ସତ୍ୟର ଅନ୍ୟ ନାମ ସାମ୍ବାଦିକତା

ଜଗତ୍‌ସିଂହପୁର ଅଫିସ୍‌, ୧୭।୧:ସତ୍ୟର ଅନ୍ୟ ନାମ ସାମ୍ବାଦିକତା। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଉଚିତ ବୋଲି ଗୁରୁବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଅତିଥି ଭାବେ ଯୋଗଦେଇ ପ୍ରାଧ୍ୟାପକ ଡ. ଅଜୟ କୁମାର ମିଶ୍ର କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆରେ ଆୟୋଜିତ ଏହି ସାହିତ୍ୟ ଆସରର ପ୍ରସଙ୍ଗ ଥିଲା ‘ସତ୍ୟର ପଥ ଓ ମହାତ୍ମା ଗାନ୍ଧୀ’। ଏହି ପ୍ରସଙ୍ଗରେ ଡ. ମିଶ୍ର ଏକଥା ମଧ୍ୟ କହିଥିଲେ, ଦେଶ ସ୍ବାଧୀନ ପାଇଁ ଜଗତ୍‌ସିଂହପୁରର ଅଳକା ଆଶ୍ରମରେ ରଣନୀତି ପ୍ରସ୍ତୁତ କରାଯାଉଥିଲା। ଆଶ୍ରମରେ ବହୁ ସଂଖ୍ୟାରେ ସ୍ବାଧୀନତା ସଂଗ୍ରାମୀ ରହି ତାଲିମ ନେଉଥିଲେ। ଗାନ୍ଧି ଯେତେବେଳେ ଏହି ଆଶ୍ରମରେ ପାଦ ଥାପିଥିଲେ, ସେତେବେଳେ ବିପ୍ଳବୀମାନଙ୍କ ମନରେ ବିପ୍ଳବର ବହ୍ନି ପ୍ରଜ୍ୱଳିତ କରିଥିଲା। ସ୍ବାଧୀନତା ଆନ୍ଦୋଳନରେ ଜଗତ୍‌ସିଂହପୁରର ଅବଦାନ ଅତୁଳନୀୟ। ରବି ନାରାୟଣ ଦାସ ମଧ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଉପରେ ବର୍ଣ୍ଣନା କରିଥିଲେ। ସାହିତ୍ୟ ଆସର ଶହୀଦ ପ୍ରସନ୍ନ ସାହୁଙ୍କ ନାମରେ ଉତ୍ସର୍ଗୀକୃତ ହୋଇଥିଲା। ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡ. ବାବାଜି ଚରଣ ପଟ୍ଟନାୟକ ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀ ଗୀତାରୁ ସତ୍ୟର ସନ୍ଧାନ ପାଇଥିଲେ ବୋଲି ଡ. ପଟ୍ଟନାୟକ କହିଥିଲେ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଗାନ୍ଧୀଙ୍କ ଚିନ୍ତା ଓ ଚେତନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ୨୧ ବର୍ଷ ଧରି ଏହି ପୁସ୍ତକ ମେଳା ଚାଲିଥିବାରୁ ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦ କର୍ମକର୍ତ୍ତାମାନଙ୍କୁ ସେ ସାଧୁବାଦ ଜଣାଇଥିଲେ। ଅଧ୍ୟାପକ ସୁଧୀର ମହାନ୍ତି ଅତିଥି ପରିଚୟ କରିବା ସହ ସ୍ବାଗତ ଭାଷଣ ଓ ପ୍ରସନ୍ନ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ପରିଷଦର ଯୁଗ୍ମ ସମ୍ପାଦକ ନରେଶ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ତୃପ୍ତି ରଞ୍ଜନ ଦାସଙ୍କ ଲିଖିତ ପୁସ୍ତକ ‘ଆକାଂକ୍ଷିତ ସନ୍ଧ୍ୟାଟିଏ’ ଉନ୍ମୋଚିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରୁ ଆଜି ୨୦୭୩ ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼,୭।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଗ୍ରାଫ୍‌ ଏବେ ଉପର ମୁହାଁ ହୋଇଛି। କିଛିଦିନ ହେବ ଦୈନିକ ସଂକ୍ରମଣ ୧ ହଜାରେ ଉପରେ ରହୁଥବା ବେଳେ ଗତ...

ଜି.ଉଦୟଗିରି ଥାନାରେ ନୂଆ ଆଇଆଇସି

ଜି.ଉଦୟଗିରି,୩୦।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଆତ୍ମହତ୍ୟା ଘଟଣାରେ ଛନ୍ଦି ହୋଇଥିବା ଆଇଆଇସି ରେବତୀ ଶବରଙ୍କୁ ରବିବାର ଜିଲା ପୋଲିସ ମୁଖ୍ୟାଳୟକୁ...

ମହୁମାଛି ଆକ୍ରମଣରେ ବାପ ଝିଅଙ୍କ ଜୀବନଗଲା

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର। ସୂଚନାଯୋଗ୍ୟ, ଗତକାଲି ବାପ ଝିଅ...

ନକଲି ଅଳଙ୍କାର ଦେଇ ଲକ୍ଷାଧିକ ଟଙ୍କା ଠକେଇ

ଛେଣ୍ଡିପଦା,୪।୮(ଡି.ଏନ.ଏ.)-ନକଲି ଅଳଙ୍କାର ଦେଇ ୨ ଅଣଓଡ଼ିଆ ଯୁବକ ଶନିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି। ଠକେଇର ଶିକାର...

ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।...

ଯାଜପୁର ମୁଖ୍ୟ ଚିକିତ୍ସାଳୟ: ଅଟୋରିକ୍ସା ଦ୍ୱାରା ଅବରୋଧ ହେଉଛି ପ୍ରବେଶ ଦ୍ୱାର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରବେଶଦ୍ୱାରରେ କେତେକ ଅଟୋ ନିୟମିତ ଭାବେ ପାର୍କିଂ କରିବା...

ବ୍ରାଉନ୍‌ସୁଗାର ବ୍ୟବସାୟରେ ପୂର୍ତ୍ତ କର୍ମଚାରୀ

ଢେଙ୍କାନାଳ ଅଫିସ, ୭।୧୧:  ଢେଙ୍କାନାଳ ଟାଉନ ଥାନା ପୋଲିସ ସ୍ଥାନୀୟ ମହାବୀର ବଜାର ନିକଟ ପୂର୍ତ୍ତ ବିଭାଗ କଲୋନୀର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ାଉ କରି...

କାଳୀ ମନ୍ଦିରରୁ ଚୋରି: ସୁନା ଆଖି, ଜିଭ ନେଇଗଲେ ଲୁଟେରା

ଗୋପାଳପୁର,୧୨ା୧- ଗଞ୍ଜାମ ଜିଲା ଗୋପାଳପୁର ଥାନା ଆମ୍ବପୁଆସ୍ଥିତ କାଳୀ ମନ୍ଦିରରେ ଶନିବାର ରାତିରେ କଳାକନା ବୁଲାଇଛନ୍ତି ଲୁଟେରା। ମା’ କାଳୀଙ୍କ ସୁନା ଓ ରୂପା ଅଳଙ୍କାର...

Advertisement
Archives

Model This Week