ଲକ୍‌ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ

କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ ସ୍ଥଗିତ ହୋଇଥିବା ବେଳେ ଆଉ କେତେକ ଭିଡିଓ କନ୍‌ଫରେନ୍ସିଂରେ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏହି ଲକ୍‌ଡାଉନ ଭିତରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଯେଉଁଠି ବର୍ଡରର ପୋଲିସ କ୍ୟାମ୍ପସ୍‌ ବିବାହ ମଣ୍ଡପ ସାଜିଥିବା ବେଳେ କନ୍ୟାର ପିତା ସାଜିଛନ୍ତି ପୋଲିସ କର୍ମୀ। ଏହି ଦୃଶ୍ୟ ହେଉଛି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ସୀମାର। ସୂଚନା ମୁତାବକ ମୁଣ୍ଡାପାଣ୍ଡେ ଥାନା ଅଞ୍ଚଳର ବିକ୍ରମ ସିଂହ ଓ ବରଖେଡା ପାଣ୍ଡେ ଗାଁର ନେହା ସିଂହଙ୍କ ସହ ବିବାହ ଠିକ୍‌ ହୋଇଥିଲା।

କିନ୍ତୁ ଲକ୍‌ଡାଉନ ଯୋଗୁ ବିବାହ ତାରିଖକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଥିଲା। ତେବେ ବିବାହରେ ବରଯାତ୍ରୀ ନେଇକି ପାଇଁ ପ୍ରଶାସନଠାରୁ ଅନୁମତି ମାଗିବାକୁ ବିକ୍ରମ ଯାଇଥିଲେ। ସୀମାରୁ ଅନ୍ୟ ରାଜ୍ୟକୁ ଗଲେ ୧୪ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା ପ୍ରକ୍ରିୟା ରହିଛି ବୋଲି ଅଧିକାରୀ ତାଙ୍କୁ କହିଥିଲେ। ତେବେ ସୀମାରେ ହିଁ ବିବାହ କରିବା ପାଇଁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ଜିଲା ପ୍ରଶାସନରୁ ଅନୁମତି ମଧ୍ୟ ମିଳିଥିଲା। ରବିବାର ବିବାହ ପାଇଁ ବିକ୍ରମ ନିଜ ସାଙ୍ଗରେ ଭଉଣୀଙ୍କୁ ନେଇ ଉତ୍ତରାଖଣ୍ଡର କାଶୀପୁରକୁ ଯାଇଥିଲେ। କାଶୀପୁର ପହଞ୍ଚିବା ପରେ ସେଠାକାର ପୋଲିସ ସୀମାରେ ହିଁ ତାଙ୍କୁ ଅଟକାଇ ଦେଇଥିଲେ। ତେବେ ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ବରପକ୍ଷଙ୍କ ପାଖରେ ଜିଲା ପ୍ରଶାସନର ଅନୁମତି ରହିଛି କିନ୍ତୁ କନ୍ୟାପକ୍ଷଙ୍କ ନିକଟରେ କୌଣସି ଅନୁମତି ନାହିଁ। ଏଭଳି ସ୍ଥିତିରେ ବିବାହରେ ସଙ୍କଟ ଦେଖାଦେବାରୁ ବର ଓ କନ୍ୟାପକ୍ଷ ପ୍ରଶାସନଙ୍କୁ ଗୁହାରୀ କରିଥିଲେ। ଏହାପରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାରେ ବିବାହ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମୁହୂର୍ତ୍ତରେ ବିକ୍ରମ ଓ ନେହାଙ୍କ ବିବାହ କାଶୀପୁରର ପେଗା ଆଉଟପୋଷ୍ଟ ସୀମାରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ଉତ୍ତରପ୍ରଦେଶର ୫ଜଣ ବରଯାତ୍ରୀ ଉତ୍ତରାଖଣ୍ଡର ସୀମା ଆଡକୁ ଆସିଥିଲେ। ଉକ୍ତ ବରଯାତ୍ରୀଙ୍କୁ ପୋଲିସକର୍ମୀ ସ୍ବାଗତ କରିଥିଲେ।

ଏହାପରେ ରୀତିନୀତି ଅନୁସାରେ ବର ଓ କନ୍ୟାଙ୍କ ବିବାହ ହୋଇଥିଲା। ଏହି ବିବହାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା। ୧୨ ବର୍ଷ ପୂର୍ବରୁ ନେହାଙ୍କ ବାପାଙ୍କ ଦେହାନ୍ତ ହୋଇଥିବାରୁ ଜଣେ ପୋଲିସକର୍ମୀ ତାଙ୍କର କନ୍ୟାଦାନ କରିଥିଲେ। ବିବାହ ଶେଷ ହେବା ପରେ ପୋଲିସକର୍ମୀମାନେ କନ୍ୟାଙ୍କୁ ବିଦା କରିଥିଲେ। ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ସହ ପଡ଼ିଲା କୋଭିଡ୍‌ ପାଦ

ଅନୁଗୋଳ ଅଫିସ, ୧୧।୫:  ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳକୁ ଛୁଇଁଛି ମହାମାରୀ କରୋନା ଭୂତାଣୁ। ଏକାବେଳେ ୧୫ ପଜିଟିଭ୍‌ଙ୍କୁ ନେଇ ଜିଲାରେ ପାଦ ଥାପିଛି କୋଭିଡ-୧୯।...

ଚିକ୍କଣ କୁହା

ଗାରିମାଦେବୀ ଗଲା ଗୁରୁବାର ଦିନ ନିର୍ଲୋଭରେ ଯେମିତି ପ୍ରଚଣ୍ଡ ଭକ୍ତିରେ ଦାନ ଧର୍ମ କଲେ, ସେଥିରୁ ସେ ମହାଦାନୀ ବୋଲି ପରୀକ୍ଷା ହୋଇଗଲା । ଅବଶ୍ୟ...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ ଛୁଇଁଲା

ଭୁବନେଶ୍ୱର,୧।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ...

ହସ୍ପିଟାଲ୍‌ରେ ଲାଲୁ ଯାଦବ: ଫଟୋ ଶେୟାର କରି ଭାବପ୍ରବଣ ହେଲେ ଝିଅ

ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ପାରସ ହସ୍ପିଟାଲ ବେଡ୍‌ରେ ଥବା ବେଳର ଫଟୋ...

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ: ରାଜନୈତିକ ମହଲରେ ହଲଚଲ…

ମୁମ୍ବାଇ,୨୦।୪ : ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନୀ ଗୁରୁବାର ଏନସିପି ନେତାଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଦ...

୬୨ରେ ପହଞ୍ଚିଲା ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

ଚଣ୍ଡିଗଡ଼, ୧।୮: ପଞ୍ଜାବରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକ ସଂଖ୍ୟା ୬୨ରେ ପହଞ୍ଚତ୍ଛି। ଶନିବାର ତରନ ତରନ ଜିଲାରେ ଆଉ ୨୩ ଜଣ...

ଅକ୍ଷରଧାମ ମନ୍ଦିର ନିକଟରେ ପୋଲିସ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ,୨୨।୯: ଅକ୍ଷରଧାମ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ୪ ଜଣ ସନ୍ଦିଗ୍ଧ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।...

ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…

ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬...

Advertisement
Archives

Model This Week