ ସିଟ୍‌ରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ କୌଣସି ଚିତ୍ର କିମ୍ବା ଫଟୋର ଅବିକଳ ନକଲ ଆଙ୍କି ପାରୁଥିବା ଦେଖି ତାଙ୍କ ବାପା ତାଙ୍କୁ ଚିତ୍ରକଳା ପ୍ରଶିକ୍ଷଣ ଦେଇଥିଲେ। ଏହାପରଠାରୁ ସେ ଆଗକୁ ମାଡ଼ି ଚାଲିଲେ। ଚିତ୍ର ଆଙ୍କିବା ତାଙ୍କର ନିଶାରେ ପରିଣତ ହୋଇଯାଇଛି। ଏହାମଧ୍ୟରେ ବିଦ୍ୟାଳୟସ୍ତରୀୟ, ବ୍ଲକ ଓ ଜିଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାଇ ରଖିବାରେ ସଫଳ ହୋଇପାରିଛନ୍ତି। ଉତ୍କୃଷ୍ଟ ମାନର ଚିତ୍ରାଙ୍କନ ପାଇଁ ବାସୁଦେବପୁର ସୌରଭ ସମ୍ମାନ, ମୁକ୍ତାକାଶ ଚିତ୍ରାଙ୍କନ ପ୍ରତିଯୋଗିତା, ବ୍ଲକସ୍ତରୀୟ ଶିଶୁ ଉତ୍ସବ, ବାରାପୁର ମକର ମହୋତ୍ସବ, ରାଜ୍ୟସ୍ତରୀୟ କଳାକାର ମହାସମ୍ମିଳନୀ, ସୁରଭି-୨୦୧୮, ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନ ସମେତ ୩୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ବଡ଼ଭଉଣୀ ପ୍ରତିଭା ତାଙ୍କ ପ୍ରେରଣାର ଉତ୍ସ। ପ୍ରତିଭା ଜଣେ ସଫଳ ଚିତ୍ରଶିଳ୍ପୀ। ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩ ଥର ସଫଳ ହୋଇ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଚିତ୍ରକଳା ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଚିତ୍ରକଳା କ୍ଷେତ୍ରରେ ଛାତ୍ରୀଛାତ୍ର ଓ ଯୁବ ଚିତ୍ରଶିଳ୍ପୀମାନଙ୍କୁ ଆଗକୁ ଯିବା ପାଇଁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ପ୍ରଦ୍ୟୁମ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ମଙ୍ଗଳବାର ଅପରାହ୍ନରେ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ...

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ...

ତିହିଡ଼ିରେ କୋର୍ଟ ପ୍ରତିଷ୍ଠାରେ ବିଳମ୍ବ

ତିହିଡ଼ି,୧୧ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ିରେ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଓ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ନେଇ ପ୍ରଶାସନ ପକ୍ଷରୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାକୁ...

ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୧ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା...

ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ...

ସିଏଏ, ଏନ୍‌ଆର୍‌ସି କାର୍ଯ୍ୟକାରୀ ଦାବି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା କୁଆଁସ ଯୁବ ସଙ୍ଗଠନ ସଦସ୍ୟଙ୍କ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସି କାର୍ଯ୍ୟକାରୀ ନେଇ ଦାବି ହୋଇଛି। ପୂର୍ବାହ୍ନରେ ସଦସ୍ୟମାନେ...

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ...

ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର...

Advertisement
Archives

Model This Week