ଲଘୁଚାପ୍‌ ବରଷା ଦୂର କଲା ମର୍‌ଡି ଆଶଁକା:ଜୋର୍‌ଦାର ଚାଲିଛେ ରୁଆ ବିହିଡା

ବିଜେପୁର, ୧୭।୮ (ଡି.ଏନ୍‌.ଏ.):
ଶରାବନ୍‌ ଯାଇ ଭୁଦୋ ଲାଗ୍‌ଲା। ଚଲତି ବଛର ବରଷା ପାଏନ୍‌ ଅଭାବୁ ବହୁତ ଜାଗାରେ ଚାଷ୍‌ବାସ ପଛେଇ ଯାଇଥିଲା। ହେଲେ ଶରାବନ୍‌ ଯାତେ ଯାତେ ରାଏଜ୍‌ ସାରା ବନେକରି ବରଷା ପାଏନ୍‌ ରୁକି ଦେଇ ଗଲା। ଇ ଲଘୁଚାପ୍‌ ବରଷାଟା ଚାଷୀକର ମୁହେଁ ମୁଲ୍‌କି ହଁସା ଫୁଟେଇଛେ। ଏହେଦେ ବରଗଡ଼ ଜିଲା ବିଜେପୁର ବ୍ଲକ ଅଂଚଲରେ ଯେନ୍‌ଆଡ଼େ ଦେଖ୍‌ଲେ ଝକାଝୋକ୍‌ ରୁଆ ବିହିଡାରେ ଚାଷୀ ମାତିଛନ୍‌। ଅଂଚଲର ଚାଷୀଭାଇ ବରଷା ପାଏନ୍‌କେ ଆଶ୍‌ରା କରି ଚାଷ୍‌ବାସ କରିଥିଲେ। ହେଲେ ଚଲତି ବଛର୍‌ ଜୁଲାଇ ମାସେ ୩୯୭ ମିମି ସୁଆଭାବିକ ବରଷା ଜାଗାଥି ୩୧୮ ମିମି ବରଷା ହେଇଥିଲା। ଯେନଥିର୍‌ ଲାଗି ରୁଆ ବିହିଡା କାମ୍‌ ଠିକ୍‌ ହିସାବେ ବତର୍‌ ନାଇଁ ଧରୁଥାଇ। ଗଲା ସୋମବାରରୁ ବୁଧୁବାର୍‌ ତକ୍‌ ଲଗେତ ଲଘୁଚାପ ବରଷା ଚାଷୀର ମୁହେଁ ହଁସ୍‌ ଫୁଟେଇଛେ। ତିନ୍‌ ଦିନ୍‌ ଭିତରେ ୨୧୬ ମିମି ବରଷା ହେଇଛେ। ଅଗଷ୍ଟ ୧୫ ତକ୍‌ ୨୮୪ ମିମି ବରଷା ହେଇଥିବା ସରକାରୀ ଭାବେ ଜନାପଡିଛେ। ହେଲେ ଏହେଦେ ରୁଆ କାମ୍‌ଥି ଭୁତି ଭୁତିଏର ଚିନ୍‌ତା ଚାଷୀମାନକୁ ଆଡକାଠେ ପକେଇଛେ। ଭୁତିଏରମାନେ ଭୁତି କରବାର ଜାଗାରେ ପଲ୍‌ହା ରୁଇବାର ଲାଗି ଏକର ପିଛା ମୁଲେଇ କରି କାମ୍‌ କରବାକେ ଜହ ମନ୍‌ କରୁଛନ୍‌। ଏମ. ଗଣ୍ଡାପାଲିର ଚାଷୀ ଲକ୍ଷ୍ମୀକାନ୍ତ ବିଶ୍ୱାଳ କହିଛନ୍‌ ଯେ, ଭୁତିଏର୍‌ ଅଭାବ ଲାଗି ଚଲତି ବଛର୍‌ କୁଲ ୪ ଏକର୍‌ ବାହାଲ ଜମି ରୁଆ ରଖିଛେଁ। ବରଷା ପାଏନ୍‌ ଅଭାବୁ ରୁଆ କାମ୍‌ ଅଟକି ରହିଥିଲା। ହେଲେ ଇ ଲଗେତ୍‌ ବରଷାଟା ପଲହା ରୁଆକେ ବତର୍‌ ଧରିଛେ। ସେନ୍‌ତା ବେନିଅଁାଚାଲର ଚାଷୀ ସତ୍ୟବାନ ଡନସନା କହିଛନ୍‌ ଯେ, ଲଘୁଚାପ୍‌ ବରଷା ଲାଗି ରୁଆ ବିହିଡା କାମ ଝକାଝୋକ୍‌ ଚାଲିଛେ। ହେଲେ ଭୁତିଏର୍‌ ସମସିଆ ଲାଗି ଘଁାଟିସାନି ହେଇଯିବାକେ ପଡୁଛେ। ଏକର୍‌ ପିଛା ୩ ହଜାର ଟଁକା ହିସାବେ ଭୁତିଏରମାନେ ଠିକା ନେଇ ରୁଆ କାମ୍‌ କରୁଛନ୍‌। ସୂଚନା ଅନ୍‌ସାରେ ଚଲତି ମାସର ୧୩ ତାରିଖ୍‌ରେ ବିଜେପୁର ଅଂଚଲରେ ସବୁଠାନୁ ଜହ ବରଷା ହେଇଥିବାର୍‌ ବିଭାଗ ତରଫୁ ଜନାପଡ଼ିଛେ। ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲକୁଁ ପଚରାଲାରୁ ବରଷା ପାଏନ୍‌ ଉତାରୁ ଏହେଦେ ଚାଷୀ ରୁଆ ବିହିଡାଥି ମାତିଛନ୍‌। ଆମର ବ୍ଲକରେ ୧୯, ୬୫୧ ହେକ୍ଟର ଧାନ ଚାଷ ହେଇଛେ। ଚାଷର ବତର୍‌ ଦେଖି ସାର୍‌, ଉଷୋକଷା ଦେବାକେ ଚାଷୀକୁଁ ପରାମଶ୍‌ ଦେବାକେ ଭିଏଡବ୍ଲୁମାନକୁ ନିରଦେଶ ଦିଆଯାଇଛେ। ଚାଷୀ ସୋସାଇଟିରୁ ସାର, ଉଷୋକଷା କେନ୍‌ଥେଇ ସୁବିଧାରେ ପାଏବେ ସେ ଦିଗେ ବେବସ୍‌ତା କରାଯାଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି…

ଗ୍ରୀନ୍‌ ବିଲ୍ଡିଂରେ ୨୪% ପର୍ଯ୍ୟନ୍ତ ଖର୍ଚ୍ଚ ସଞ୍ଚୟ ସମ୍ଭବ

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା କେବଳ ଯେ ପରିବେଶକୁ ସୁସ୍ଥ ଓ ସବୁଜ ରଖାଯାଇପାରିବ ତାହା ନୁହେଁ, ପରିବାରର ଖର୍ଚ୍ଚ…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri