Posted inଭଦ୍ରକ

ଲୁଟିନେଲେ ୫ ଲକ୍ଷ ୫୦ ହଜାର ଟଙ୍କା

ଭଦ୍ରକ ଅଫିସ,୨୮।୧-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚୁଡ଼ାକୁଟି ବଜାରରେ ଥିବା ଏକ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଦୁଇ କର୍ମଚାରୀଙ୍କଠାରୁ ସୋମବାର ରାତିରେ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଦୁଇଟି ବାଇକ୍‌ରେ ୪ ଜଣ ଲୁଟେରା ଆସି ଏହି ଟଙ୍କା ଲୁଟି ନେଇଯାଇଛନ୍ତି। ଖବର ପାଇ ଧାମନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତେ ପରିମାଣର ଟଙ୍କା ଏଟି୍‌ଏମ୍‌ରେ ଭର୍ତ୍ତି କରିବା ପାଇଁ ବାଇକ୍‌ରେ ବିନା ସୁରକ୍ଷା କର୍ମୀରେ କିଭଳି ସେହି ସ୍ଥାନକୁ ନିଆଯାଉଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖନୀୟ ଯେ, ଗତବର୍ଷ ୟୁକୋ ବ୍ୟାଙ୍କକୁ କର୍ମଚାରୀମାନେ ଟଙ୍କା ନେଇ ଯାଉଥିବାବେଳେ ଭଦ୍ରକ ଉପକଣ୍ଠ ଜଳଙ୍ଗାଠାରୁ ଲୁଟେରାମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri