ଲକ୍‌ଡାଉନ୍‌ରେ ଜୀବିକା: ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର,୧୧। ୬ (ସ୍ବ.ପ୍ର.)-ଜୀବନ ଜୀବିକାକୁ ଲକ୍‌ କରିଦେଇଛି କରୋନା ଲକ୍‌ଡାଉନ। ଏହି ଲକ୍‌ଡାଉନରେ ଜୀବିକା ହରାଇଛନ୍ତି ଘଟଗାଁ ବ୍ଲକ ବାଟହରିଚନ୍ଦନପୁର(ବଳଭଦ୍ରପୁର)ର ଟେରାକୋଟା କାରିଗର। ନିର୍ଜୀବ ମାଟିର କଣ୍ଢେଇରେ ରଙ୍ଗର ଆସ୍ତରଣ ଦେଇ ଜୀବନ୍ତ କରି ସମସ୍ତଙ୍କୁ ଲୋଭିତ କରି ଆସୁଥିବା ଏହି ଟେରାକୋଟା କାରିଗର ଲକ୍‌ଡାଉନ ପାଇଁ ହାତବାନ୍ଧି ଆର୍ଥିକ ଅନଟନରେ ସହାୟତା ଅପେକ୍ଷାରେ ବସିଛନ୍ତି। ଟେରାକୋଟା କାରିଗରି ପାଇଁ ଏହି ଗ୍ରାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ଯାତାୟାତ ଉପରେ କଟକଣା ଲାଗିବା ଫଳରେ ଏହି ବ୍ୟବସାୟ ଠପ୍‌ ହୋଇଯାଇଛି। ଫଳରେ ଏହି କୌଳିକ ବୃତ୍ତିକୁ ଧରି ଘର ପରିବାର ଚଳାଇଆସୁଥିବା ଶତାଧିକ ପରିବାର ସେମାନଙ୍କ ପ୍ରସ୍ତୁତ ଟେରାକୋଟା ସାମଗ୍ରୀ ବିକି ନ ପାରି ଆର୍ଥିକ ସଙ୍କଟରେ ରହୁଛନ୍ତି।
ଜାତୀୟ ରାଜପଥ ୨୦ କଡ଼ରେ ବିଭିନ୍ନ ପ୍ରକାରର ଟେରାକୋଟା ସାମଗ୍ରୀର ପସରା ମେଲାଇ ଆକର୍ଷିତ କରୁଥିବା ଏହି ଗ୍ରାମ କରୋନା ପାଇଁ ଦୁଇ ମାସ ହେଲେ ଖାଁ ଖାଁ ହୋଇ ରହିଛି। ବିଶେଷ କରି ଏହି ରାସ୍ତାରେ କେନ୍ଦୁଝର ଜିଲାର ଜିଲା ମୁଖ୍ୟାଳୟ ତଥା ଯୋଡା, ବଡବିଲ ଆଦି ଖଣିଖାଦାନ ଅଞ୍ଚଳକୁ ଆସୁଥିବା ଲୋକଙ୍କ ପାଇଁ ଏହି ବ୍ୟବସାୟ ଚାଲିଆସୁଥିଲା। ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଆସୁଥିବା ଭକ୍ତ ଓ ସୀତାବିଞ୍ଜ, ବାରହାଟିପୁରା, ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ ଆଦି ସ୍ଥାନୀୟ ତଥା ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକ, ଭିଆଇପିଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା। ସେମାନେ ଆଗ୍ରହର ସହ ମାଟିର ଏହି ସାମଗ୍ରୀ କିଣି ନେଇଥାନ୍ତି । ମା’ତାରିଣୀଙ୍କଠାରେ ପୂଜାପାଇ ଆସୁଥିବା ମାଟି ଘୋଡା ଓ ଦୀପ ଆଦି ମନ୍ଦିର ବନ୍ଦ ଯୋଗୁ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି । ସେହିପରି ବିଭିନ୍ନ ସ୍ଥାନକୁ ପଠାଇ ବା ମେଳାମହୋତ୍ସବ ଆଦିକୁ ଯାଇ ଏସବୁ ବିକି ଦୁଇପଇସା ପାଇଥାନ୍ତି। ତେବେ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ସାମଗ୍ରୀ ବିକ୍ରି ହୋଇ ନ ପାରି ପଡ଼ିରହିଛି। ଲକ୍‌ଡାଉନ ପାଇଁ ସେମାନଙ୍କ ପରିସ୍ଥିତି ଖରାପ ହୋଇଯାଇଛି। ବାହାରକୁ ଯାଇ ପାରୁନାହାନ୍ତି କିମ୍ବା ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବିକ୍ରି କରିପାରୁ ନାହାନ୍ତି ବୋଲି ଟେରାକୋଟା ଶିଳ୍ପୀମାନେ କହିଛନ୍ତି। କାରିଗର ଓ ସେମାନଙ୍କ ପରିବାର ହାତବାନ୍ଧି ବସିଛନ୍ତି। ଆର୍ଥିକ ସହାୟତା ମିଳିଲେ ଘର ପରିବାର ଚଳିପାରନ୍ତା ବୋଲି କାରିଗରମାନେ କହିଛନ୍ତି।
ସେହିପରି ଚୈତ୍ର ଓ ବୈଶାଖ ମାସରେ ଶାଳପୂଜା, ଗ୍ରାମଦେବୀ ପୂଜା, ପାଟୁଆ ଯାତ୍ରା, ଉଡ଼ାପର୍ବ, ଚଇତି ପର୍ବ ଆଦି ଉତ୍ସବରେ ମାଟିଘୋଡା, ଦୀପ ଆଦି ପୂଜାରେ ଲାଗିଥାଏ ବୋଲି ସ୍ଥାନୀୟ କାରିଗରମାନେ କୁହନ୍ତି। ସେସବୁ କରୋନା କଟକଣା ପାଇଁ ବନ୍ଦ ରହିଛି। କୌଣସି ସହାୟତା ମଧ୍ୟ ନାହିଁ। ତେବେ ସେମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ବିଡିଓ ନାରାୟଣ ସାହୁ କହିଛନ୍ତି । ଜିଲାର ଘଟଗାଁ ବ୍ଲକ ବାଟହରିଚନ୍ଦନପୁର, ହଳଧରପୁର, ପାଟଣା ବ୍ଲକର ମଲ୍ଲିପଶି, ଝୁମ୍ପୁରା ବ୍ଲକ ଟୁକୁଡିହା, ସଦର ବ୍ଲକ ଟିକଟପଡା ଆଦି ଗ୍ରାମରେ ଚାଲିଥିବା ଟେରାକୋଟା କାରୁକାର୍ଯ୍ୟ ଏଭଳି ସଙ୍କଟର ସମ୍ମୁଖୀନ ହୋଇଥିବାରୁ ସାହାଯ୍ୟ କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡାୟାଲିସିସ ରୋଗୀଙ୍କୁ ଶୋଷଣ: ସେବା ନାଁରେ ବ୍ୟବସାୟ

