ଲୋକ ଲଜ୍ଜା: ଆମ୍ବଗଛରେ ରଶି ଲଗାଇ ବିବାହିତ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବନ୍ତଳା,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। କୁମୁରି ଗ୍ରାମ ମୁଣ୍ଡରେ ଥିବା ଏକ ଆମ୍ବ ଗଛରେ ଦୁଇ ବିବାହିତ ପ୍ରେମୀଯୁଗଳ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଡଲାସିଙ୍ଗା ଗ୍ରାମର ମଧୁ ସାହୁ(୩୫) ଓ କୋଠଭୂଇଁ ଗ୍ରାମର ଶାନ୍ତି ପ୍ରଧାନ (୩୮)। ଉଭୟ ପୂର୍ବରୁ ବିବାହିତ ଥିବା ବେଳେ ସେମାନଙ୍କୁ ଉକ୍ତ ବିବାହରୁ ଦୁଇଟି ଲେଖାଏଁ ସନ୍ତାନ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଏକ ବର୍ଷ ପୂର୍ବେ ମଧୁ ଓ ଶାନ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏ ନେଇ ଶାନ୍ତିଙ୍କ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ସମାଧାନ ନିମନ୍ତେ ଘଟଣା କୋର୍ଟରେ ପହଞ୍ଚିଥିଲା। ତେବେ ୬ ମାସ ପୂର୍ବେ ମଧୁ ଏବଂ ଶାନ୍ତି କୋର୍ଟରେ ବିବାହ କରି ଘରୁ ପଳାଇ ଆସିଥିଲେ। ଶନିବାର ଉଭୟ ରଜ ଉପଲକ୍ଷେ ଦଲାସିଙ୍ଗା ଗ୍ରାମକୁ ଆସିଥିଲେ। ହେଲେ ଲୋକ ଲଜ୍ଜା ସହି ନ ପାରି ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେମାନଙ୍କ ମୃତଦେହ ନିକଟରେ ସ୍କୁଟ ିଟିଏ ରଖାଯାଇଥିବା ଦେଖିବାକୁ ମିଳୁଛି। ଘଟଣା ନେଇ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦା ବ୍ଲକ ସଦରମହକୁମାରେ ୭୧ତମ ସାଧାରଣତନ୍ତ୍ର ଦିବସ

ଛେଣ୍ଡିପଦା,୨୬।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମା ମିନିଷ୍ଟାଡିୟମରେ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା...

ପ୍ରଜାମଣ୍ଡଳ ଭବନ ପରିସର ପାଣି ଘେରରେ:ଟେଣ୍ଡରଧାରୀ-ପୌର କର୍ତ୍ତୃପକ୍ଷ ଦୋଷ ଠେଲାଠେଲି

ତାଳଚେର,୧୦ା୯(ନି.ପ୍ର.) ତାଳଚେରର ଗଣପର୍ବ ଗଣେଶ ପୂଜାରେ ଏଥର ବର୍ଷା ବାଧକ ସାଜିଛି। ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ତେବେ ସବୁଠାରୁ...

ଲମ୍ବୁଛି ଚୋରା କୋଇଲା ଚେର

ଅନୁଗୋଳ ଅଫିସ, ୬ା୪ ଅନୁଗୋଳ ଜିଲାରେ ଲମ୍ବୁଛି ଚୋରା କୋଇଲା କାରବାର ଚେର। ବିଶେଷକରି ତାଳଚେର ଓ ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ଖଣିରୁ ଚୋରାରେ...

୮୫ କେନ୍ଦ୍ରରେ ୧୭,୫୧୩ ପରୀକ୍ଷାର୍ଥୀ

ଅନୁଗୋଳ ଅଫିସ, ୧୯।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷାରେ ଅନୁଗୋଳ ଜିଲାରେ ୮୫ଟି...

ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୦ା୧୧(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନାର ଜିନ୍ଦଲ ଫାଟକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ...

କୂଅରେ ପଡି ବାର୍‌ହା ମୃତ

ଛେଣ୍ଡିପଦା,୧୭।୯(ସ୍ବ.ପ୍ର)-ଛେଣ୍ଡିପଦା ଥାନା ଜରପଡା ବନାଞ୍ଚଳ ବସନ୍ତପୁର ଗ୍ରାମରେ ଥିବା ଏକ ଖୋଲା କୂଅରେ ଏକ ବାରହା ଖସିପଡ଼ି ମଙ୍ଗଳବାର ମୃତ୍ୟୁବରଣ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ,...

ଜୁଆ ଆଡ୍ଡାରେ ଚଢ଼ାଉ, ୩ ଗିରଫ

ପାଲଲହଡା,୧୭।୧୨(ଡି.ଏନ.ଏ.)- ପାଲଲହଡା ଥାନା ବଡ଼ଝାର ଗ୍ରାମ ନିକଟ କୁକୁଡ଼ା ଲଢେଇପଡାରେ ଜୁଆ ଆଡ୍ଡା ଚାଲିଥିବାବେଳେ ପାଲଲହଡା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି।...

ବସ୍‌ଷ୍ଟାଣ୍ଡରେ ବନ୍ଦ ହେଲା ଫଳ ଦୋକାନ

ଅନୁଗୋଳ ଅଫିସ, ୧୪।୫ – ଅନୁଗୋଳ ସହରର ବସ୍‌ଷ୍ଟାଣ୍ଡଠାରେ ଥିବା ଫଳ ଦୋକାନୀଙ୍କୁ ଅନୁଗୋଳ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ...

Advertisement


Archives

Model This Week