ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ସୁବ୍ରତ ମହାନ୍ତି ସୋମବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ବ୍ରହ୍ମପୁର ସବ୍ ରେଜିଷ୍ଟ୍ରାର ଅଫିସର ତତ୍କାଳୀନ କର୍ମଚାରୀ ରାମକୃଷ୍ଣ ବେହେରାଙ୍କୁ ଦେଢବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୭ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୫ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ, ବେନ୍ଦାଳିଆ ଗ୍ରାମର ଜିତାଞ୍ଜୟ ସାହୁ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏକ ବାହାଘର ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ଉକ୍ତ କାର୍ଯ୍ୟାଳୟ କର୍ମଚାରୀ ରାମକୃଷ୍ଣଙ୍କୁ ସାକ୍ଷାତ କରିଥିଲେ। ଏଥିପାଇଁ ସେ ୧୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ୨୦୧୪ ଅଗଷ୍ଟ ୧୪ ରେ ରାମକୃଷ୍ଣ ଆବେଦନକାରୀଙ୍କଠାରୁ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡି ଗିରଫ ହୋଇଥିଲେ। ଭିଜିଲାନ୍ସ ମାମଲା ନମ୍ବର ୩୪/୧୪ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ସୋମବାର ଉକ୍ତ ମାମଲାର ବିଚାର ବେଳେ ୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତପନ କୁମାର ଦାସ ମକଦ୍ଦମା ପରିଚାଳନା କରିଥିଲେ।

ଆଖି ଆଗରେ ଚାଲିଗଲା ୩୦ରୁ ଅଧିକ ମେଣ୍ଢାଙ୍କ ଜୀବନ
ପାତ୍ରପୁର,୨୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଚୁଡିଆଲାଞ୍ଜିଠାରେ ମଙ୍ଗଳବାର ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। କେଶରୀପଡା ପଞ୍ଚାୟତ ଭେଜିପଦର...

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ
ଦିଗପହଣ୍ଡି, ୭।୧୧ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ବିଭିନ୍ନ...

ଏସ୍ସିବିରେ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ
କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି)ରେ ଚଳିତ ବର୍ଷର ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ହସ୍ପିଟାଲର ସ୍ବତନ୍ତ୍ର...

ସାବୁଳିଆ ଚିଲିକା କୂଳରେ ମୃତ ଡଲ୍ଫିନ୍
ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍ଫିନ୍ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍ର ଲମ୍ବ ୫...

୪୦ ଡିଗ୍ରୀ ଉପରେ ୩ ସହର, ସମ୍ବଲପୁରରେ ସର୍ବାଧିକ
ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଦିନ ୨ ଟା ୩୦ ସୁଦ୍ଧା ୩...

କାଲିଠୁ ଆଦର୍ଶ ବିଦ୍ୟାଳୟରେ ନାମଲେଖା
ଭୁବନେଶ୍ୱର,୧୭।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ୨୧୪ ଆଦର୍ଶ ବିଦ୍ୟାଳୟରେ ଗୁରୁବାରଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀଛାତ୍ରଙ୍କ ନାମ ମେଧା...

ବକେୟା ଟଙ୍କା ପାଇଁ ବନ୍ଧା ପଡ଼ିଲା ମୃତଦେହ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଅପରେଶନ ସରିଥିଲା। ରୋଗୀ ଜଣକ ଭେଣ୍ଟିଲେଟରରେ ଥିଲେ। ହେଲେ ରିପୋର୍ଟ କରୋନା ପଜିଟିଭ୍ ଆସିବାରୁ ଭେଣ୍ଟିଲେଟର କାଢ଼ି ଆଇସୋଲେଶନ ଓ୍ବାର୍ଡକୁ ନେଇଗଲେ। ଫଳରେ ଭେଣ୍ଟିଲେଟର...

ରାଜଧାନୀରେ ପୁଣି ଗଡ଼ିବ ମୋ ସାଇକେଲ
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜଧାନୀରେ ସାଇକେଲ ଚାଳକଙ୍କ ପାଇଁ ଖୁସି ଖବର ଆସିଛି। ପୁଣି ପୂର୍ବଭଳି ସ୍ମାର୍ଟସିଟିରେ ସମସ୍ତ ମୋ ସାଇକେଲ ଚାଲିବ । ଏ ନେଇ ସ୍ମାର୍ଟସିଟି...