Posted inଫୁରସତ

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବେ। ହେଲେ ମହାରାଷ୍ଟ୍ର ରାଜ୍ୟ ବୁଲ୍‌ଢ଼ାଣା ଜିଲାରେ ସପ୍ତାହ ପୂର୍ବରୁ ଆରମ୍ଭ ହେଲାଣି ମହିଳା ଦିବସ ଉତ୍ସବ। ଜିଲାପାଳ ସୁମନ୍‌ ଚନ୍ଦ୍ରା ଏହାକୁ ସପ୍ତାହବ୍ୟାପୀ ପାଳିବାକୁ ଚିନ୍ତା କରିଥିବାବେଳେ ଏଥିପାଇଁ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତି। ସ୍କୁଲ ଛାତ୍ରୀଙ୍କୁ ସଶକ୍ତ କରିବା ଓ ପ୍ରେରଣା ଯୋଗାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଦିନ ଜିଲାର ଜଣେ ଲେଖାଏ ମେଧାବୀ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ ଦେଇଛନ୍ତି। ଗତ ୨ ତାରିଖରୁ ଏହି ନିଆରା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ପଡୋଲି ଜିଲାପରିଷଦ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରୀ ପୁନମ୍‌ ଦେଶମୁଖ୍‌ ଜିଲାପାଳଙ୍କ ଆସନରେ ବସି ଦିନକ ପାଇଁ ଜିଲାର ଦାୟିତ୍ୱ ସମ୍ଭାଳିଥିଲେ। ଜିଲାପାଳ ଚନ୍ଦ୍ରା ପୁନମ୍‌ଙ୍କୁ କର୍ମଚାରୀଙ୍କ ସହ ପରିଚୟ କରାଇଥିଲେ, ପୁନମ୍‌ ମଧ୍ୟ ଜିଲାପାଳଭାବେ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା କରି ଜିଲାରେ ଅଦିନିଆ ବର୍ଷା ନେଇ ପୁନମ୍‌ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଭାବିତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ଚନ୍ଦ୍ରା ପ୍ରକାଶ କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ମଙ୍ଗରୁଲ୍‌ ନବ୍‌ଗରେ ଜେଡ୍‌ପି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ୟୋଗିତା ମାଗର୍‌ ଜିଲାପାଳଙ୍କ ଭାର ସମ୍ଭାଳିଥିଲେ। କାର୍ଯ୍ୟାଳୟ ଦାୟିତ୍ୱ ସହ ସେ ଏକ ସଡ଼କ ନିର୍ମାଣ ଯୋଜନା ବିଷୟରେ ବୁଝିବା ପାଇଁ ଯାଇଥିଲେ। ସେଠାରେ ଠିକାଦାରଙ୍କ ସହ ଆଲୋଚନା କରି ଧୂଳି ପ୍ରଦୂଷଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ୟୋଗିତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତେବେ ଏ ନେଇ ଜିଲାପାଳ ଚନ୍ଦ୍ରା କହିଛନ୍ତି, ଏଠାରେ ଏହି କୁନି ଜିଲାପାଳମାନେ ଅଧିକାରୀଭାବେ କୌଣସି ନିଷ୍ପତ୍ତି ନେବା ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ, ତାହା ମୋ ଦାୟିତ୍ୱ। କିନ୍ତୁ ଜଣେ ଜିଲାପାଳଙ୍କ ପ୍ରକୃତ କର୍ତ୍ତବ୍ୟ ଏବଂ ସମସ୍ୟା ନେଇ ଆସୁଥିବା ଶହଶହ ଲୋକଙ୍କ ସହ କିପରି ମିଶିବେ ଏବଂ ଆଲୋଚନା କରିବେ ସେ ବିଷୟରେ ସେମାନେ ବୁଝିବାର ସୁଯୋଗ ପାଇଛନ୍ତି। ସେହିପରି ଦାୟିତ୍ୱ ଶେଷ ପରେ ସେମାନଙ୍କୁ ନିଜର ଅନୁଭବ ବିଷୟରେ ଏକ ସଂକ୍ଷିପ୍ତ ନିବନ୍ଧ ଲେଖିବାକୁ କୁହାଯାଇଛି। ଏହା ଭବିଷ୍ୟତରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ପ୍ରେରଣା ଯୋଗାଇବ ବୋଲି ଜିଲାପାଳ ଚନ୍ଦ୍ରା କହିଛନ୍ତି। ଏଭଳି ପଦକ୍ଷେପକୁ ସୋସିଆଲ୍‌ ମିଡିଆରେ ଅନେକେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି...

ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…

ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ବାତ୍‌ ଜିଲାର ବାରିକୋଟ୍‌ରେ...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

ଏମିତି ଦେଶ, ଯେଉଁଠି ୩୦ ସେକେଣ୍ଡ୍‌ରୁ ଅଧିକ ବିଳମ୍ବ ହୁଏନି ଟ୍ରେନ୍‌

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶରେ ନୀତି ନିୟମ ଭିନ୍ନ ଭିନ୍ନ। ଏମିତି ଏକ ଦେଶ ହେଉଛି ଜାପାନ। ନିଜର ସଂସ୍କୃତିଠାରୁ ଆରମ୍ଭ କରି...

ବିଚିତ୍ର ପାଠ୍ୟକ୍ରମ: ମହିଳାମାନଙ୍କ ନିମନ୍ତେ ସୁନ୍ଦରୀ ହେବାର ଶିକ୍ଷା, ପତିପତ୍ନୀ କୋର୍ସ

ପ୍ରତି ମୁହୂର୍ତ୍ତରେ ଶିକ୍ଷାର ଆବଶ୍ୟକତା ରହିଛି। ଜୀବନରେ ଶିକ୍ଷାର ମହତ୍ତ୍ୱ କ’ଣ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ, ଅନ୍ତତଃ ଆଜିର ତାରିଖରେ। ସାଧାରଣତଃ...

ଏତେ ଶବ୍ଦ ଥାଇ ଫୋନ୍‌ ଉଠାଇବା କ୍ଷଣି ଲୋକେ ହ୍ୟାଲୋ କାହିଁକି କହିଥାନ୍ତି ଜାଣନ୍ତି

ଆମେ ସମସ୍ତେ ଦେଖୁଛେ ବା ଶୁଣୁଛେ ଲୋକେ ଫୋନ୍‌ ଉଠାଇବା ମାତ୍ରେ ହ୍ୟାଲୋ କହିଥାନ୍ତି। ହ୍ୟାଲୋ କହିବା ପରେ ହିଁ କଥାବାର୍ତ୍ତା ଆରମ୍ଭ ହୁଏ। ମନକୁ...

ଅକ୍ସିଜେନ ପାର୍ଲର

ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ...

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ସାମାଜିକ କର୍ମୀ ଡ. ସୁଶାନ୍ତ ସାହୁ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ଗାଁରେ ମୋର ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଏମ୍‌.ଏସ୍‌ସି। ତା’ପରେ ‘ଚିଲିକା ଉପରେ ଏକପ୍ରକାର ଦଳ ବଢିଯିବା ଦ୍ୱାରା...

Advertisement


Archives

Model This Week