ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀ ସଂଘ ଆଲୋଚନା କରି ପାଇକାରୀ ଓ ଖୁଚୁରା ଦର ନିର୍ଦ୍ଧାରଣ କରିଛନ୍ତି। କୌଣସି ବେପାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ଆସିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଶିତାଂଶୁ ରାଉତ କହିଛନ୍ତି।

ଜିଲାପାଳ କହିଛନ୍ତି, କୌଣସି ବେପାରୀ ଅଧିକ ଦରରେ ସାମଗ୍ରୀ ବିକ୍ରି କଲେ, ଖାଉଟୀ ମାନେ ସମ୍ପୃକ୍ତ ଥାନା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯୋଗାଣ ନୀରିକ୍ଷକ ଓ ଅଥବା ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ସହକାରୀ ଯୋଗାଣ ଅଧିକାରୀ ଅଜୟ କୁମାର ରଥ କୁହନ୍ତି ନିର୍ଦ୍ଧାରିତ ଦର ଉପରେ ନଜର ରଖିବା ଲାଗି ସମସ୍ତ ବ୍ଲକ ଯୋଗାଣୀ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁଚୁରା ବଜାର ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି ବୋଲି ରଥ କହିଛନ୍ତି।

ନିର୍ଦ୍ଧାରିତ ଦର ତାଲିକା ମଧ୍ୟରେ ହରଡ ଡାଲି ପାଇକାରୀ (ଶହେ କ୍ରି.ଗ୍ରା ପିଛା)ଦର ୮୮ଶହ ଟଙ୍କା ରହିଥିବା ବେଳେ ଖୁଚୁରା ଦର କେଜି ପିଛା୯୨ଟଙ୍କାରେ ବିକ୍ରି କରିବେ। ସେହିପରି ମୁଗ ଡାଲି ପାଇକାରୀ ଦର ୧ହଜାର ଏବଂ ଖୁଚୁରା ଦର କେଜି ପିଛା ୧୦୫, ବୁଟ ଡାଲି ପାଇକାରୀ ୬୪ ଶହ ଓ କେଜି ପିଛା ୬୮, ବିରି ଡାଲି ପାଇକାରୀ ୯୨ଶହ ଓ କେଜି ପିଛା ୯୬ଟଙ୍କା, ଅଟା ପାଇକାରୀ ଦର୨୭୫୦ ରହିଥିବା ବେଳେ ଖୁଚୁରାରେ କେଜି ପିଛା ୩୨ଟଙ୍କାରେ ବିକ୍ରି ହେବ। ସେହିପରି ମଇଦା ପାଇକାରୀ ୨୮ଶହ ଓ କେଜି ପିଛା ୩୩ଟଙ୍କା ରହିଛି। ସୁଜି ପାଇକାରୀ ୨୯ ଶହ ଓ ଖୁଚୁରାରେ କେଜି ପିଛା ୩୩ ଟଙ୍କା, ଆଳୁ ପାଇକାରୀ ୧୫ଶହ ଓ ଖୁଚୁରାରେ କେଜି ପିଛା ୧୯ଟଙ୍କା, ପିଆଜ ପାଇକାରୀ ୨୪ଶହ ଟଙ୍କା ରହିଥିବା ବେଳେ ଖୁଚୁରାରେ କେଜି ପିଛା ୨୯ ଟଙ୍କା, ଚୁଡା ପାଇକାରୀ ୨୬ଟଙ୍କା ଓ ଖୁଚୁରାରେ କେଜି ପିଛା ୩୦ଟଙ୍କା, ଚିନି ପାଇକାରୀ ୩୮୫୦ ଓ ଖୁଚୁରାରେ କେଜି ପିଛା ୪୨ଟଙ୍କା ଏବଂ ସୋରିଷ ତେଲ ପାଇକାରୀ ଦର ଲିଟର ପାଉଚ ୧୧୨ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଖୁଚୁରାରେ ଲିଟର ପିଛା ୧୧୭ ଏବଂ ପାମ ଅଏଲ ଲିଟର ପିଛା ୮୧ ଓ ଖୁଚୁରାରେ ଲିଟର ପିଛା ୮୫ଟଙ୍କାରେ ବିକ୍ରି ଲାଗି ଦର ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମରାଇଙ୍କ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ...

ବାଇକ୍‌ ଧକ୍କାରେ ଜଣଙ୍କ ଜୀବନ ଗଲା, ୨ ଗୁରୁତର

କୋକସରା,୩୧।୧: କଳାହାଣ୍ଡି ଜିଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା-ଟେମରା ରାସ୍ତା ମଝିରେ ଥିବା ଏକ ବୁଲାଣି ନିକଟରେ ରବିବାର ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।...

କ୍ରିକେଟ ପାଇଁ ଲାଗୁଛି ବାଜି

ଗଞ୍ଜାମ,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କ୍ରିକେଟ ପାଇଁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ଏହି ବାଜିର ମାଷ୍ଟରମାଇଣ୍ଡ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ବାଜି ଲଗାଇ ହାରୁଥିବା...

ସମୁଦ୍ରରେ ବୁଡ଼ି ଛାତ୍ର ମୃତ

ଗୋପ, ୧୬।୬(ଡି.ଏନ୍‌.ଏ.)-ସାଙ୍ଗ ସାଥୀଙ୍କ ସହ ରଜ ସଂକ୍ରାନ୍ତିରେ କୋଣାର୍କ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରଙ୍କର ରବିବାର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ...

ଆସନ୍ତା ୨୫ରୁ ଗଡ଼ିବ କଟକ-ପାରାଦୀପ ମେମୁ ଟ୍ରେନ୍‌

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ ଯାତାୟାତ କରିବ। ପ୍ରତି ଦିନ କଟକରୁ ଦିନ ୧୧ଟା...

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା। ସେ ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ...

ଦଶାହ ଭୋଜି ଖାଇ ୭ ଗୁରୁତର, ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାହାନଗା, ୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଓପଦା ବ୍ଲକ ନରସିଂହପୁର ପଞ୍ଚାୟତର ବାହିଗଢିଆ ଗ୍ରାମରେ ଶନିବାର ରାତିରେ ଦଶାହ ଭୋଜି ଖାଇ କେତେକ ଲୋକ ଝାଡା ବାନ୍ତିରେ...

ଓଏସ୍‌ଏମ୍‌ଇ ହଷ୍ଟେଲରେ ରାଗିଂ ଘଟଣାର ହେଲା କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ଖଣ୍ଡାଧାର ହଷ୍ଟେଲରେ ତୃତୀୟ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିଲେ।...

Advertisement
Archives

Model This Week