ଫୁଲବାଣୀ ଅଫିସ,୨୪ା୪: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ ରୋଗୀଙ୍କୁ ଶୋଷଣ ଘଟଣାରେ ମେଡିକାଲ ପ୍ରଶାସନର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଡାୟାଲିସିସି ସେବା ଯୋଗାଉଥିବା...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ...

ସେରଙ୍ଗ, ଅଜୟଗଡ଼ରେ ଲୁପ୍ତ ପ୍ରାୟ କମଳା ଚାଷ

ଗୁମ୍ମା,୧୮ା୯(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଆଦିବାସୀବହୁଳ ବଣ ପାହାଡ଼ ଘେରା ଗୁମ୍ମା ବ୍ଲକର ପାରମ୍ପରିକ ଚାଷ ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି। ବିଶେଷ...

୩୦ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୧୪।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ହାଇସ୍କୁଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ...

ପୁରୀର ରାଘବ ଦାସ ମଠ ଉଚ୍ଛେଦ ମାମଲା: ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୭ା୯: ପୁରୀ ଶ୍ରୀମନ୍ଦିରର ୭୫ମିଟର ଭିତରେ ଥିବା ମଠ ଏବଂ ଅନ୍ୟାନ୍ୟ ନିର୍ମାଣ ଗୃହଗୁଡିକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି। ତେବେ ୭୫ମିଟର ବାହାରେ ଥିବା...

ବ୍ୟାଙ୍କ ଅଧିକାରୀ ନିଖୋଜ: ପୋଲ ଉପରୁ ମିଳିଲା ବାଇକ୍‌

ଲୋଇସିଂହା,୧୧।୮(ଡି.ଏନ.ଏ): ବଲାଙ୍ଗୀର ଶାନ୍ତିପଡା ନିବାସୀ ତଥା ବରଗଡ଼ ଜିଲା ବରପାଲିସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଏଗ୍ରିକଲଚର ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮) ବୁଧବାର ରାତିରୁ ନିଖୋଜ ହୋଇଯାଇଛନ୍ତି।...

ବର୍ଷକରେ ୬.୦୫ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୬ା୧: ଅମାନିଆଙ୍କୁ କୌଣସି ନିୟମ କାଟୁ କରୁନାହିଁ। ୨୦୨୨ ଜାନୁୟାରୀରୁ ଡିସେମ୍ବର ଶେଷ ସୁଦ୍ଧା ବ୍ର୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୬ କୋଟି...

ଦିଲ୍ଲୀ ଗଲେ ଭୁଞ୍ଜିଆ ଦମ୍ପତି

ନୂଆପଡ଼ା ଅଫିସ,୨୩ା୧: ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି ଭୁଜବଳ ମାଝି ଓ ସ୍ତ୍ରୀ କୁଞ୍ଜବାଇ...

Advertisement
Archives

Model This Week