ଲଘୁଚାପ୍‌ ବରଷା ଦୂର କଲା ମର୍‌ଡି ଆଶଁକା:ଜୋର୍‌ଦାର ଚାଲିଛେ ରୁଆ ବିହିଡା

ବିଜେପୁର, ୧୭।୮ (ଡି.ଏନ୍‌.ଏ.):
ଶରାବନ୍‌ ଯାଇ ଭୁଦୋ ଲାଗ୍‌ଲା। ଚଲତି ବଛର ବରଷା ପାଏନ୍‌ ଅଭାବୁ ବହୁତ ଜାଗାରେ ଚାଷ୍‌ବାସ ପଛେଇ ଯାଇଥିଲା। ହେଲେ ଶରାବନ୍‌ ଯାତେ ଯାତେ ରାଏଜ୍‌ ସାରା ବନେକରି ବରଷା ପାଏନ୍‌ ରୁକି ଦେଇ ଗଲା। ଇ ଲଘୁଚାପ୍‌ ବରଷାଟା ଚାଷୀକର ମୁହେଁ ମୁଲ୍‌କି ହଁସା ଫୁଟେଇଛେ। ଏହେଦେ ବରଗଡ଼ ଜିଲା ବିଜେପୁର ବ୍ଲକ ଅଂଚଲରେ ଯେନ୍‌ଆଡ଼େ ଦେଖ୍‌ଲେ ଝକାଝୋକ୍‌ ରୁଆ ବିହିଡାରେ ଚାଷୀ ମାତିଛନ୍‌। ଅଂଚଲର ଚାଷୀଭାଇ ବରଷା ପାଏନ୍‌କେ ଆଶ୍‌ରା କରି ଚାଷ୍‌ବାସ କରିଥିଲେ। ହେଲେ ଚଲତି ବଛର୍‌ ଜୁଲାଇ ମାସେ ୩୯୭ ମିମି ସୁଆଭାବିକ ବରଷା ଜାଗାଥି ୩୧୮ ମିମି ବରଷା ହେଇଥିଲା। ଯେନଥିର୍‌ ଲାଗି ରୁଆ ବିହିଡା କାମ୍‌ ଠିକ୍‌ ହିସାବେ ବତର୍‌ ନାଇଁ ଧରୁଥାଇ। ଗଲା ସୋମବାରରୁ ବୁଧୁବାର୍‌ ତକ୍‌ ଲଗେତ ଲଘୁଚାପ ବରଷା ଚାଷୀର ମୁହେଁ ହଁସ୍‌ ଫୁଟେଇଛେ। ତିନ୍‌ ଦିନ୍‌ ଭିତରେ ୨୧୬ ମିମି ବରଷା ହେଇଛେ। ଅଗଷ୍ଟ ୧୫ ତକ୍‌ ୨୮୪ ମିମି ବରଷା ହେଇଥିବା ସରକାରୀ ଭାବେ ଜନାପଡିଛେ। ହେଲେ ଏହେଦେ ରୁଆ କାମ୍‌ଥି ଭୁତି ଭୁତିଏର ଚିନ୍‌ତା ଚାଷୀମାନକୁ ଆଡକାଠେ ପକେଇଛେ। ଭୁତିଏରମାନେ ଭୁତି କରବାର ଜାଗାରେ ପଲ୍‌ହା ରୁଇବାର ଲାଗି ଏକର ପିଛା ମୁଲେଇ କରି କାମ୍‌ କରବାକେ ଜହ ମନ୍‌ କରୁଛନ୍‌। ଏମ. ଗଣ୍ଡାପାଲିର ଚାଷୀ ଲକ୍ଷ୍ମୀକାନ୍ତ ବିଶ୍ୱାଳ କହିଛନ୍‌ ଯେ, ଭୁତିଏର୍‌ ଅଭାବ ଲାଗି ଚଲତି ବଛର୍‌ କୁଲ ୪ ଏକର୍‌ ବାହାଲ ଜମି ରୁଆ ରଖିଛେଁ। ବରଷା ପାଏନ୍‌ ଅଭାବୁ ରୁଆ କାମ୍‌ ଅଟକି ରହିଥିଲା। ହେଲେ ଇ ଲଗେତ୍‌ ବରଷାଟା ପଲହା ରୁଆକେ ବତର୍‌ ଧରିଛେ। ସେନ୍‌ତା ବେନିଅଁାଚାଲର ଚାଷୀ ସତ୍ୟବାନ ଡନସନା କହିଛନ୍‌ ଯେ, ଲଘୁଚାପ୍‌ ବରଷା ଲାଗି ରୁଆ ବିହିଡା କାମ ଝକାଝୋକ୍‌ ଚାଲିଛେ। ହେଲେ ଭୁତିଏର୍‌ ସମସିଆ ଲାଗି ଘଁାଟିସାନି ହେଇଯିବାକେ ପଡୁଛେ। ଏକର୍‌ ପିଛା ୩ ହଜାର ଟଁକା ହିସାବେ ଭୁତିଏରମାନେ ଠିକା ନେଇ ରୁଆ କାମ୍‌ କରୁଛନ୍‌। ସୂଚନା ଅନ୍‌ସାରେ ଚଲତି ମାସର ୧୩ ତାରିଖ୍‌ରେ ବିଜେପୁର ଅଂଚଲରେ ସବୁଠାନୁ ଜହ ବରଷା ହେଇଥିବାର୍‌ ବିଭାଗ ତରଫୁ ଜନାପଡ଼ିଛେ। ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲକୁଁ ପଚରାଲାରୁ ବରଷା ପାଏନ୍‌ ଉତାରୁ ଏହେଦେ ଚାଷୀ ରୁଆ ବିହିଡାଥି ମାତିଛନ୍‌। ଆମର ବ୍ଲକରେ ୧୯, ୬୫୧ ହେକ୍ଟର ଧାନ ଚାଷ ହେଇଛେ। ଚାଷର ବତର୍‌ ଦେଖି ସାର୍‌, ଉଷୋକଷା ଦେବାକେ ଚାଷୀକୁଁ ପରାମଶ୍‌ ଦେବାକେ ଭିଏଡବ୍ଲୁମାନକୁ ନିରଦେଶ ଦିଆଯାଇଛେ। ଚାଷୀ ସୋସାଇଟିରୁ ସାର, ଉଷୋକଷା କେନ୍‌ଥେଇ ସୁବିଧାରେ ପାଏବେ ସେ ଦିଗେ ବେବସ୍‌ତା କରାଯାଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୈନିକ ସ୍କୁଲ ଭୁବନେଶ୍ୱରରେ ବଢ଼ିଲା ଛାତ୍ରବୃତ୍ତି

ଭୁବନେଶ୍ୱର, ୫।୯(ବ୍ୟୁରୋ): ସୈନିକ ସ୍କୁଲରେ ପଢୁଥିବା ଓଡ଼ିଶାର ଶିକ୍ଷାର୍ଥୀମାନଙ୍କ ପାଇଁ ସ୍କଲାରଶିପ୍‌ ସ୍କିମ୍‌ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ...

ରାଜ୍ୟରେ ସୁସ୍ଥ ହେଲେ ୨୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧- ରାଜ୍ୟରେ ସୋମବାର ୨୯୮ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୦୭ରେ ପହଞ୍ଚିଛି।...

ମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି-ଉତ୍ତରାଖଣ୍ଡ ରାସ୍ତା ମଧ୍ୟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏହି ମହିଳା...

ଜାତୀୟ ରାଜପଥ ପାଲଟିଛି ଶୁଖୁଆ ଖଳା

ଗଞ୍ଜାମ,୧୩ା୧୨(ଡି.ଏନ.ଏ.) – ଗଞ୍ଜାମ ସହର ନିକଟସ୍ଥ ଦାମୋଦରପୁର ଗ୍ରାମର ପ୍ରାୟ ସମସ୍ତ ପରିବାର ମତ୍ସ୍ୟଜୀବୀ। କେତେକ ପରିବାର ଋଷିକୁଲ୍ୟା ନଦୀରେ ମାଛ ମାରି ଜୀବିକା ନିର୍ବାହ...

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି।...

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କ ଗଳା କାଟି ହତ୍ୟା

ବରଗଡ଼ ଅଫିସ,୨୯।୯: ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ...

ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରଜ

ଖୋର୍ଦ୍ଧା ଅଫିସ,୩୧ା୩: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନକୁ ଖାରଜ ହୋଇଯାଇଛି। ଏହି ଆବେଦନକୁ ବାଣପୁର ଆସିଷ୍ଟାଣ୍ଟ ସେସନ ଜଜ୍‌ ଖାରଜ କରିଦେଇଛନ୍ତି। ଲୋକ...

ବିଲୋପ ପଥେ ହାତୀ: ୧୦ ବର୍ଷରେ ୭୮୪ ମୃତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା ହାତୀଙ୍କ ଜୀବନ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ହାତୀ- ମଣିଷ ଲଢ଼େଇରେ ଏହି ବୃହତ୍‌ ପ୍ରାଣୀ ବଂଶ...

Advertisement
Archives

Model This Week