Posted inଜାତୀୟ

ଲକ୍‌ଡାଉନ୍‌ ବଦଳାଇଛି ପାଠକୀୟ ରୁଚି

ନୂଆଦିଲ୍ଲୀ, ୧୭।୫(ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ରୋକିବା ଲାଗି ଭାରତରେ ଲାଗୁ ହୋଇଥିବା ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଶେଷ ସୋପାନରେ ଉପନୀତ। ସଦ୍ୟ ତଥ୍ୟ କହେ ଲୋକଙ୍କ ପାଠକୀୟ ଢାଞ୍ଚାକୁ ଲକ୍‌ଡାଉନ୍‌ କିଭଳି ପ୍ରଭାବିତ କରିଛି। ଘରେ ପ୍ରାୟ ଦୁଇ ମାସ ରହିବା ଭିତରେ ଟେଲିଭିଜନ, ରେଡିଓ ଏବଂ ଇଣ୍ଟରନେଟ୍‌ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ପାଠକୀୟ ଆବେଗିକତା ଅନେକଙ୍କୁ ଜ୍ଞାନ ଅର୍ଜନ କରିବା ଲାଗି ସମୟ ଜୁଟାଇ ଦେଇଛି। ପୁଣି ସାହିତ୍ୟ, କଳା କିମ୍ବା ଆମୋଦଦାୟକ ପୁସ୍ତକ ପଠନରେ ପଢ଼ା ସୀମିତ ରହିନାହିଁ। ବରଂ ଲୋକଙ୍କ ପସନ୍ଦ ବିବିଧ ଦିଗକୁ ବିସ୍ତାରିତ ହୋଇଛି। ଅଟୋମେଟିଭ୍‌ ବା ଗାଡ଼ିମୋଟର ସମ୍ବନ୍ଧୀୟ, ଗୃହଋଣ, ଭିଡିଓ କନ୍‌ଫରେନ୍ସ ସଂକ୍ରାନ୍ତ ନିରାପତ୍ତା ଏବଂ ଘରେ ରହି ଅନ୍‌ଲାଇନ୍‌ରେ ଛାତ୍ରଙ୍କ ପଢ଼ା ଏକ ଭିନ୍ନ ସ୍ବାଦ ଆଣିଛି ବୋଲି ଡିସ୍‌କଭରୀ ପ୍ଲାଟଫର୍ମ ଟାବୋଲା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
କରୋନା ପରିସ୍ଥିତି ଯୋଗୁ ଦେଶର ଆର୍ଥିକ ଅବସ୍ଥା ଦୋହଲି ଯାଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲକ୍‌ଡାଉନରେ ରହିବା ଭିତରେ ସେମାନେ ସ୍ବାସ୍ଥ୍ୟ ବୀମା ଓ ବ୍ୟାଙ୍କ ଋଣ ସମ୍ବନ୍ଧରେ ପ୍ରକାଶ ପାଉଥିବା ଲେଖାକୁ ପଢ଼ିବାରେ ଲାଗିଛନ୍ତି। ଅବସର ମିଳିଥିବାରୁ ଅନ୍‌ଲାଇନ୍‌ ଶପିଂ ସେମାନଙ୍କୁ ସୁଯୋଗ ଦେଇଛି। କେଉଁ ବ୍ରାଣ୍ଡ୍‌ କେତେ ଭଲ, କେଉଁ ସେବା ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ଏବଂ ନିଜ ପର୍ସକୁ ସୁହାଇଲା ଭଳି ହୋଇପାରୁଛି, ତାହା ଜାଣିବା ପାଇଁ ଆଗ୍ରହ ବଢ଼ିବାରୁ ସେହି ସମ୍ବନ୍ଧୀୟ ବିଷୟ ଯୋଗାଉଥିବା ସାଇଟ୍‌ରେ ଭିଡ଼ ପରିଲକ୍ଷିତ ହୋଇଛି।
କୌତୂହଳର ବିଷୟ ଯେ, ପଇସାର ଅଭାବ ଦେଖାଦେଇଥିଲେ ହେଁ ଲୋକେ ନୂଆ କାର୍‌ ମଡେଲ ବିଷୟରେ ଜାଣିବାକୁ ଆଗ୍ରହ ରଖୁଛନ୍ତି। ସେମାନେ ତାହା କିଣିପାରିବେ କି ନାହିଁ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ସେହିଭଳି ଭିଡିଓ କନଫରେନ୍ସ କରିବାରେ ପ୍ରସ୍ତୁତ ଆପ୍‌ଗୁଡ଼ିକ କେତେ ସୁରକ୍ଷିତ, ସେ ସଂକ୍ରାନ୍ତ ପ୍ରସଙ୍ଗ ଜାଣିବାର ଆଗ୍ରହ ୧୬୧ ପ୍ରତିଶତ ବଢିଯାଇଛି। ଅନୁରୂପ ଭାବେ ଦେଶବ୍ୟାପୀ ତାଲାବନ୍ଦ ରହିଥିବା ବେଳେ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନକୁ ଯାଇପାରୁ ନ ଥିବାରୁ ଅନ୍‌ଲାଇନ୍‌ ପଢ଼ା ୩୮ ପ୍ରତିଶତ ବୃଦ୍ଧି ପାଇଛି।
ଆୟକର ଦାଖଲ ସମୟ ସୀମା ବୃଦ୍ଧି ପାଇଥିବାରୁ ଏ ସମ୍ବନ୍ଧରେ କେଉଁ ପ୍ରକାରର ପରିବର୍ତ୍ତନ ଦେଖାଦେଉଛି, ସେ ବିଷୟରେ ଜାଣିବା ଲାଗି କରଦାତାଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ଆୟକର ସମ୍ପର୍କିତ ଲେଖାକୁ ଜାଣିବା ଲାଗି ୨.୬ ମିଲିୟନ ଲୋକ ସେହି ପେଜ୍‌କୁ ବାରମ୍ବାର ଦେଖିଥିବା ଟାବୋଲା ନେଟ୍‌ଓ୍ବର୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ଲୋକଙ୍କ ପାଇଁ ଆର୍ଥିକ ଦିଗ ଚିନ୍ତାର ବିଷୟ ହୋଇଥିବାରୁ ଋଣ ସମ୍ବନ୍ଧୀୟ ଲେଖା ଥିବା ପେଜ୍‌କୁ ୧.୨ ମିଲିୟନ ଲୋକ ଦେଖିସାରିଛନ୍ତି। ଗୃହଋଣ, ବ୍ୟକ୍ତିଗତ ଋଣ ଏବଂ ବ୍ୟବସାୟିକ ଋଣ ସଂକ୍ରାନ୍ତ ଖବର ଜାଣିବା ଲାଗି ଉଦ୍ଦିଷ୍ଟ ପେଜ୍‌କୁ ପୂର୍ବାପେକ୍ଷା ଚଳିତ ମାସ ୨୯୧ ପ୍ରତିଶତ ଅଧିକ ସଂଖ୍ୟାରେ ଲୋକ ଦେଖିଥିବାରୁ ପେଜଭ୍ୟୁ ଟ୍ରାଫିକ ଯଥେଷ୍ଟ ବଢିଯାଇଛି।
ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଜାଣିବା ଲାଗି ଆପ୍‌ଲ ଆଇଫୋନ୍‌ର ଲେଖା ପଢ଼ିବା ଲାଗି ୨୫ ପ୍ରତିଶତ ଟ୍ରାଫିକ୍‌ ବଢି ୮.୩ ମିଲିୟନ ପେଜ୍‌ ଭ୍ୟୁ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ବିଷୟରେ ଜାଣିବା ସକାଶେ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି। ହଳଦୀକୁ ଖାଇବା ଓ ଦେହରେ ଲଗାଇବା ନେଇ ଥିବା ଉପାଦେୟ ଲେଖା ପଢିବାରେ ପୂର୍ବାପେକ୍ଷା ୩୯ ପ୍ରତିଶତ ଅଧିକ ଆଗ୍ରହ ଦେଖାଇଛନ୍ତି। ଏଥିରେ ୫.୬ ମିଲିୟନ ପେଜ୍‌ ଭ୍ୟୁ ହୋଇଥିବା ଟାବୋଲା ନେଟଓ୍ବର୍କିଂ ରେକର୍ଡ କରିଛି।
କୋଭିଡ୍‌-୧୯ଜନିତ ଲକ୍‌ଡାଉନ୍‌ ବେଳେ ଲୋକଙ୍କ ପଢ଼ାର ପସନ୍ଦ ଓ ଅଭ୍ୟାସରେ ଦେଖାଦେଇଥିବା ପରିବର୍ତ୍ତନ ବିଭିନ୍ନ କମ୍ପାନୀର ବ୍ରାଣ୍ଡ୍‌ ଷ୍ଟ୍ରାଟେଜି ଓ ବିଜ୍ଞାପନଦାତାଙ୍କ ଭବିଷ୍ୟତ ଯୋଜନାକୁ ନିୟନ୍ତ୍ରିତ କରିବ ବୋଲି ଏହି ତଥ୍ୟରୁ ଜଣାପଡିଛି। ଫଳରେ ସେମାନେ ମହାମାରୀ ପରବର୍ତ୍ତୀ ସମୟରେ ଏହି ତଥ୍ୟକୁ ଆଧାର କରି ସେମାନଙ୍କ ଆଗାମୀ ଯୋଜନା ସ୍ଥିର କରିବାର ଏହା ସୁଯୋଗ ଦେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?