ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି

ପୁରୀ ଅଫିସ, ୧୫ା୬: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ଅର୍ଥାତ ବରକନ୍ୟାଙ୍କ ଗୁଆଲି ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀକୁ ଚମ୍ପକ ଦ୍ୱାଦଶୀ କୁହାଯାଏ। ସକାଳ ଧୂପ ଏବଂ ଭୋଗମଣ୍ଡପ ନୀତି ବଢ଼ିବା ପରେ ମହାପ୍ରଭୁଙ୍କ ଆଲଟ ଲାଗି ହୋଇଥିଲା। ଏହାପରେ ୩ ବାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥିଲା। ଘଟୁଆରୀ ଘରଠାରୁ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ଲାଗି କରାଇବା ପରେ ବେଶ ବଢ଼ିଥିଲା। ମଧ୍ୟାହ୍ନ ଧୂପ ସରି ପାଣି ପଡ଼ିଲା ପରେ ମଦମୋହନ ଓ ଶ୍ରୀଦେବୀ (ରୁକ୍ମିଣୀ) ବରକନ୍ୟା ଭିତରକୁ ବିଜେ ହୋଇଥିଲେ। ସେଠାରେ ବନ୍ଦାପନା ହୋଇଥିଲା। ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣମଣ୍ଡପ ତଳେ ଥିବା ପାଲିଙ୍କିକୁ ବିଜେ କରିଥିଲେ। ବିମାନବଡ଼ୁମାନେ ବରକନ୍ୟାଙ୍କୁ ପାଲିଙ୍କିରେ ବଡ଼ଦେଉଳ ଚତୁଃପାର୍ଶ୍ୱରେ ଘେରାଏ ବୁଲାଇ ସିଂହଦ୍ୱାର ଦେଇ ଶ୍ରୀନଅରକୁ ବିଜେ କରାଇଥିଲେ। ଶ୍ରୀନଅରରେ ନୀତି ସମ୍ପନ୍ନ ହେବା ପରେ ମହାଜନ ସେବକ ବରକନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ। ବିମାନ ବଡୁମାନେ ପାଲିଙ୍କି କାନ୍ଧେଇ ଜମ୍ବେଶ୍ୱରଙ୍କ ମନ୍ଦିରକୁ ନେଇଥିଲେ। ସେଠାରେ ପଞ୍ଚୁଗ୍ରାସୀ ନୀତି ଭୋଗ ଏବଂ ବନ୍ଦାପନା ହୋଇଥିଲା। ଏହାପରେ ବରକନ୍ୟା ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ସୂଚନାଥାଉ କି, ଏହି ଚମ୍ପକ ଦ୍ୱାଦଶୀ ନୀତି ରୁକ୍ମିଣୀ ବିବାହ ପରଦିନ ଅନୁଷ୍ଠିତ ହୋଇଥାଏ। ଗୁରୁବାର ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି...

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ...

ରିଲିଫ ପାଣ୍ଠିକୁ ଡାଲମିଆ ସିମେଣ୍ଟର ଦାନ

ଭୁବନେଶ୍ୱର,୯ା୪: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପକ୍ଷରୁ କୋଭିଡ-୧୯ ବିରୋଧୀ ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।...

ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।...

ସଞ୍ଜୀବ ଅରୋରା ଆଇବି ଡିଆଇଜି

ସମ୍ବଲପୁର,୨୧।୭(ବ୍ୟୁରୋ): ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଗୋଇନ୍ଦା ବ୍ୟୁରୋ ଡିଆଇଜି ଭାବେ ଯୋଗ ଦେବେ। ସୋମବାର ସେ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିବେ। ହେଲେ କାହାକୁ...

୫ ବର୍ଷରେ ୫% ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ବିଧାନସଭାରେ ଅଭିଭାଷଣ ଦେଇ ଏକ ନୂତନ, ସଶକ୍ତ ଓଡ଼ିଶା ଗଠନର ଆହ୍ବାନ ଦେଇଛନ୍ତି। ଏଥିସହିତ ରାଜ୍ୟ...

ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା...

ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ

କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ...

Advertisement
Archives

Model This Week