ଶ୍ରମିକ ରୂପେ ୨ ଛାତ୍ରଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଶିକ୍ଷକ

ଏମ୍‌ଭି-୭୯,୨୧ା୬(ଡି.ଏନ.ଏ.)-ସରକାର ଗରିବ ପିଲାଙ୍କ ପାଠପଢ଼ା ପାଇଁ ମାଗଣା ଖାତା, ବହି, ସିଲଟ, ଖାଦ୍ୟ, ରହିବା ପାଇଁ ହଷ୍ଟେଲ ସୁବିଧା କରିଛନ୍ତି। କେତେକ କ୍ଷେତ୍ରରେ ଶିଶୁଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କାଡ୍‌ ମଧ୍ୟ ଗଠନ କରାଯାଇଛି। ତେବେ ଏସବୁ କେବଳ କାଗଜପତ୍ରରେ ସୀମିତ ରହୁଛି। ଶିଶୁମାନେ ବିଭିନ୍ନ ସ୍ଥାନରେ ଶ୍ରମିକ ରୂପେ କାର୍ଯ୍ୟ କରୁଛନ୍ତି। ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଶିକ୍ଷକ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ନିକଟର ନିର୍ମାଣାଧୀନ ନିଜର ଦୁଇ ମହଲା କୋଠା ଉପରେ ୨ଜଣ ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି। ଉଭୟେ ସମ୍ପୃକ୍ତ ଶିକ୍ଷକଙ୍କ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଶିକ୍ଷକ ଜଣକ ହେଉଛନ୍ତି ମଙ୍ଗଳ ମଣ୍ଡଳ। ଏମ୍‌ଭି-୧୧୨ ବିଦ୍ୟାଳୟରେ ସେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରନ୍ତି। ଏବେ ଲକ୍‌ଡାଉନ ଯୋଗୁ ବିଦ୍ୟାଳୟ ବନ୍ଦ ରହିଛି। ତେବେ ଶିକ୍ଷକ ମଣ୍ଡଳ ଗ୍ରାମରୁ ୨ ଜଣ ଛାତ୍ରଙ୍କୁ ଡକାଇ ସେମାନଙ୍କୁ କାର୍ଯ୍ୟରେ ଲଗାଇଥିଲେ। ଏହି ଛୋଟ ପିଲା ୨ ଜଣ ଇଟା ବୋହିବା କାର୍ଯ୍ୟରେ ଲାଗିଛନ୍ତି। ପାଖରେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ରହିଛି। ଟିକେ ଅସାବଧାନ ହେଲେ ଯେକୌଣସି ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡାଯାଇ ନ ପାରେ। ଏ ସମ୍ପର୍କରେ ଶିକ୍ଷକ ମଣ୍ଡଳଙ୍କୁ ପଚାରିବାରୁ ସେ କହିଥେିଲେ ଯେ, ପିଲାମାନେ କୁକୁର ସହ ଖେଳିବାକୁ ଆସିଥିଲେ। କେତେବେଳେ ଛାତ ଉପରକୁ ଚାଲିଯାଇଛନ୍ତି। ସେଠାରେ ମିସ୍ତ୍ରୀମାନେ କାମ କରୁଥିଲେ। ବୋଧହୁଏ ମିସ୍ତ୍ରୀ ପିଲାଙ୍କୁ ଇଟା ମାଗିଛନ୍ତି। ପିଲାମାନେ ତାଙ୍କୁ ଇଟା ବଢାଇଛନ୍ତି। ଏହି ସମୟରେ କେହି ଫଟୋ ଉଠାଇ ପଠାଇଦେଇଛି ବୋଲି ମଣ୍ଡଳ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶିକ୍ଷକ ମଣ୍ଡଳ ଏମ୍‌ପିଭି-୮୩ ଗ୍ରାମ ବିଦ୍ୟାଳୟରେ ଥିବା ସମୟରେ ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି କରିବା ଘଟଣାରେ ନିଲମ୍ବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌରାଧ୍ୟକ୍ଷ ଆଶାୟୀ ତାଲିକା ବଢୁଛି

ପାରାଦୀପ,୩ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବୁଧବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ହେଲେ ପାରାଦୀପ ପୌର ପରିଷଦରେ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି।...

ବିକାଶ ଚିତ୍ର ଦେଖିଲା ଗଞ୍ଜାମ ଜିଲା ପ୍ରଶାସନ

ଛେଣ୍ଡିପଦା, ୯।୬ (ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତ ବଡ଼ମୂଳ ଏବେ ଉଦାହରଣ ପାଲଟିଛି। ଯୋଜନାବଦ୍ଧ...

ଜରୁରୀକାଳୀନ ପାସ୍‌ ଦେବାକୁ ଡାକ୍ତର ନେଲେ ଲାଞ୍ଚ, ସିଡିଏମ୍‌ଓଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

କାକଟପୁର, ୨୬।୪(ଡି.ଏନ.ଏ): ଲକ୍‌ଡାଉନ ସମୟରେ ବାହାରକୁ ଯିବା ପାଇଁ ଆବଶ୍ୟକ ଜରୁରୀକାଳୀନ ପାସ୍‌ ଦେବାକୁ କାକଟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ...

ବର୍ଷା ଜଳରେ ଭାସିଗଲେ ବୃଦ୍ଧା: ଉଦ୍ଧାର କରିବାକୁ ଯାଇ ଯୁବକ…

ଅନୁଗୋଳ ଅଫିସ, ୧୪।୯: ଅନୁଗୋଳ ସହର ନିକଟରେ ଥିବା ହୁଲୁରସିଂହା ବଢ଼ି ପାଣି ମଝିରେ ଜଣେ ବୃଦ୍ଧା ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ...

ପାଟଣା ବ୍ଲକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଲେ ଟାଙ୍ଗରପଡ଼ା  ଗ୍ରାମ ଗୋପାଳ ସାହିର ଶୈଳେନ୍ଦ୍ର ବାରିକଙ୍କ ପୁଅ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଯୋଡ଼ା, ୨୪।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡାସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ...

ଗାଡ଼ି ଉଦଳାରେ, ଫାଇନ କଟିଛି ୧୦୦ କି.ମି ଦୂରରେ

ଉଦଳା,୨୦ା୧(ଡି.ଏନ.ଏ.): ଗାଡ଼ି ରହିଛି ଘର ପାଖରେ। ହେଲେ ପରିବହନ ବିଭାଗ ଗାଡ଼ିର ଫିଟନେସ୍‌ ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୧୦୦ କି.ମି ଦୂର ଟୋଲଗେଟ୍‌ରେ କାଟିଛି ୫...

ସର୍ଭେ ନାହିଁ, ଚାଲିଛି ପ୍ରକଳ୍ପ ନିର୍ମାଣ

ନୟାଗଡ଼ ଅଫିସ,୨୭।୧୧: ନୟାଗଡ଼ ବ୍ଲକର ସୁନାଲଟି ଗଁା ନିକଟରେ କୁସୁମୀ ନଦୀ ଉପରେ ନିର୍ମାଣଧୀନ କୁସୁମୀ ବ୍ୟାରେଜକୁ ବିରୋଧ କରାଯାଇଛି। ବୁଡ଼ି ଅଞ୍ଚଳର ସର୍ଭେ କରା...

Advertisement
Archives

Model This Week