Posted inଭଦ୍ରକ

ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭଦ୍ରକ ଅଫିସ, ୨୧।୧୨- ଭଦ୍ରକରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁକ୍ରବାର ଥିଲା ୩ୟ ଦିବସ। ଏଥିପାଇଁ ନେହେରୁ ଷ୍ଟାଡିୟମ, ଶହୀଦ ସ୍ମୃତି ଭବନ, ସଂସ୍କୃତି ଭବନ ସମେତ ଜିଲା ସ୍କୁଲ ପରିସର ବେଶ୍‌ ଚଳଚଞ୍ଚଳ ହୋଇଥିଲା। ମୁଖ୍ୟତଃ ନେହେରୁ ଷ୍ଟାଡିୟମ ପରିସରରେ ୧୫ଟି ଜିଲାର ଲୋକନୃତ୍ୟ ପ୍ରତିଯୋଗିତା ହେଉଥିବାରୁ ହଜାର ହଜାର ପ୍ରତିଯୋଗୀ ଓ ଦେଖଣାହାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକନୃତ୍ୟରେ ମଞ୍ଚ ଦୁଲୁକିଥିଲା। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ଼ ଜମିଥିଲା। ଟାଉନହଲ ପରିସରରେ ନାଟକ ପ୍ରତିଯୋଗିତା, ସଂସ୍କୃତି ଭବନ ଉପରମହଲାରେ ଭାରତ ନାଟ୍ୟମ୍‌, କଥକ, କୁଚିପୁଡ଼ି ଓ ମଣିପୁରୀ, ତଳମହଲାରେ ହାର୍‌ମୋନିୟମ, ତବଲା, ଜିଲା ସ୍କୁଲରେ ବକ୍ତୃତା ଓ ମୃଦଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ୨୫ ଜଣ ଦାୟିତ୍ୱ ତୁଲାଇଥିଲେ। ଜିଲାର ବଛା ବଛା ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହିଭଳି ଶନିବାର ପୂର୍ବାହ୍ନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିକି ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ବସ୍‌ 

ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ସହର ବନ୍ତ ଛକରେ ବୁଧବାର ବସ୍‌ ଚଢ଼ିଯିବାରୁ ଜରଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ, ଭଦ୍ରକ ଜିଲା ଅଗରପଡା ଥାନା...

ବୁଲା ଷଣ୍ଢ ଆକ୍ରମଣ: ଚକଟି ମାରିଲା, ଜଣଙ୍କୁ କଚାଡ଼ିଦେଲା 

ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ଚରମ୍ପା ହ୍ୟାପିହୋମ ସ୍କୁଲ ନିକଟରେ ଏକ ବୁଲା ଷଣ୍ଢ ଆକ୍ରମଣରେ ବୁଧବାର ସକାଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ...

ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ଜବତ

ବାସୁଦେବପୁର,୨୦।୧୧ (ନାରାୟଣ ପ୍ରସାଦ ବାରିକ୍‌)-ଭଦ୍ରକ ଜିଲା ବାସୁଦେବପୁର- ଧାମରା ରାସ୍ତାର ବେତଡ଼ା ନିକଟରୁ  ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ସହ ୨ଟି ପିକ୍‌ଅପ୍‌...

‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍‌ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ...

ମେଲାଣି ନେଲେ ମା’

ଭଦ୍ରକ,୧୯।୧୧(ସନାତନ ରାଉତ): ସାତ ଦିନ ଧରି ଚରମ୍ପାଠାରେ ଚାଲିଥିବା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଶନିବାର ଉଦ୍‌ଯାପିତ ହୋଇଛି । ରବିବାର ମା’ ମେଲାଣି ନେଇଛନ୍ତି...

ମଧ୍ୟାହ୍ନଭୋଜନରେ ପୋକ

ଚାନ୍ଦବାଲି,୧୯।୧୧(କିଷାନ ପାତ୍ର)ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସୋୟାବିନ ତରକାରିରେ   ପୁଳା ପୁଳା ଧଳା ଲାଙ୍ଗୁଡିଆ...

ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ

ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ...

ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୭ା୧୧(ରବିନାରାୟଣ ଖିଲାର/ସନାତନ ରାଉତ): ସପ୍ତମାତୃକା ବେଶର ଷଷ୍ଠ ଦିନରେ ଶୁକ୍ରବାର ମା’ ଭଦ୍ରକାଳୀ ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାସରସ୍ବତୀ ବେଶରେ ମା’ଙ୍କ ମୁଖମଣ୍ଡଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri