ସପ୍ତାହେ ହେଲା ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକଙ୍କୁ ଲୁଟୁଛନ୍ତି କିଓସ୍କ ବ୍ୟାଙ୍କ ସେବା କେନ୍ଦ୍ର

କାଶୀନଗର,୨୫।୬(ଡି.ଏନ୍‌.ଏ.)- କାଶୀନଗର ଏନ୍‌ଏସି ଅଞ୍ଚଳରେ ଗ୍ରାହକ ଉପଯୁକ୍ତ ଏଟିଏମ୍‌ ସେବା ପାଉ ନ ଥିବା ଅଭିଯୋଗ ହୋଇଛି। ଏଠାରେ ଷ୍ଟେଟ୍‌ବ୍ୟାଙ୍କର ୨ଟି ଏଟିଏମ୍‌, ଆନ୍ଧ୍ରବ୍ୟାଙ୍କର ଗୋଟିଏ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଏଟିଏମ୍‌ ରହିଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଟଙ୍କା ମହଜୁଦ ରଖାଯାଉ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ୧ ସପ୍ତାହ ହେଲା କୌଣସି ଏଟିଏମ୍‌ରେ ଟଙ୍କା ନ ଥିବା ଜଣାପଡ଼ିଛି। ଯଦ୍ଦ୍ବାରା ନିଜ ଆକାଉଣ୍ଟରେ ଟଙ୍କା ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ଟଙ୍କା ନ ପାଇ ନିରାଶ ହେବାକୁ ପଡ଼ୁଛି। ସେହିପରି ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଧ୍ୟ ଗ୍ରାହକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ଏଭଳି ପରିସ୍ଥିତିର ଲାଭ ଉଠାଉଛନ୍ତି ମିନି ବ୍ୟାଙ୍କ(କିଓସ୍କ ବ୍ୟାଙ୍କ)।
ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାରେ ବ୍ୟାଙ୍କ ଶାଖା ନ ଥିବାରୁ ସେହି ଅଞ୍ଚଳର ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଆର୍‌ବିଆଇ ପକ୍ଷରୁ କିଓସ୍କ ବ୍ୟାଙ୍କ ସେବା ମାଧ୍ୟମରେ ବ୍ୟାଙ୍କ ସେମାନଙ୍କ ନିକଟରେ ପହଞ୍ଚିବା ବ୍ୟବସ୍ଥା କରାଯାଇଛି। ହେଲେ ଗ୍ରାମାଞ୍ଚଳରେ ଏହି ସେବା କେନ୍ଦ୍ର ଖୋଲିବା ପରିବର୍ତ୍ତେ ଗଜପତି ଜିଲା କାଶୀନଗର ସହରାଞ୍ଚଳରେ ଖୋଲାଯାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଜଣାପଡ଼ିଛି। ଏଟିଏମ୍‌ରେ ଟଙ୍କା ମିଳୁ ନ ଥିବାରୁ ଲୋକେ ମିନି ବ୍ୟାଙ୍କ ମାଧ୍ୟରେ ଟଙ୍କା ଉଠାଇ ନେଉଛନ୍ତି। ଫଳରେ ଏଠାରେ ଗ୍ରାହକଙ୍କ ଅସୁବିଧାର ସୁଯୋଗ ନେଇ ୧୦ ହଜାର ଟଙ୍କା ଉଠାଣ କଲେ୧୦୦ ଟଙ୍କା ପର୍ଯ୍ୟନ୍ତ କମିଶନ ନେଉଥିବା ଜଣାପଡ଼ିଛି। ବ୍ୟାଙ୍କ ପକ୍ଷରୁ କମିଶନ ମିଳୁଥିଲେ ମଧ୍ୟ ଏମାନେ ଗ୍ରାହକଙ୍କୁ ଠକୁଛନ୍ତି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଲୋକେ ବ୍ୟାଙ୍କ ସେବା ନ ପାଇ କାଶୀନଗର ଆସି ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କଶୀନଗରରେ ଏଟିଏମ୍‌ଗୁଡ଼ିକରେ ଟଙ୍କା ମହଜୁଦ ରଖିବା ସହ ଗ୍ରାମାଞ୍ଚଳ ତଥା ଅଧ୍ୟୁଷିତ ଅଞ୍ଚଳରେ ମିନି ବ୍ୟାଙ୍କ ସେବାକେନ୍ଦ୍ର ଖୋଲିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri