Posted inଭଦ୍ରକ

ଲୁଟିନେଲେ ୫ ଲକ୍ଷ ୫୦ ହଜାର ଟଙ୍କା

ଭଦ୍ରକ ଅଫିସ,୨୮।୧-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚୁଡ଼ାକୁଟି ବଜାରରେ ଥିବା ଏକ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଦୁଇ କର୍ମଚାରୀଙ୍କଠାରୁ ସୋମବାର ରାତିରେ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଦୁଇଟି ବାଇକ୍‌ରେ ୪ ଜଣ ଲୁଟେରା ଆସି ଏହି ଟଙ୍କା ଲୁଟି ନେଇଯାଇଛନ୍ତି। ଖବର ପାଇ ଧାମନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତେ ପରିମାଣର ଟଙ୍କା ଏଟି୍‌ଏମ୍‌ରେ ଭର୍ତ୍ତି କରିବା ପାଇଁ ବାଇକ୍‌ରେ ବିନା ସୁରକ୍ଷା କର୍ମୀରେ କିଭଳି ସେହି ସ୍ଥାନକୁ ନିଆଯାଉଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖନୀୟ ଯେ, ଗତବର୍ଷ ୟୁକୋ ବ୍ୟାଙ୍କକୁ କର୍ମଚାରୀମାନେ ଟଙ୍କା ନେଇ ଯାଉଥିବାବେଳେ ଭଦ୍ରକ ଉପକଣ୍ଠ ଜଳଙ୍ଗାଠାରୁ ଲୁଟେରାମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବନ୍ତ,୯।୧୦(ଡି.ଏନ୍‌.ଏ): ବିଭିନ୍ନ ଦାବିନେଇ ଭଦ୍ରକ ଜିଲା ବନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଜୋନ୍‌ କମିଟି ପକ୍ଷରୁ ବୁଧବାର ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ, ବିଜୁ...

୬ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ନାବାଳିକା

ଭଦ୍ରକ ଅଫିସ,୬ା୧୧- ଦୀର୍ଘ ୬ ବର୍ଷ ପରେ ନୟାଗଡ଼ରୁ ଉଦ୍ଧାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଅସହାୟ ନାବାଳିକା ନିଜ ଜନ୍ମମାଟିକୁ ଫେରିଛନ୍ତି। ତାଙ୍କ ପରିବାର...

ମୁଣ୍ଡ ଉପରେ ଝୁଲୁଛି ବିପଦ

ବନ୍ତ, ୧୯।୧୦ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ପୋଡ଼ାପାଟଣା ଗ୍ରାମ ଯେନାସାହି ନିକଟରେ ଦୀର୍ଘଦିନ ଧରି ବିଦ୍ୟୁତ୍‌ ତାର କମ୍‌ ଉଚ୍ଚରେ ଝୁଲି ରହିଛି।...

ଅଲଟ୍ରା ସାଉଣ୍ଡ୍‌ ମେଶିନ ଲାଗି ଜିଲାପାଳ ଦେଲେ ୭.୫ ଲକ୍ଷର ଚେକ୍‌

ଭଦ୍ରକ ଅଫିସ,୧୭।୧୦: ଦୀର୍ଘବର୍ଷ ଧରି ଜିଲା ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ଥିବା କାରଣରୁ ରୋଗୀ ନାନା ସମସ୍ୟା ଭୋଗୁଥିଲେ। ଏବେ ନୂଆ ମେଶିନ...

ବୃତ୍ତି ଏ ମୋ ପୋଷେ କୁଟୁମ୍ବ

ପଦ୍ମପୁର, ୧୪।୪ (ଡି.ଏନ.ଏ.): ଧୂ ଧୂ ଖରାବେଳେ ଏକ ସାଇକେଲରେ ବନ୍ଧା ହୋଇଛି ମାଟିଘୋଡ଼ା ଓ ଭଳିକି ଭଳି ମାଟିରେ ତିଆରି ଠେକି। ମା’ ଘୋଡ଼ା...

ଐତିହାସିକ ଗାନ୍ଧୀ କର୍ମମନ୍ଦିର ଶ୍ରୀହୀନ

ବନ୍ତ,୩୦।୧୨(ସ୍ବ.ପ୍ର.)- ଦେଶକୁ ସ୍ବାଧୀନ କରିବା ପାଇଁ ସେତେବେଳେ ବହୁ ସ୍ଥାନରେ ସଂଗ୍ରାମୀମାନେ ମେଳି ବାନ୍ଧି ବ୍ରିଟିଶ ଶାସନ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ପରେ ସେହି...

ଜାପାନୀ ଜ୍ୱରରେ ଛାତ୍ର ଆକ୍ରାନ୍ତ: ମଢ଼ିଆଳିରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଭଣ୍ଡାରିପୋଖରୀ, ୨୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଢିଆଳି ଗ୍ରାମର ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ...

ଖୁବଶୀଘ୍ର କ୍ଷୟକ୍ଷତି ଆକଳନ : ଶୁକ୍ରବାର ସୁଦ୍ଧା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାରେ ଅମ୍ଫନ୍‌ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ଚାଳଘର, ଆଜବେଷ୍ଟ ଘର ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭୂଇଁରେ...

Advertisement
Archives

Model This Week