ଲକ୍‌ଡାଉନ: ଅସହାୟଙ୍କ ପାଇଁ ଅଭିଶାପ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ବଳବତ୍ତର ରହିଛି। ରାଜ୍ୟ ତଥା ବାହାର ରାଜ୍ୟର ପ୍ରାୟ ୪୭ହଜାର ଅତିଥି ଶ୍ରମଜୀବୀ ଏବଂ ଅସହାୟଙ୍କୁ ବିଭିନ୍ନ ଜିଲାର ୧୭୬୫ ଶିବିରରେ ରଖାଯାଇଛି। ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି। ବିଶେଷକରି ଭୁବନେଶ୍ୱରରେ ଅସହାୟ ଏବଂ ବାହାର ରାଜ୍ୟ ଶ୍ରମିକଙ୍କ ସଂଖ୍ୟା ଅଧିକ ରହିଛି। ହେଲେ ସାମାଜିକ ଦୂରତା ଠିକ୍‌ଭାବେ ପାଳନ ହୋଇପାରୁ ନ ଥିବାରୁ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ମହାରାଷ୍ଟ୍ର, ଦିଲ୍ଲୀ, କଲିକତା, ଆନ୍ଧ୍ରପ୍ରଦେଶ ଏବଂ ଅନେକ ସ୍ଥାନର ଅନେକ ଠିକା ଶ୍ରମିକ ଓ ଯାତ୍ରୀ ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନ ରେଲଓ୍ବେ ଷ୍ଟେଶନ, ବରମୁଣ୍ଡା ଓଭରବ୍ରିଜଠାରୁ ରସୁଲଗଡ ଓଭରବ୍ରିଜ ତଳିଆ ସ୍ଥାନ, ସାଲିଆ ସାହି ସମେତ ରାଜଧାନୀର ଅନେକ ବସ୍ତି ଓ ନିର୍ମାଣାଧୀନ କୋଠାରେ ଏମାନେ ମୁଣ୍ଡ ଗୁଞ୍ଜିଛନ୍ତି। ଲକଡାଉନ ଏମାନଙ୍କ ପାଇଁ ଅଭିଶାପ ପାଲଟିଛି। ଟ୍ରେନ୍‌ ଓ ବସ୍‌ ବନ୍ଦ ହୋଇଯିବା ପରେ ଅନେକ ଯାତ୍ରୀ ଏବଂ ଠିକାଶ୍ରମିକଙ୍କ ପାଇଁ ଘରକୁ ଫେରିବା ସ୍ବପ୍ନ ହୋଇଯାଇଛି। ହୋଟେଲ ବଜାର ବନ୍ଦ ରହିଥିବାରୁ ସରକାରଙ୍କ ସହଯୋଗ ଏମାନଙ୍କ ଏକମାତ୍ର ସାହାରା।
ସମସ୍ୟା ବଢ଼ାଇଛି ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ
ଲକ୍‌ଡାଉନର ଆରମ୍ଭ ଦିନରେ ଭୁବନେଶ୍ୱରରେ ରହୁଥିବା ଅସହାୟଙ୍କୁ ଅନେକ ସ୍ବେଚ୍ଛାସେବୀ ଓ ପୋଲିସ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ସଂକ୍ରମଣ ଆଶଙ୍କାରୁ ସ୍ବେଚ୍ଛାସେବୀମାନଙ୍କୁ ଖାଦ୍ୟ ବିତରଣ କରିବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଥିଲା।
ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରର କର୍ମଚାରୀଙ୍କ ସୂଚନା ମୁତାବକ ପ୍ରାରମ୍ଭିକ ଦିନରେ ଏଠାରେ ୫୦ରୁ ୧୦୦ ଜଣଙ୍କୁ ଖାଦ୍ୟ ଦିଆଯାଉଥିଲା। ମାତ୍ର ୩ରୁ ୪ଦିନ ପରେ ଏଠାରେ ୩୦୦ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଗଲା। ଏବେ ପ୍ରତିଦିନ ମଧ୍ୟାହ୍ନରେ ଓ ରାତିରେ ୩୦୦ଲୋକଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି। ମାତ୍ର ଲୋକମାନେ ଖାଦ୍ୟ ନେବାବେଳେ ଭିଡ ଜମାଇବାରୁ ସାମାଜିକ ଦୂରତା ଠିକ୍‌ଭାବେ ଅନୁପାଳନ ହୋଇପାରୁ ନାହିଁ। ତଥାପି ଏହାକୁ ଗୁରୁତ୍ୱ ଦିଆଯାଇ ପୋଲିସ ଉପସ୍ଥିତିରେ ଖାଦ୍ୟ ବଣ୍ଟନ କରାଯାଉଛି। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଅସହାୟମାନେ ସେଠାରେ ସଙ୍ଗରୋଧ ନିୟମକୁ ଫୁ କରି ଦେଇ ଏକାଠି ତାସ ଖେଳିବା ସହ ଅନେକ ମଉଜ କରୁଛନ୍ତି। ଗତ ୨୨ ଓ ୨୪ ତାରିଖଠାରୁ ଏଠାରେ ସମସ୍ତ ଲୋକ ଫସି ରହିଛନ୍ତି। ଯଦି ସେମାନଙ୍କ ଭିତରୁ କେହି ସଂକ୍ରମିତ ହୋଇଥାନ୍ତି ତେବେ ସମସ୍ତ ଲୋକ ସଂକ୍ରମଣ ହେବାରେ ଡେରି ହେବନି। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏନେଇ ବିଏମ୍‌ସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି ଯେ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ରାଶନ ଯୋଗାଇ ଦିଆଯାଉଛି। ସମସ୍ତ ସ୍ଥାନରେ ଭ୍ରାମ୍ୟମାଣ ଗାଡି ପହଞ୍ଚତ୍ ଖାଦ୍ୟ ଦେଉଥିବାରୁ କିଛି ସ୍ଥାନରେ ସାମାନ୍ୟ ବିଳମ୍ବ ହେଉଛି। ରେଲଓ୍ବେ ଷ୍ଟେଶନ ଅଞ୍ଚଳ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ଫସି ରହିଥିବା ଲୋକଙ୍କ ଥଇଥାନ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଖୁବ ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି, ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ

କାକଟପୁର,୧୧।୯(ଡି.ଏନ୍‌.ଏ.): ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ କାକଟପୁର...

ବାତ୍ୟା ଅମ୍ଫନ: ଜଗତ୍‌ସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ରହିବ, ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟାଯାଏ ସତର୍କ

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ବାତ୍ୟା ଅମ୍ଫନ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବର୍ଷା ବଢ଼ୁଥିବା ବେଳେ ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା...

ଠିକ୍‌ରେ ପିପିଇ ନ ପିନ୍ଧିଲେ ସଂକ୍ରମଣ ଆଶଙ୍କା ଅଧିକ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ହସ୍ପିଟାଲ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟୁଛି। ଦିନକୁ ଦିନ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ସଂକ୍ରମଣର ଶିକାର ହେଉଥିବାରୁ ଆଗାମୀ ଦିନରେ...

ଅଧ୍ୟକ୍ଷ ପଦ ପାଇଁ ଜୋରଦାର କସରତ

ଜଗତ୍‌ସିଂହପୁର ଅଫିସ, ୧୨ା୩: ଆଗାମୀ ପୌର ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର ଚାଲିଛି। ଏଥିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ, ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି।...

ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ: ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଛି ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୪ା୬: କରୋନା ସଂକ୍ରମକୁ ଦୃଷ୍ଟିରେରଖି ପ୍ରଥମେ ରଥଯାତ୍ରାକୁ ଅନୁମତି ଦେଇ ନ ଥିଲେ ସୁପ୍ରିମ୍‌କୋର୍ଟ । ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଥିଲା...

ଧାନ ବିକ୍ରି କରିପାରୁନି ଚାଷୀ: ସମବାୟ ସମିତି ସମ୍ମୁଖରେ ଧାରଣା

ଓପଦା, ୧୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତର ତଳକିଆ ସେବା ସମବାୟ ସମିତି ସରକାରୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବା...

ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।...

ଶଟ୍‌ଡାଉନ୍‌ରେ ରାଜଧାନୀବାସୀଙ୍କ ପାଇଁ ଆମିଷର ‘ହୋମ୍‌ ଡେଲିଭରି’: ଚିଲିକା ଫ୍ରେସ, ଓପୋଲ୍‌ଫେଡ୍‌ ଜାରି କଲା ମୋବାଇଲ୍‌ ନଂ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ୩୦ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି...

Advertisement
Archives

Model This Week