Posted inରାଜ୍ୟ

ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ

ଜଗତ୍‌ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଚଳିତବର୍ଷ ପ୍ରଥମ କରି ଜିଲାସ୍ତରୀୟ ଲୋକ କଳା ଉତ୍ସବ ପାଳିତ ହୋଇଛି। କିନ୍ତୁ ଦୁଃଖର କଥା ହେଲା ଏହା ଉପରଠାଉରିଆ ହୋଇଛି। କେବଳ ଏକ ଶୋଭାଯାତ୍ରାରେ ଉତ୍ସବ ସୀମିତ ରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ଆଧୁନିକତାର ଛାପରେ ଲୋକକଳା ଓ ଲୋକ ସଙ୍ଗୀତ ତାର ସତ୍ତା ହଜାଇବାକୁ ବସିଲାଣି। ଏହା ଉପରେ ନିର୍ଭରଶୀଳ କଳାକାରମାନେ ଜୀବିକା ହରାଇ ଦୟନୀୟ ଜୀବନ ବିତାଉଛନ୍ତି। ଦିନ ଥିଲା ଲୋକକଳା ଓ ଲୋକ ସଙ୍ଗୀତ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରୁଥିଲା। ପରସ୍ପର ମଧ୍ୟରେ ଦୂରତ୍ୱ କମାଉଥିଲା। କିନ୍ତୁ ଆଧୁନିକ ସମାଜରେ ଏହା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ସମାଜରେ ସମ୍ପର୍କର ସେତୁ ସୃଷ୍ଟି କରୁଥିବା ଏହି ଲୋକକଳା, ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। ଉଦ୍ଦେଶ୍ୟ ହେଲା ଜିଲାସ୍ତରରେ ଉତ୍ସବ ପାଳନ କରି କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା। ଉତ୍ସବ ପାଳନ ପାଇଁ ଜିଲା ସଂସ୍କୃତି ସମିତି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିପାରିବ ବୋଲି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ରାଶିରେ ଶୋଭାଯାତ୍ରା ସହ ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା କଥା। କିନ୍ତୁ ଶୁକ୍ରବାର ଜିଲାସ୍ତରୀୟ ଲୋକକଳା ଉତ୍ସବ କେବଳ ଶୋଭାଯାତ୍ରାରେ ସରିଯାଇଛି। ହାତ ଗଣତି ସଂକୀର୍ତ୍ତନ ଦଳ, ଘୋଡା ନାଚ ଦଳ, ପାଲା ଦଳ ଓ କାଠି ଲଉଡି ଦଳକୁ ନେଇ ଯେଭଳି ଶୋଭାଯାତ୍ରା କରାଗଲା, ତାହା ପ୍ରଭାବଶୂନ୍ୟ
ମନେ ହେଉଛି। ଏହି ଶୋଭାଯାତ୍ରା ସ୍ଥାନୀୟ କଲେଜ ଛକ ନିକଟରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲା ସଂସ୍କୃତି ଅଧିକାରୀ ରଞ୍ଜନ ଦାସ, ଭୂଅର୍ଜନ ଅଧିକାରୀ ବିବୁଧ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ଯିଏ ଯୁଆଡେ ଚାଲି ଯାଇଥିଲେ। ଏ ବାବଦରେ ବହୁ କମ ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ସରକାର ଯଦି ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେଇଛନ୍ତି, ତେବେ ଜିଲା ସଂସ୍କୃତି ସମିତି କାହିଁକି ଉପରଠାଉରିଆ ଭାବେ ଉତ୍ସବ ପାଳନ କଲା। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଦାସଙ୍କୁ ପଚାରିବାରୁ ସେ କହିଲେ ଗତ ୭/୮ ତାରିଖରେ ଉତ୍ସବ ପାଳନ ପାଇଁ ବିଭାଗରୁ ଚିଠି ଆସିଥିଲା। ବିଳମ୍ବରେ ଚିଠି ଆସିବାରୁ ଏତେ କମ ସମୟ ମଧ୍ୟରେ ବଡ଼ ଆୟୋଜନ କରିବା ସମ୍ଭବ ହେଲାନି। ତଥାପି ଶୋଭାଯାତ୍ରାରେ ପାଖାପାଖି ୯୦ ଲୋକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଥିବା ବେଳେ ୭୦ ଜଣ ଥିଲେ। ସେ ଏକାଧିକ ବିଭାଗ ଦାୟିତ୍ୱରେ ଥିବାରୁ ସବୁ କାମ ଠିକ ଭାବେ କରିବା ସହଜ ହେଉନି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରୁ କରୋନା ନେଇଛି ଆଉ ୭ ମୁଣ୍ଡ। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୮୪ ବର୍ଷୀୟ ବୃଦ୍ଧ, ୬୪ ବର୍ଷୀୟ ବୃଦ୍ଧ, ୯୬ ବର୍ଷୀୟ ବୃଦ୍ଧ,...

ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଆଜି ବାହୁଡ଼ା

ପୁରୁଣା ଭୁବନେଶ୍ୱର,୨।୪(ଡି.ଏନ୍‌.ଏ.): ରବିବାର ଶ୍ରୀଲିଙ୍ଗରରାଜଙ୍କ ବାହୁଡ଼ା ଯାତ୍ରା। ଭଉଣୀ ମା’ ରୁକୁଣା ଦେବୀ ପ୍ରଭୁ ଦୋଳଗୋବିନ୍ଦଙ୍କ ସାଙ୍ଗରେ ଧରି ଶ୍ରୀ ଲିଙ୍ଗରାଜ ରୁକୁଣା ରଥଯାତ୍ରାରେ ମାଉସୀ...

ସମଲେଶ୍ୱରୀଙ୍କ ପୀଠରେ ଖୁବ୍‌ଶୀଘ୍ର ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’

ଭୁବନେଶ୍ୱର,୨୮|୨(ବ୍ୟୁରୋ): ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ଥିବା ପ୍ରମୁଖ ଧାର୍ମିକ...

ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ବସିଲା ପରିଚାଳନା କମିଟି ବୈଠକ

ପୁରୀ ଅଫିସ, ୭।୬: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ...

ଓଲଟିଲା ଯାତ୍ରୀବାହୀ ବସ୍‌

ବାରିପଦା ଅଫିସ,୧୩ା୩: ମୟୂରଭଞ୍ଜ ଜିଲା ୧୮ନଂ. ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ଏକ ଘରୋଇ ବସ୍‌ ରବିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଲଟି...

କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା...

ଡ୍ରାଇଭର ଲଳିନ୍ଦ୍ରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ, ନହେଲେ ଆତ୍ମହତ୍ୟା କରିବି: ଜୁନାଗଡ଼ ପୀଡ଼ିତା

ଜୁନାଗଡ଼,୨୭।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ପୀଡ଼ିତା ଗୁରୁବାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏକ ୱେବ୍‌ ଚ୍ୟାନେଲକୁ...

ଆହୁରି ୩ ଦିନ ତାତି

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି।...

Advertisement
Archives

Model This Week