ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କ୍ରୟ ସମନ୍ଧୀୟ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ,୨୭ା୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତାହାର କ୍ରୟ ସମନ୍ଧରେ ଏକ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରୱାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ଲକର ବିଭିନ୍ନ ଅଞ୍ଚଳରେ ବନଜାତ ଦ୍ରବ୍ୟର ଚାହିଦା ଓ ଏଥିରେ ସଂଗ୍ରହକାରୀ କିଭଳି ଲାଭବାନ ହେବେ ଓ ଏହାର କ୍ରୟ ସମନ୍ଧରେ ଓଏଲଏମ୍‌ ତରଫରୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଏମବିକେ ମାନଙ୍କୁ ବୁଝାଇଥିଲେ। ଲଘୁ ବନଜାତ ଦ୍ରବ୍ୟକୁ କିଭଳି ଭାବେ ଉତ୍ତମ ଗୁଣବତ୍ତା ସହିତ ଗଛିତ କରିହେବ ସେ ସମ୍ପର୍କରେ ଟିଡିସିସି ବ୍ରାଞ୍ଚ ମ୍ୟାନେଜର ନବଘନ ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ। ତେନ୍ତୁଳି, ଶାଳମଞ୍ଜି, ମହୁଲ, ହରିଡା, ଚାଆଁର ଓ ବାହାଡା ଇତ୍ୟାଦି କିପରି ଭାବେ ଏଫ୍‌ଏକକ୍ୟୁରେ ସଂଗ୍ରହ କରାଯିବ ସେ ବିଷୟରେ ତାଲିମାର୍ଥୀ ଏମବିକେମାନଙ୍କୁ ଅବଗତ କରାଯାଇଥିଲା। ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ଅର୍ଜନ କରୁଥିବା ପରିବାରମାନଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଶିବିରରେ ଅଂଶଗ୍ରହଣ କରିଥିବା ଏମବିକେମାନଙ୍କୁ ଉତ୍ତମ ଗୁଣବତ୍ତା ସମନ୍ଧରେ ବିକ୍ରେତାମାନଙ୍କୁ ଅବଗତ କରାଯାଇଥିଲା। ଲାଞ୍ଜିଗଡ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଏସଏସଜି ଗ୍ରୁପ ଚୟନ କରାଯିବ ଓ ସେମାନେ ଏହି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କଠାରୁ କିଣି ଟିଡିସିସିକୁ ବିକ୍ରି କରିବ ବୋଲି ପ୍ରକଳ୍ପ ପ୍ରଶାସକ ବିରଞ୍ଚି ଦରୱାନ ପ୍ରକାଶ କରିଥିଲେ। ଏହି ତାଲିମ ଶିବିରରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ପ୍ରକଳ୍ପ ପରିଚାଳକ ଆଇଟିଡିଏ ଅବିନାଶ ମହାନ୍ତି, ଓପିଲିପି ପ୍ରକଳ୍ପ ପରିଚାଳକ ଲୋମ୍ବଧର ପ୍ରଧାନ, ଓଏଲଏମର ବ୍ଲକ ପରିଚାଳକ ଜଳନ୍ଦର ତାଣ୍ଡି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାମାଜିକ ଦୁରତା ରକ୍ଷାକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି

ରାଜନଗର,୧୧ା୫(ଡି.ଏନ୍‌.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ...

ସାର୍ବଜନୀନ ସ୍ଥାନରେ ପୂଜା ମନା

ପୁରୀ ଅଫିସ,୨୧।୮: ପୁରୀ ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଜିଲା...

ସରକାରଙ୍କୁ ଶ୍ରୀଜଗନ୍ନାଥ ସେନାର ପ୍ରସ୍ତାବ: କରୋନା ଭୟ ଥିଲେ ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ ଅଫିସ,୨୦।୪: ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। କରୋନାର ଭୟାବହତାକୁ ଦେଖି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି...

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଧକ୍କାଦେଲା ଟ୍ରେଲର

ଚୌଦ୍ୱାର,୨୦ା୩(ଡି.ଏନ୍‌.ଏ.): ସୋମବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ସେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି...

ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ...

ଠିକାଦାରଙ୍କ ଘରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ରାଜିଙ୍କ ସମେତ ୩ ଗିରଫ, ବୋମା ଜବତ

ବ୍ରହ୍ମପୁର ଅଫିସ,୧୮ା୬-ବ୍ରହ୍ମପୁର ବଡ଼ବଜାର ପୋଲିସ ଜଣେ ଠିକାଦାରଙ୍କ ଘର ଉପରକୁ ବୋମା ମାଡ଼ କରିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ରାଜି ଗୌଡ଼ଙ୍କ ସମେତ ୩ ଜଣଙ୍କୁ ରବିବାର...

ରାସ୍ତାକଡରେ ଆବର୍ଜନା ପଡିବାରୁ ରାସ୍ତା ଅବରୋଧ

କେନ୍ଦୁଝର,୧।୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ନରଣପୁର-ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ କେନ୍ଦୁଝର ସହରରୁ ବାହାରୁଥିବା ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ପ୍ରତିବାଦରେ...

କନିଅରଫଳ ଖାଇ ମହିଳାଙ୍କ ଆତ୍ମହତ୍ୟା

କେନ୍ଦୁଝର,୧୪।୧୨ ( ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ପଟିଲ ଗ୍ରାମର ସରସ୍ବତୀ ପଲେଇ(୪୫) ନାମ୍ନୀ ଜଣେ ମହିଳା କନିଅର ଫଳ ଖାଇବାରୁ...

Advertisement
Archives

Model This Week