ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌
ସାକ୍ଷୀଗୋପାଳ, ୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍‌ଏସ୍‌ ଛବି ନାରାୟଣ ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଶନିବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଛବି ବାଁବରଡ଼ା ଗ୍ରାମର ହିତାଧିକାରୀ ଇନ୍ଦ୍ରମଣି ପଣ୍ଡାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ଇନ୍ଦ୍ରମଣି ଏକକାଳୀନ ୧୦ ହଜାର ଟଙ୍କା ଦେଇପାରିବେ ନାହିଁ, ଟଙ୍କା ପାଇବା ପରେ ଦେବି ବୋଲି ସେ କହିଥିଲେ। ହେଲେ ଜିଆର୍‌ଏସ୍‌ ଏଥିରେ ରାଜି ହୋଇ ନ ଥିଲେ। ଏ ନେଇ ଇନ୍ଦ୍ରମଣି ପୁରୀ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଭିଜିଲାନ୍ସ ଡିଏସ୍‌ପି ହରି ନାରାୟଣ ପତିଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ସତ୍ୟ ନାରାୟଣ ଭଦ୍ରା, ପୁରୀ ଇନ୍ସପେକ୍ଟର ମଦନ ମୋହନ ପ୍ରଧାନ, ଚନ୍ଦନ ପଣ୍ଡା, ସଞ୍ଜୟ ପଣ୍ଡିତ ପ୍ରମୁଖ ଅଧିକାରୀ ଜିଆର୍‌ଏସ୍‌ଙ୍କ ନିକଟରୁ କେମିକାଲ ରଙ୍ଗ ଦିଆ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ କିଛି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ ବର୍ଜନ ଉପରେ କହିଲେ ଅଧ୍ୟାପିକା

ଜି. ଉଦୟଗିରି, ୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରିସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟଠାରେ ବୁଧବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ...

ଅଜଣା ଗାଡ଼ିଧକ୍କାରେ ବ୍ୟକ୍ତିଙ୍କ ଜୀବନ ଗଲା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କେସିଙ୍ଗା,୨୮।୯: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୯ରେ ଅଜଣାଗାଡ଼ି ଧକ୍କାରେ ନିଳାମ୍ବର ବିଶି (୫୭) ନାମକ ଜଣେ...

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

ପ୍ରଶାସନିକ ଅବହେଳା, ଅଧାରେ ପଡ଼ିଛି ଆବାସ

କୁନ୍ଦୁରା,୨୨ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ...

ଲକ୍‌ଡାଉନ୍‌ରେ ସକ୍ରିୟ ମଦ ମାଫିଆ: ଦେଶୀ ମଦ ରନ୍ଧା ଭାଟି ଉପରେ ବେଗୁନିଆ ପୋଲିସର ଚଢ଼ାଉ, ନଷ୍ଟ କଲା ୨ହଜାର ଲିଟର ପୋଚ୍‌

ବେଗୁନିଆ,୯।୪ (ଡି.ଏନ୍‍.ଏ): ଖୋର୍ଦ୍ଧା ଜିଲା ବେଗୁନିଆ ପୋଲିସ ଗୁରୁବାର ଏକ ଦେଶୀ ରନ୍ଧା ମଦଭାଟି ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମାଫିଆମାନେ...

ପୁଓର ସୁଧିକାଯ୍‌ ଲାଗି ବଁଧା ପଡ଼ଲା ରାଶନକାର୍ଡ

ପର୍ଲା, ୨୩।୧ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୫୦) ଅନେକ ଦିନ୍‌ ହେଲା କୁଷ୍ଠ...

ମହାପ୍ରଭୁଙ୍କ ଜମି ନିଜ ନାଁରେ କରୁଛନ୍ତି ସରକାର

ପୁରୀ ଅଫିସ,୨୧।୧୨: ମଠ ସମ୍ପତ୍ତିର ମାଲିକ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ହେଲେ ଜଗନ୍ନାଥ ସମ୍ପତ୍ତିର ମାଲିକ କିଏ? ରାଜ୍ୟ ସରକାର ଜଗନ୍ନାଥ ସମ୍ପତ୍ତିକୁ ଶାଗମାଛ ଦରରେ...

ପ୍ରକଳ୍ପରେ ସରୁଛି ଅନୁଦାନ, ମେଣ୍ଟୁନି ଲୋକଙ୍କ ଶୋଷ

ବୈପାରୀଗୁଡ଼ା,୨୭।୪(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍‌ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ...

Advertisement


Archives

Model This Week

Why Dharitri