ରେଲୱେ ଜାଗାରୁ ଜବରଦଖଲ ଉଚ୍ଛେଦ: ଜୀବିକା ହରାଇଲେ ୩୦ ବ୍ୟବସାୟୀ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନଠାରେ ଥିବା ରେଲୱେ ଜାଗାରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଷ୍ଟେଶନ ସମ୍ମୁଖ ଏବଂ ଉତ୍ତର-କେବିନଠାରେ ଥିବା ୩୦ଜଣ ବ୍ୟବସାୟୀଙ୍କ ଦୋକାନ କେବିନ ଓ ଅସ୍ଥାୟୀ ଗୃହକୁ ଜେସିବି ଯୋଗେ ଭାଙ୍ଗି ଦିଆଯାଇଛି। ଫଳରେ ଜଳଖିଆ, ଚା’, ପାନ, ତେଲଭାଜି, ଟେଲରିଂ, ସେଲୁନ, ଲଣ୍ଡ୍ରି ଓ ସାଇକେଲ ମରାମତି ଆଦି ଦୋକାନରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ୩୦ଜଣ ଦୋକାନୀଙ୍କ ଜୀବିକା ଠପ୍‌ ହୋଇଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଦୁର୍ଦ୍ଦିନରେ ଥିବା ଏହି ବ୍ୟବସାୟୀଙ୍କ ପରିବାରର ପେଟପାଟଣା ପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।
ଦୀର୍ଘଦିନ ଧରି ଏହି ରେଳବାଇ ଜାଗାରେ ସେମାନେ ବ୍ୟବସାୟ ଚଳାଇ ଆସୁଥିଲେ। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଖୁବ୍‌ଶୀଘ୍ର ଷ୍ଟେଶନରେ ପୂର୍ବପଟ ଦେଇ ନୂତନ ଭାବେ ତୃତୀୟ ରେଳଧାରଣା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ରେଳପଥ ଜେନେରାଲ ମ୍ୟାନେଜର ସଞ୍ଜୟ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆରପିଏଫ ଆଇଆଇସି ଜେଏନ୍‌ ମହାପାତ୍ର, ଏସ୍‌ଆଇ ଭଗବାନ ସିଂହ, ରୂପ୍‌ସା ଥାନା ଏଏସ୍‌ଆଇ ନରହରି ମହାଳିକ, ଷ୍ଟେଶନ ମ୍ୟାନେଜର ଶ୍ରୀପତି ରାଉତଙ୍କ ସମେତ ଆରପିଏଫ ଓ ରୂପ୍‌ସା ଥାନା ପୋଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏନେଇ ପୂର୍ବରୁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ନୋଟିସ୍‌ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଖଲ୍ଲିକୋଟ,୧୫।୧୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମ ଚଣ୍ଡିମନ୍ଦିର ନିକଟ ବୁଦାମୂଳରୁ ଗୁରୁବାର ସନ୍ଧ୍ୟାରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ବିକ୍ରମପୁର ଗ୍ରାମର ଅର୍ଜ୍ଜୁନ ଜେନା...

ଯାଜପୁରର ୫ ପଜିଟିଭ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଅପରାହ୍ନରେ ଚିହ୍ନଟ ୬...

ଖଲାରିରେ ପଶିଲେ ୨୦ ହାତୀ

ଅନୁଗୋଳ ଅଫିସ,୨୦।୧: ଅନୁଗୋଳ ବ୍ଲକ ଖଲାରି ଗାଁରେ ବୁଧବାର ସକାଳେ ୨୦ଟି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ଗାଁ ପାଖ ବୁଦୁବୁଦିଆ...

ବିଦ୍ୟୁତ୍‌କାଟ ପ୍ରତିବାଦରେ ଧାରଣା

ଜଳେଶ୍ୱର, ୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳର ଶ୍ୟାମନଗର, କାଳିକ, ଖୁଆଡ, କଳମା ଓ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ରାତ୍ରୀ ସମୟରେ ବିଦ୍ୟୁ୍‌ତ୍‌କାଟ ଯୋଗୁ ଅନ୍ଧାର ସୁଯୋଗ ଦେଇ...

ବୀରମିତ୍ରପୁର ଥାନା ନାବାଳିକା ବଳାତ୍କାର, ଗର୍ଭପାତ ଘଟଣା: ପାଚେରି ଡେଇଁ ପୀଡ଼ିତା ନାବାଳିକା ଫେରାର

ସୁନ୍ଦରଗଡ଼,୨୪ା୧୦(ଡି.ଏନ.ଏ.)-ଗତ ଜୁନ୍‌ ମାସରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଘଟିଥିବା ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣା ନୂଆ ମୋଡ଼ ନେଇଛି ା ଏହି ଘଟଣା...

ନୟାଗଡ଼ରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଗୋଟିଏ ପରିବାରର ୩ ଆକ୍ରାନ୍ତ

ନୟାଗଡ଼ ଅଫିସ,୧୫।୬: ନୟାଗଡ଼ ଜିଲାରେ ସୋମବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଶପଲ୍ଲା ହାଇସ୍କୁଲ କ୍ବାରାଣ୍ଟାଇନ ସେଣ୍ଟରରୁ ଶାଆନ୍ତସାହିର ଜଣେ ଚିହ୍ନଟ...

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ସୋମନାଥ

ଚମ୍ପୁଆ, ୭।୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ହୁଡି ସାହିରେ ୧୩ ବର୍ଷ ଧରି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଭିନ୍ନକ୍ଷମ ସୋମନାଥ ମୁଣ୍ଡା...

Advertisement
Archives

Model This Week