ସଂକ୍ରମଣ ବାଣ୍ଟୁଛି ମୁମ୍ବାଇ ହସ୍ପିଟାଲ: ପିପିଇ ସୁବିଧା ସତ୍ତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ନୂଆଦିଲ୍ଲୀ,୨୧।୪(ପିଟି): ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୪୮୩ଜଣ ସଂକ୍ରମିତ ହୋଇଥିବାବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ସେଥିରୁ ମୁମ୍ବାଇ ସହରରେ କେବଳ ୨୨୬୮ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେଲେଣି। ମହାରାଷ୍ଟ୍ର ସରକାର ରାଜ୍ୟରେ ଯଥେଷ୍ଟ ପରିମାଣର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଗଚ୍ଛିତ ଥିବା କହୁଥିବାବେଳେ ଏତେସଂଖ୍ୟକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇର ୟଶଲୋକ ହସ୍ପିଟାଲରେ କାମକରୁଥିବା ୩୬ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟକର୍ମୀ ପିପିଇ କିଟ୍‌ ଧାରଣ କରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି, ଯାହାକି ଏକ ବଡ଼ ବିଶୃଙ୍ଖଳା ବୋଲି କ୍ଲିନିକାଲ୍‌ ନର୍ସିଂ ରିସର୍ଚ୍ଚ ସୋସାଇଟି(ସିଏନ୍‌ଆର୍‌ଏସ୍‌) ଉପାଧ୍ୟକ୍ଷ ସ୍ବାତୀ ରାଣେ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌-୧୯ ୱାର୍ଡରୁ ସଂକ୍ରମଣ ହେଉ ନାହିଁ ବରଂ ହସ୍ପିଟାଲର ଅନ୍ୟ ସବୁ ୱାର୍ଡ ଯଥା ଅପରେଶନ ଥିଏଟର, ଏମରଜେନ୍ସି(ଆପାତ୍‌କାଳୀନ) ବିଭାଗରୁ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଏପରି କି କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ସମୟରେ ଏନ୍‌-୯୫ ମାସ୍କ ପରିଧାନ ଜରୁରୀ ହୋଇଥିବାବେଳେ କେତେଜଣ ସ୍ବାସ୍ଥ୍ୟକର୍ମୀ ମାସ୍କ ନ ପିନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଯଦି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପଲବ୍ଧ ହେଉନାହିଁ, ତେବେ ସେମାନଙ୍କୁ ସର୍ବନିମ୍ନ ମାସ୍କ, ଗ୍ଲୋବ୍‌ସ ଏବଂ ଗାଉନ୍ସ ଯୋଗାଇଦେବା ଆବଶ୍ୟକ ବୋଲି ସ୍ବାତୀ କହିଛନ୍ତି।
ଅନ୍ୟପକ୍ଷରେ ଯେଉଁ କରୋନା ସଂକ୍ରମିତମାନେ ନିଜର ପରିଚୟ ଲୁଚାଇ ହସ୍ପିଟାଲ୍‌ର ବିଭିନ୍ନ ୱାର୍ଡରେ ବୁଲାବୁଲି କରୁଛନ୍ତି, ସେଠାରେ ମଧ୍ୟ ସ୍ବାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ବିଶେଷକରି ଯେଉଁ ସଂକ୍ରମିତଙ୍କ ଆଜ୍‌ମା ରହିଛି ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ଅନେକ ସ୍ବାସ୍ଥ୍ୟକର୍ମୀ ବା ନର୍ସମାନେ ବିଭିନ୍ନ ହଷ୍ଟେଲରେ ରହୁଛନ୍ତି। ସେଠାରେ ଥିବା ଶାୈଚାଳୟ ସୁବିଧା ଏବଂ ମେସକୁ ସମସ୍ତେ ମିଳିମିଶି ବ୍ୟବହାର କରିଥାନ୍ତି। ଏପରି କି ସେମାନେ ଏକାଠି ବସି ଟିଭି ଦେଖିଥାନ୍ତି। ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି କରୋନା ସଂକ୍ରମିତ ହୋଇଥିବେ, ତେବେ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ମୁମ୍ବାଇର ଏକ ହସ୍ପିଟାଲ୍‌ର କାମ କରୁଥିବା ଜଣେ ଡାକ୍ତରଙ୍କ କହିବା ହେଲା ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପିପିଇ ମିଳୁ ନାହିଁ, ଯାହାକି ଚିକିତ୍ସା କରିବା ସମୟରେ ପରିଧାନ କରିବା ଅତ୍ୟନ୍ତ ଜରୁରୀ। ଏନେଇ ମୁମ୍ବାଇ ମହାନଗର ନିଗମକୁ ଜଣାଯାଇଥିଲେ ସୁଦ୍ଧା ପିିପିଇ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଚିକିତ୍ସା ସେବା ନ ଯୋଗାଇବାକୁ ଚେତାବନୀ ଦେଇଛନ୍ତି। କୋଭିଡ୍‌-୧୯ ୱାର୍ଡ ଛାଡ଼ି ହସ୍ପିଟାଲର ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସ୍ବାସ୍ଥ୍ୟକର୍ମୀଙ୍କ କହିବା ହେଲା ଯେଉଁମାନେ କୋଭିଡ୍‌-୧୯ ୱାର୍ଡରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯାଉଛି। ମାତ୍ର ଅନ୍ୟ ୱାର୍ଡରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ହସ୍ପିଟାଲର ସମସ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ସବୁ ସ୍ବାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍‌ ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ରାହୁଲ ହିଁ ମୋଦିଙ୍କୁ କରି ପାରିବେ ଚ୍ୟାଲେଞ୍ଜ, କହିଲେ ଆଶୋକ ଗେହଲଟ…

