ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଗଞ୍ଜାମ, ୧୦।୨(ଡି.ଏନ.ଏ.): ଗଞ୍ଜାମ ଥାନା ଦୁର୍ଗାଦେବୀ ସାହି ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମଠାରେ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ବାଳକୃଷ୍ଣ ପଣ୍ଡାଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି l ଏଥିରେ ସେ ଆହତ ହୋଇଛନ୍ତି। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହ ଅଭିଯୁକ୍ତ ଦୁର୍ଗାଦେବୀ ସାହିର ଗୋପୀନାଥ ସତପଥୀଙ୍କ ପୁଅ ଦୀପକ (୩୨)ଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି। ପୂର୍ବରୁ ମାଡମାରିଥିବା ଯୁବକ ଦୀପକଙ୍କ ନାମରେ ଗଞ୍ଜାମ ଥାନାରେ ୬ଟିି ମାମଲା ଥିବା ଥାନା ପୋଲିସ ପକ୍ଷରୁ କୁହାଯାଇଛି l ସୋମବାର ପୂର୍ବାହ୍ନରେ ଆହତ ବାଳକୃଷ୍ଣ ଥାନାରେ ଏତଲା ଦେଇଥିବା ଜଣାପଡିଛି l ଏ ନେଇ ଥାନାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ତାଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ ପୂର୍ବରୁ ମାଡ ମାରିଥିବା ଯୁବକ ବାଳକୃଷ୍ଣଙ୍କ ମୋବାଇଲ ଚୋରି କରି ଧରାପଡିଥିଲେ। ସେହି ରାଗ ରଖି ଏହି ଘଟଣା ଘଟାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ମୃତ୍ୟୁ : କରୋନା ସନ୍ଦେହରେ ଗାଁ ଲୋକେ ଆତଙ୍କିତ

ପଡିଆବାହାଲ, ୫।୪(ଡି.ଏନ.ଏ.) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍ କବରାପାଲି ପଞ୍ଚାୟତର ତୁରିପଡାରେ ରବିବାର ସକାଳେ ଜଣେ ବହିରାଗତ ଯୁବକଙ୍କ ହଠାତ୍ ମୃତ୍ୟୁ ଘଟିଛି। ସଦର ଥାନା...

ନରହନ୍ତା ହାତୀକୁ ନେଇ ହଟହଟା

ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍‌.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ...

ଜିଲା ସଡ଼କ ସୁରକ୍ଷା କମିଟି ବୈଠକ: ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୨୬ା।୯ – ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହରେ ବୁଧବାର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର...

ଅଭିଯୁକ୍ତଙ୍କ ପିତା ହୃଦ୍‌ଘାତରେ ମୃତ,ତହସିଲ ସମ୍ମୁଖରେ ମୃତଦେହ ରଖି ଧାରଣା

ଧାମନଗର,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଗତ ୧୭ ତାରିଖରେ ଦୁର୍ବ୍ୟବହାରକରି ଫେରାର ଥିବା ଅଭିଯୁକ୍ତଙ୍କ ପିତାଙ୍କର ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ...

ହବିଷିଆଳି ଶିବିରରେ ଅଘଟଣ: ୩ ଗୁରୁତର

ପୁରୀ ଅଫିସ,୧୬।୧୦: ଶ୍ରୀକ୍ଷେତ୍ରରେ ଚାଲିଛି କାର୍ତ୍ତିକ ବ୍ରତ। ଏଠାରେ ଲକ୍ଷାଧିକ ଭକ୍ତ, ହବିଷିଆଳିଙ୍କ ସମାଗମ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଟୁରିଷ୍ଟ କମ୍ପ୍ଲେକ୍ସ, ପୌର କଲ୍ୟାଣ...

ନୂଆପଡ଼ାରେ ବାଘ ଆତଙ୍କ

ତରବୋଡ,୭।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ପ୍ରତିଦିନ ଗାଁରେ ଘୂରି ବୁଲୁଛି ବାଘ । ଗାଁର ଗାଈ,...

ଉପାୟ ନାହିଁ

କୃଷି ପ୍ରଧାନ ବୌଦ୍ଧ ଜିଲାରେ ଲୋକଙ୍କ ମୁଖ୍ୟ ଆୟ ପନ୍ଥା ହେଲା ଧାନଚାଷ। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ ପାଇଁ ବର୍ଷସାରା...

ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩ ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା...

Play 250+ Trending Games
Archives

Model This Week

Why Dharitri