ନୂଆଦିଲ୍ଲୀ,୨୬।୧୦ : କଂଗ୍ରେସ ନେତା ଅଶୋକ ଗେହଲଟ ବୁଧବାର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ସର୍ବ ପୁରାତନ ଦଳର ଅଧ୍ୟକ୍ଷ କରିବା ପାଇଁ ଶେଷ ମୁହୂର୍ତ୍ତ...

ନିର୍ବାଚନ ଫଳାଫଳ ନେଇ ଆମେ ଖୁସି ନୁହଁ, ଆମ ଘରକୁ ଆସନି: ଶିବକୁମାର…

ବେଙ୍ଗାଲୁରୁ,୨୧।୫ : କର୍ନାଟକରେ ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବାବେଳେ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। କର୍ନାଟକ...

କଟକ ସହରରୁ ୨୩୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୯।୯(ବ୍ୟୁରୋ)-କଟକ ସହରରୁ ଆଜି ୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୦୫ ଜଣ ଚିହ୍ନଟ ହୋଇଥିବାବେଳେ ୧୩୩ ଲୋକାଲ...

ଉଦ୍ଧବଙ୍କୁ ପୁଣି ଝଟ୍‌କା: ସିଏଜି କରିବେ ବିଏମ୍‌ସିର ୨ ବର୍ଷ କାର୍ଯ୍ୟର ତଦନ୍ତ, ନିର୍ଦ୍ଦେଶ ଦେଲେ ଶିନ୍ଦେ…

ମୁମ୍ବାଇ,୩୧।୧୦ : ନିର୍ବାଚନ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ସିଏଜିଙ୍କ...

ନିଶାଦ୍ରବ୍ୟ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଏଫ୍‌ଏମ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୨: ଏଫ୍‌ଏମ୍‌ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ମଦ, ଡ୍ରଗ୍ସ ଏବଂ ଗନ୍‌ କଲଚର ସମ୍ପର୍କୀତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଗୁରୁବାର କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ...

କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ୮ଥର ଗସ୍ତ

ବେଙ୍ଗାଲୁରୁ, ୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ,...

‘ଲଭ୍‌ ଜିହାଦ’ ରୋକିବା ପାଇଁ ଆସିବ ନୂଆ ଆଇନ

ମୁମ୍ବାଇ,୩।୯: ମହାରାଷ୍ଟ୍ର ସରକାର ‘ଲଭ୍‌ ଜିହାଦ’ ରୋକିବା ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ...

୪ ନାଲ୍‌କୋ କର୍ମଚାରୀଙ୍କୁ କରୋନା

ବଅଁରପାଳ,୨୩ା୭(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀ ଅଞ୍ଚଳରେ ପୂର୍ବରୁ କରୋନାରୁ ଜଣେ ଡିଜିଏମଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ମିଳାମିଶା କରିଥିବା ୨୪୧ ଜଣଙ୍କର ସ୍ବାବ୍‌ ନମୁନା...

Advertisement
Archives

Model This Week